ପଣ୍ୟ ଅନ୍ଲୋଡିଂରେ ଦେଶର ପ୍ରଥମ ରେଳପଥ ଜୋନ୍ ହେଲା ପୂର୍ବତଟ ରେଳପଥ ।
Published By: Greatfuture Info ଭୁବନେଶ୍ୱର, ସେପ୍ଟେମ୍ବର ୧୬, ୨୦୨୬: ପୂର୍ବ ତଟ ରେଳପଥ ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ରେ ମାଲ୍ବାହୀ ଟ୍ରେନ୍ରୁ ପଣ୍ୟ ଖଲାସ ବା ଅନ୍ଲୋଡିଂ କ୍ଷେତ୍ରରେ ୧୦୦ ମେଟ୍ରିକ୍ ଟନର ସୀମା ଅତିକ୍ରମ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଗତ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ୧୭ ଦିନ ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରି ପୂର୍ବ ତଟ ରେଳପଥ ଦେଶର ପ୍ରଥମ ରେଳ ଜୋନ୍ରେ ପରିଣତ ହୋଇଛି। ଏହି ସଫଳତା ପୂର୍ବତଟ ରେଳପଥର ପଣ୍ୟ ହ୍ୟାଣ୍ଡଲିଂ, ୱାଗନ୍ ଟର୍ନଅରାଉଣ୍ଡ ଏବଂ ରେଳ ସମ୍ପତ୍ତିର ସର୍ବୋତ୍ତମ ବ୍ୟବହାର କ୍ଷେତ୍ରରେ ପୂର୍ବ ତଟ ରେଳପଥର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି। ଏହା ଫଳରେ ରେଳପଥ ମାଧ୍ୟମରେ ପଣ୍ୟର ଅଧିକ ଦ୍ରୁତ ଓ ଦକ୍ଷ ପରିବହନ ସମ୍ଭବ ହେଉଛି। ଏହି ସମୟ ମଧ୍ୟରେ, ୨୦୨୫–୨୬ ଆର୍ଥିକ ବର୍ଷର ସମାନ ସମୟ ତୁଳନାରେ ପୂର୍ବତଟ ରେଳପଥ ପଣ୍ୟ ରିଲିଜ୍ ଟନେଜ୍ରେ ୯.୮% ଅଭିବୃଦ୍ଧି ରେକର୍ଡ କରିଛି। ବିଶେଷକରି BOXN ଏବଂ BOBRN ୱାଗନ୍ଗୁଡ଼ିକର ଉନ୍ନତ ହ୍ୟାଣ୍ଡଲିଂ ଓ ଶୀଘ୍ର ରିଲିଜ୍ ଦ୍ୱାରା ଏହି ବୃଦ୍ଧି ସମ୍ଭବ ହୋଇପାରିଛି। ପୂର୍ବ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ BOXN ୱାଗନ୍ଗୁଡ଼ିକର ରିଲିଜ୍ ୭.୩% ବୃଦ୍ଧି ପାଇଥିବା ବେଳେ BOBRN ୱାଗନ୍ ରିଲିଜ୍ରେ ୯.୮% ବୃଦ୍ଧି ପଞ୍ଜୀକୃତ ହୋଇଛି। ୱାଗନ୍ ରିଲିଜ୍ରେ ଏହି ସୁଧାର, ଉନ୍ନତ ଟ...