Posts

Showing posts with the label ଓଡିଶା

ରାଜ୍ୟର ପୌର ନିର୍ବାଚନ ପୂର୍ବରୁ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି।

Published by: Greatfuture Info  ଭୁବନେଶ୍ୱର, ସେପ୍ଟେମ୍ବର ୧୮: ରାଜ୍ୟର ପୌରପରିଷଦ , ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମଗୁଡ଼ିକର ଆଗାମୀ ସାଧାରଣ ନିର୍ବାଚନ ପାଇଁ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସମ୍ପନ୍ନ କରିବା ନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଂଶୋଧିତ କାର୍ଯ୍ୟସୂଚୀ ଜାରି କରାଯାଇଛି । ପୂର୍ବରୁ ବିଭାଗ ପକ୍ଷରୁ ଜାରି ହୋଇଥିବା କାର୍ଯ୍ୟସୂଚୀର ଆଂଶିକ ସଂଶୋଧନ କରାଯାଇ ଏହି ସଂଶୋଧିତ କାର୍ଯ୍ୟସୂଚୀ ସମ୍ପର୍କରେ ବୌଦ୍ଧ ଜିଲ୍ଲାକୁ ବାଦ ଦେଇ ସମସ୍ତ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ୨୪ ସେପ୍ଟେମ୍ବର ୨୦୨୬ରେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ଦ୍ୱାରା ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ବନ୍ଧୀୟ ଖସଡ଼ା ବିଜ୍ଞପ୍ତି ପ୍ରକାଶ କରାଯାଇ ସାଧାରଣ ଜନତାଙ୍କଠାରୁ ଆପତ୍ତି ଓ ପରାମର୍ଶ ଆହ୍ୱାନ କରାଯିବ। ଆପତ୍ତି ଓ ପରାମର୍ଶ ଦାଖଲ କରିବାର ଶେଷ ତାରିଖ ୩ ଅକ୍ଟୋବର ୨୦୨୬ ରହିଛି । ଏହାପରେ, ୭ ଅକ୍ଟୋବର ୨୦୨୬ରେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ଦ୍ୱାରା ୱାର୍ଡ ସୀମା ଓ ଆସନ ସଂରକ୍ଷଣ ସମ୍ବନ୍ଧୀୟ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ କରାଯିବ। ଏହି ବିଜ୍ଞପ୍ତି ବିରୋଧରେ ୭ ଅକ୍ଟୋବରରୁ ୨୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଆପିଲ୍‌ ଦାଖଲ କରାଯାଇପାରିବ । ପ୍ରାପ୍ତ ଆପିଲ୍‌ଗୁଡ଼ିକୁ ସମ...