Posts

Showing posts with the label ଉଚ୍ଚ ନ୍ୟାୟାଳୟ

ସମୟସୀମା ଉଲ୍ଲଂଘନ ଭାରୀ ପଡ଼ିଲା, ରାଜ୍ୟ ସରକାରଙ୍କୁ ୧ ଲକ୍ଷ ଟଙ୍କା ଫାଇନ୍।

Image
                                                         ସରକାରୀ ଫାଇଲର ସାଧାରଣ ଗତିବିଧି କିମ୍ବା ଅଫିସିଆଲ୍ ପ୍ରକ୍ରିୟାକୁ ଆଇନଗତ ସମୟସୀମା ଉଲ୍ଲଂଘନର ଯଥେଷ୍ଟ କାରଣ ବୋଲି ଗ୍ରହଣ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଏହି ମାମଲାରେ ନିର୍ଦ୍ଧାରିତ ସମୟସୀମାଠାରୁ ୩୩୩ ଦିନ ବିଳମ୍ବରେ ଅପିଲ୍ ଦାଖଲ କରିଥିବାରୁ ରାଜ୍ୟ ସରକାରଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିବା ସହ ଅପିଲକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ ବୋଲି ପ୍ରକାଶିତ ରିପୋର୍ଟ ରେ ଦର୍ଶାଯାଇଛି | ଅଦାଲତ କହିଛନ୍ତି ଯେ, ସରକାର ସମୟ ଅତିକ୍ରମ ହେବାର କୌଣସି ବିଶ୍ୱସନୀୟ ଓ ଆଇନସମ୍ମତ କାରଣ ଦର୍ଶାଇ ପାରିନାହାନ୍ତି। ତେଣୁ ବିଳମ୍ବକୁ କ୍ଷମା କରିବାର ପ୍ରଶ୍ନ ଉଠୁନାହିଁ।  ଏହି ମାମଲା ଅବସରପ୍ରାପ୍ତ ଏନଏମଆର୍  କର୍ମଚାରୀ ଙ୍କ ସହ ସମ୍ପର୍କିତ। ସେ ୧୯୮୦ ମସିହାରୁ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗରେ ଫିଟର୍ ମେକାନିକ୍ ଭାବେ ୪୧ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ। ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କଠାରୁ କନିଷ୍ଠ କର୍ମଚାରୀଙ୍କ ସେବା ନିୟମିତ ହୋଇଥିବାବେଳେ ତାଙ୍...