Posts

Showing posts with the label ଇ -ସରସ

ଗ୍ରାମୀଣ ଉତ୍ପାଦକ ଙ୍କ ପାଇଁ ସ୍ଥାୟୀ ବଜାର ବ୍ୟବସ୍ଥା ଇ -ସରସ।

Image
ଗ୍ରାମୀଣ ମହିଳା ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସଦସ୍ୟ ଏବଂ କୃଷକ ଉତ୍ପାଦକ ସଂଗଠନ (FPO)ଙ୍କୁ ଦେଶବ୍ୟାପୀ ବଜାର ସହ ଯୋଡ଼ିବା ଦିଗରେ ଇ-ସରସ (e-SARAS) ଏକ ସଫଳ ଡିଜିଟାଲ ମଞ୍ଚ ଭାବେ ଉଭା ହୋଇଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅଧୀନରେ ଚାଲୁଥିବା ଏହି ପଦକ୍ଷେପ ଗ୍ରାମୀଣ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ସହିତ ସେମାନଙ୍କ ଉତ୍ପାଦକୁ ଦେଶର ବିଭିନ୍ନ ପ୍ରାନ୍ତର ଗ୍ରାହକଙ୍କ ନିକଟକୁ ପହଞ୍ଚାଇବାରେ ମୁଖ୍ୟ ଭୂମିକା ନିଭାଉଛି।                                                                         ( AI generated photo) ସରକାରଙ୍କ ସୂଚନା ଅନୁଯାୟୀ, ଇ-ସରସ ଅନଲାଇନ୍ ବଜାର ଏବଂ ବିଭିନ୍ନ ସରସ ମେଳା ମାଧ୍ୟମରେ ୧୪ ଶହରୁ ଅଧିକ ପ୍ରକାରର ଉତ୍ପାଦ ବିକ୍ରି ହୋଇ ମୋଟ ୮.୯୯ କୋଟି ଟଙ୍କାର ବ୍ୟବସାୟ ହୋଇଛି। ଏହା ମାଧ୍ୟମରେ ହଜାର ହଜାର ମହିଳା ଉଦ୍ୟୋଗୀ ନିଜ ହସ୍ତଶିଳ୍ପ, ହସ୍ତତନ୍ତ ବସ୍ତ୍ର, ଖାଦ୍ୟ ସାମଗ୍ରୀ, ପ୍ରାକୃତିକ ଉତ୍ପାଦ, ଘରୋଇ ସାମଗ୍ରୀ ଓ ପାରମ୍ପରିକ କଳାକୃତିକୁ ଦେଶବ୍ୟାପୀ ବଜାରରେ ପହଞ୍ଚାଇପାରୁଛନ...