ସମ୍ଭାବ୍ୟ ଗ୍ରାହକ ସୃଷ୍ଟି ଜନସେବା କେନ୍ଦ୍ର ର ଋଣ ସେବା।
ଭାରତବର୍ଷରେ ଜନସେବା କେନ୍ଦ୍ର (CSC) ଡିଜିଟାଲ ସେତୁ ଭାବେ ସହର ଓ ଗ୍ରାମ ମଧ୍ୟରେ ଏକ ମୁଖ୍ୟ ସେବାକ୍ଷେତ୍ର ଭାବରେ କାର୍ଯ୍ୟ କରି ଆସୁଛି । ଜନସେବା କେନ୍ଦ୍ର ମାଧ୍ୟମରେ ଉଭୟ ସରକାରୀ ଓ ବେସରକାରୀ ସେବା ଗ୍ରାହକଙ୍କ ପାଖରେ ପହଂଚିପାରୁଛି । ସେଥିରେ ବିଭିନ୍ନ ସେବା ମଧ୍ୟରୁ ବ୍ୟାଙ୍କ ଋଣ ସେବା ଏକ ଅନ୍ୟତମ ସେବା।ସମ୍ଭାବ୍ୟ ଗ୍ରାହକ ଯୋଗାଇବା ଏକ ଗୁରୁତ୍ୱପୂର୍ଣ୍ଣ ଓ ଆର୍ଥିକ ଲାଭଦାୟକ ସେବା ଭାବେ ପରିଗଣିତ ହୋଇଛି।
ଜନସେବା କେନ୍ଦ୍ରର ଭୂମିକା
ଜନସେବା କେନ୍ଦ୍ର ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗ୍ରାମୀଣ, ସହର ଓ ଅର୍ଧ-ସହର ଅଞ୍ଚଳର ଲୋକମାନଙ୍କୁ ସହଜ ଭାବରେ ଡିଜିଟାଲ ସେବା ପ୍ରଦାନ କରିବା । ଆଜିକାଲି ବ୍ୟାଙ୍କିଂ ସେବାରେ ଜନସେବା କେନ୍ଦ୍ର ଏକ ଭରସାଯୋଗ୍ୟ ମାଧ୍ୟମ ହେବାସହିତ ଅନେକ ଲୋକ ସିଧାସଳଖ ବ୍ୟାଙ୍କକୁ ଯିବା ପରିବର୍ତ୍ତେ ଜନସେବା କେନ୍ଦ୍ର ମାଧ୍ୟମରେ ଋଣ ସମ୍ପର୍କିତ ସୂଚନା ଓ ଋଣ ପାଇଁ ଆବେଦନ ମଧ୍ୟ କରୁଛନ୍ତି ।
ସମ୍ଭାବ୍ୟ ଗ୍ରାହକ ଯୋଗାଇବା କହିଲେ କ’ଣ ବୁଝାଯାଏ?
ସମ୍ଭାବ୍ୟ ଗ୍ରାହକ ଯୋଗାଇବା ମାନେ ହେଉଛି ଏମିତି ଗ୍ରାହକଙ୍କୁ ଚିହ୍ନଟ କରିବା ଯେଉଁମାନେ ବ୍ୟାଙ୍କ ଋଣ ନେବାକୁ ଇଚ୍ଛୁକ ଓ ସେମାନଙ୍କର ଋଣ ଆବ୍ୟଶ୍ୟକତା ଥାଏ। ଗ୍ରାମୀଣ ସ୍ତରର ଉଦ୍ୟୋଗୀ (ଯେଉଁମାନେ ଜନସେବା କେନ୍ଦ୍ର କୁ ପରିଚାଲନା କରନ୍ତି (VLE ) ଏହିପରି ଗ୍ରାହକଙ୍କ ତଥ୍ୟ ସଂଗ୍ରହ କରି ବ୍ୟାଙ୍କ କିମ୍ବା NBFC କୁ ପଠାନ୍ତି । ପରେ ବ୍ୟାଙ୍କ ସେମାନଙ୍କ ଆବେଦନ ପତ୍ର ଯାଞ୍ଚ କରି ଯୋଗ୍ୟ ବିବେଚିତ ହେଲେ ସେମାନଙ୍କୁ ଋଣ ପ୍ରଦାନ କରାଯାଏ ।
କିପରି ଜନସେବା କେନ୍ଦ୍ର ମାଧ୍ୟମରେ ଗ୍ରାହକ ଯୋଗାଯାଏ?ଗ୍ରାହକ ଚିହ୍ନଟ ପକ୍ରିୟା ଜନସେବା କେନ୍ଦ୍ର କୁ ଆସୁଥିବା ଲୋକମାନଙ୍କୁ ଏମ.ଏସ.ଏମ.ଇ ଋଣ ,ବ୍ୟବସାୟ ଋଣ, କୃଷି ଋଣ,ଶିକ୍ଷା ଋଣ ,ବ୍ୟକ୍ତିଗତ ଋଣ ପାଇଁ ପଚାରାଯାଏ । ଏହି ଆଧାରରେ ଇଛୁକ ଗ୍ରାହକ ଯଦି ଆଗ୍ରହ ପ୍ରକାଶ ବା ଆବଶ୍ୟକତା ଥାଏ ସେମାନଙ୍କର ଆବେଦନ ପାଇଁ ପ୍ରସ୍ତୁତି କରାଯାଏ ।
ଗ୍ରାହକଙ୍କୁ ଆବଶ୍ୟକ ତଥ୍ୟ ଉପରେ ସମ୍ପୂର୍ଣ ଅବଗତ କରାଯାଇଥାଏ।
ଏହାପରେ ଆଧାର / ପାନ, ମୋବାଇଲ ନମ୍ବର,ଆୟ ସମ୍ପର୍କିତ ତଥ୍ୟ,ବ୍ୟାଙ୍କ ଆକାଉଣ୍ଟ ଏହାଗୁଡିକ ସଂଗ୍ରହ କରାଯାଏ ।
ଡିଜିଟାଲ ପୋର୍ଟାଲ ରେ ଋଣ ତଥ୍ୟ ପୂରଣ କରାଯାଏ।
ଜନସେବା କେନ୍ଦ୍ର ର ଅଫିସିଆଲ ପୋର୍ଟାଲ ରେ ଋଣ ଆବେଦନ ଦାଖଲ କରାଯାଏ ।
ଏଠାରେ ବିଭିନ୍ନ ବ୍ୟାଙ୍କ ଓ NBFC ସହିତ ସହଭାଗୀତା ଥାଏ ।
ବ୍ୟାଙ୍କ ଋଣ ଦେବା ପ୍ରକ୍ରିୟା ଆରମ୍ଭ କରେ
ଏହାଦ୍ୱାରା ଜନସେବା କେନ୍ଦ୍ର ଉପରେ ବିଶ୍ୱାସ ବଢ଼ିବା ସହିତ
ଗ୍ରାମୀଣ ଲୋକମାନେ ଜନସେବା କେନ୍ଦ୍ର ଦ୍ଵାରା ଉପକୃତ ହୁଅନ୍ତି।, ତେଣୁ ଋଣ ସେବା ଦେଲେ ବିଶ୍ୱାସ ଅଧିକ ବଢ଼ିବ ।
ବ୍ୟାଙ୍କମାନେ ଗ୍ରାମୀଣ ଅଞ୍ଚଳର ଗ୍ରାହକ ମାନଙ୍କ ପାଖରେ ସହଜରେ ପହଞ୍ଚିପାରନ୍ତି ।
ଜନସେବା କେନ୍ଦ୍ର ମାଧ୍ୟମରେ ସମ୍ଭାବ୍ୟ ଗ୍ରାହକ ଯୋଗାଇବା ଦ୍ୱାରା ଖର୍ଚ୍ଚ କମ୍ ହୋଇଥାଏ ।
ଜନସେବା ଦ୍ୱାରା ଯାଞ୍ଚ ହୋଇଥିବା ସମ୍ଭାବ୍ୟ ଗ୍ରାହକ ପ୍ରାମାଣିକ ହୁଏ ।
ଗ୍ରାହକ ପାଇଁ ଲାଭ,ସହଜ ସୁବିଧା, ଜନସେବା କେନ୍ଦ୍ର ରେ ସବୁ ସେବା ମିଳେ । ଋଣ ସମ୍ପର୍କରେ ଉପଯୁକ୍ତ ସୂଚନା ମିଳେ।।
ବାରମ୍ବାର ବ୍ୟାଙ୍କ ଯିବା ଦରକାର ନାହିଁ, ଜନସେବା ମାଧ୍ୟମରେ ପ୍ରକ୍ରିୟା ହୋଇଯାଏ ।
ଅନେକ ଲୋକ ଏହି ସେବା ବିଷୟରେ ଜାଣିନାହାନ୍ତି ।
କେତେକ ଗ୍ରାହକଙ୍କର ଠିକ ରେକର୍ଡ ନଥାଏ ।
ସେଥିପାଇଁ ଋଣ ଆବେଦନ ପତ୍ର ନାକଚ ବି ହୋଇପାରେ ।
ଋଣ ସେବାର ପ୍ରଚାର ପ୍ରସାର ବଢ଼ାଇବା ପାଇଁ ପୋଷ୍ଟର, ବ୍ୟାନର ଆବଶ୍ୟକତା ରହିଛି।
ଗ୍ରାହକ ଙ୍କ ବିଶ୍ୱାସ ଜିତନ୍ତୁ,ସ୍ଵଛ ସେବା ଆପଣାନ୍ତୁ।
ଗ୍ରାହକଙ୍କୁ ଆବଶ୍ୟକ ଡକ୍ୟୁମେଣ୍ଟ ବିଷୟରେ ସହଜ ଭାବେ ବୁଝାନ୍ତୁ
ନିୟମିତ ବ୍ୟାଙ୍କ ସହିତ ସମ୍ପର୍କ ରକ୍ଷା କରି ଆବେଦନ ପତ୍ର ସ୍ଥିତି ଚଞ୍ଚଳ କରନ୍ତୁ
ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଦ୍ୱାରା ଜନସେବା କେନ୍ଦ୍ର ର ନୀତି ଆଗକୁ ଆହୁରି ବଢ଼ିବ । ଋଣ ସେବା ମଧ୍ୟ ଆଉ ସୁବ୍ୟବସ୍ଥିତ ହେବ ।
ଜନସେବା କେନ୍ଦ୍ର ମାଧ୍ୟମରେ ବ୍ୟାଙ୍କ ଋଣ ପାଇଁ ସମ୍ଭାବ୍ୟ ଗ୍ରାହକ ଯୋଗାଇବା ସେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଗ୍ରାମୀଣ ରୋଜଗାର କୁ ଶକ୍ତିଶାଳୀ କରିବାରେ ଏହାର ଭୂମିକା ଅପରିହାର୍ଯ୍ୟ ।
ଋଣ ସେବା ର ଉପଲବ୍ଧତା ଏବଂ ସର୍ତ୍ତବଳି ସମୟ ସମୟରେ ପରିବର୍ତନ ହୋଇପାରେ ଓ ସମ୍ପୃକ୍ତ ବ୍ୟାଙ୍କ /ଆର୍ଥିକ ପ୍ରତିଷ୍ଠାନ ଉପରେ ନିର୍ଭର କରିପାରେ। ସଦ୍ୟତମ ସୂଚନା ପାଇଁ ଜନସେବା କେନ୍ଦ୍ର ଋଣ ବଜାରର ସରକାରୀ ୱେବସାଇଟ କିମ୍ବା ଜନସେବା କେନ୍ଦ୍ର କୁ ପରିଦର୍ଶନ କରିପାରିବେ।
Comments
Post a Comment