Posts

Showing posts with the label ଭୋଟର ତାଲିକା

ଭୋଟର ତାଲିକା ରେ ତ୍ରୁଟି ସୁଧାରିବା ପାଇଁ ସେପ୍ଟେମ୍ବର 3 ରୁ ଭୁବନେଶ୍ୱର ରେ ପାଇଲଟ ସର୍ଭେ ଓ ଅକ୍ଟୋବର ୨୬ରୁ ରାଜ୍ୟବ୍ୟାପୀ ଘରକୁ ଘର ସର୍ଭେ।

Published by: Greatfuture Info ଭୁବନେଶ୍ୱର, ୩୧ ଅଗଷ୍ଟ:  ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ, ନିର୍ବୁଲ ଓ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଭୋଟର ତାଲିକାରେ ଥିବା ତ୍ରୁଟି ସୁଧାରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଏକ ସ୍ୱତନ୍ତ୍ର ସର୍ଭେ ଅଭିଯାନ ଆରମ୍ଭ କରାଯାଉଛି। ଏହି ଅଭିଯାନର ପାଇଲଟ୍ ପ୍ରକଳ୍ପ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସେପ୍ଟେମ୍ବର ୩ରୁ ୧୧ ତାରିଖ ପର୍ଯ୍ୟନ୍ତ କରାଯିବ। ପାଇଲଟ୍ ସର୍ଭେ ଅଧୀନରେ ଭୁବନେଶ୍ୱରର ତିନିଟି ବିଧାନସଭା କ୍ଷେତ୍ରର ତିନିଟି ୱାର୍ଡରେ ଘରକୁ ଘର ସର୍ଭେ କରାଯିବ। ଏଥିରେ ଭୁବନେଶ୍ୱର-ଉତ୍ତର ବିଧାନସଭା କ୍ଷେତ୍ରର ୱାର୍ଡ ନମ୍ବର ୧୦, ଭୁବନେଶ୍ୱର-ମଧ୍ୟ ବିଧାନସଭା କ୍ଷେତ୍ରର ୱାର୍ଡ ନମ୍ବର ୩୫ ଏବଂ ଭୁବନେଶ୍ୱର-ଏକାମ୍ର ବିଧାନସଭା କ୍ଷେତ୍ରର ୱାର୍ଡ ନମ୍ବର ୫୨ ସାମିଲ ରହିଛି। ପାଇଲଟ୍ ସର୍ଭେର ଅଭିଜ୍ଞତା ଆଧାରରେ ଆସନ୍ତା ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଘରକୁ ଘର ସର୍ଭେ କରାଯିବ। ଏହି ସର୍ଭେ ମାଧ୍ୟମରେ ପଞ୍ଚାୟତ ଓ ପୌରାଞ୍ଚଳର ନିର୍ବାଚନ କ୍ଷେତ୍ରଗୁଡ଼ିକର ଭୋଟର ତାଲିକାକୁ ଅଧିକ ନିର୍ଭୁଲ ଓ ସୁବ୍ୟବସ୍ଥିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁସାରେ, ବର୍ତ୍ତମାନ ଗୋଟିଏ ପରିବାରର ସଦସ୍ୟମାନେ ଭିନ୍ନ ଭିନ୍ନ ବୁଥ୍‌ରେ ସାମିଲ ହୋଇଥିବା ଭଳି ସମସ୍ୟା ଦେଖାଦେଉଛି। ଏହା ସହିତ କେତେକ ସ୍ଥାନରେ ଘର ନମ୍ବର ...

ଓଡ଼ିଶା SIR ଅପଡେଟ୍, ପ୍ରାରମ୍ଭିକ ତାଳିକାରୁ 20 ଲକ୍ଷ୍ୟ ଭୋଟର ବାଦ ପଡିଥିବା ସୂଚନା।

Image
ଓଡ଼ିଶାରେ ସ୍ପେଶାଲ୍ ଇଣ୍ଟେନସିଭ ରିଭିଜନ୍ (SIR)  ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ରାଜ୍ୟର ପ୍ରାରମ୍ଭିକ ଭୋଟର ତାଲିକା ପ୍ରକାଶ କରିଛନ୍ତି ଭାରତର ନିର୍ବାଚନ ଆୟୋଗ। ଏହି ସଂଶୋଧନ ପ୍ରକ୍ରିୟାରେ ୨୦ ଲକ୍ଷରୁ ଅଧିକ ନାମ ଭୋଟର ତାଲିକାରୁ ବାଦ ପଡ଼ିଥିବା ସୂଚନା ମିଳିଛି।ବୋଲି ସୂତ୍ର ଆଧାରିତ ରିପୋର୍ଟ ପ୍ରକାଶ ପାଇଛି।                                                            ହୋଇଥିବା ଯାଞ୍ଚ ଏବଂ ନାମାଙ୍କନ ସତ୍ୟତା ଯାଞ୍ଚ ପରେ ମୋଟ ୨୦ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ପ୍ରାରମ୍ଭିକ ତାଲିକାରୁ ବାଦ ଦିଆଯାଇଛି। ତେବେ ଏହି ନାମ ବାଦ ହେବାର ଅର୍ଥ ସମ୍ପୂର୍ଣ ଭାବେ ଭୋଟର ଅଧିକାର ହରାଇବା ନୁହେଁ। ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରି ସଂଶୋଧନ କରିବାର ସୁଯୋଗ ରହିଛି। ପ୍ରକାଶିତ ରିପୋର୍ଟ ତଥ୍ୟ ଅନୁସାରେ, ୮.୩୨ ଲକ୍ଷ ନାମ ମୃତ ଭୋଟରଙ୍କ, ୧୦.୦୭ ଲକ୍ଷ ନାମ ସ୍ଥାନାନ୍ତରିତ କିମ୍ବା ଯାଞ୍ଚ ବେଳେ ଅନୁପସ୍ଥିତ ଥିବା ବ୍ୟକ୍ତିଙ୍କ, ଏବଂ ୧.୫୮ ଲକ୍ଷ ନାମ ଏକାଧିକ ସ୍ଥାନରେ ପଞ୍ଜୀକୃତ ଥିବାରୁ ବାଦ କରାଯାଇଛି। ଏହା ଛଡ଼ା କିଛି ମାମଲାରେ ଆବଶ୍ୟକ ଦସ୍...