Posts

Showing posts with the label ଭୋଟର ତାଲିକା ସଂଶୋଧନ

ଶେଷ ପର୍ଯ୍ୟାୟ ରେ ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬,ଅଗଷ୍ଟ 19 ଦାବି ଓ ଆପତ୍ତି ର ଶେଷ ତାରିଖ।

Image
 Published by: Greatfuture Info ଭୁବନେଶ୍ୱର, ୬ ଅଗଷ୍ଟ: ରାଜ୍ୟରେ ଚାଲିଥିବା ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା ବର୍ତ୍ତମାନ ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଆଗେଇ ଚାଲିଛି। ଏହି ପରିପ୍ରେକ୍ଷୀରେ ଦାବି, ଆପତ୍ତି ଓ ଶୁଣାଣି ପ୍ରକ୍ରିୟା ଜୋରଦାର ଜାରି ରହିଥିବା ବେଳେ ଆସନ୍ତା ଅଗଷ୍ଟ ୧୯ ତାରିଖ ମଧ୍ୟରେ ଯୋଗ୍ୟ ନାଗରିକମାନେ ଆବେଦନ କରିପାରିବେ। ଆଜି ସୁଦ୍ଧା ମୋଟ ୫୮ ଲକ୍ଷ ୩୬ ହଜାର ୪୩୦ ଜଣ ଭୋଟରଙ୍କ ନାମରେ ନୋଟିସ ଜାରି କରାଯାଇଛି।  ସେଥିମଧ୍ୟରୁ ୫୭ ଲକ୍ଷ ୭୭ହଜାର ୫୬୫ଜଣ ଭୋଟରଙ୍କୁ ସଫଳତାର ସହ ନୋଟିସ ପ୍ରଦାନ କରାଯାଇସାରିଛି। ଅନ୍ୟପଟେ ନୋଟିସ ପାଇଥିବା ଭୋଟରଙ୍କ ମଧ୍ୟରୁ ୩୦ଲକ୍ଷ ୧୧ ହଜାର ୫୮୭ ଜଣଙ୍କର ଶୁଣାଣି କାର୍ଯ୍ୟ ଶେଷ ହୋଇଛି। ଏବେ ସୁଦ୍ଧା ନୋଟିସ ପ୍ରଦାନ କରାଯାଇଥିବା ଭୋଟର ମାନଙ୍କ ଆବଶ୍ୟକୀୟ ତଥ୍ୟ ଅଭାବରୁ ୧୨ ହଜାର ୫୭୨ ଜଣ ଭୋଟରଙ୍କୁ ଚୂଡ଼ାନ୍ତ ତାଲିକାରେ ସାମିଲ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି। ସେହିପରି,ନୂତନ ନାମ ପଞ୍ଜିକରଣ ପାଇଁ ଫର୍ମ-୬ ଜରିଆରେ ୧,୮୧,୭୭୦ ଜଣ ଆବେଦନ କରିଛନ୍ତି।ଭୋଟର ତାଲିକାରୁ ଗୋଟିଏ ସ୍ଥାନରେ ନାମ ରଖି ଅନ୍ୟ ସ୍ଥାନରେ ନାମ ହଟାଇବା ପାଇଁ ଫର୍ମ-୭ରେ ୩୭,୨୬୫ଟି ଆବେଦନ ଦାଖଲ ହୋଇଛି। ଭୋଟରଙ୍କ ନାମ, ଠିକଣା କିମ୍ବା ଅନ୍ୟାନ୍ୟ ସଂଶୋଧନ ଓ ପରିବାରର ସଦସ୍ୟ ଙ୍କ ନାମ ଏକତ୍ର  ଗୋଟିଏ ସ୍ଥାନରେ ରଖିବା ପାଇଁ ଫର୍ମ-୮ରେ ୧,୬୩,୪...