ଭାରତର ଦୃଷ୍ଟିକୋଣ ହେଉଛି ବିକାଶ ଏବଂ ସ୍ଥିରତା ସହ ଏକତ୍ର ଭାବେ ଆଗକୁ ବଢ଼ିବା:ବାଚସ୍ପତି ସୁରମା ପାଢ଼ୀ
ଭୁବନେଶ୍ୱର, ୧୭ ସେପ୍ଟେମ୍ବର: ବାଚସ୍ପତି ସୁରମା ପାଢ଼ୀ ଦକ୍ଷିଣ ଆଫି୍ରକା ଗସ୍ତରେ ଯାଇ କେପ୍ଟାଉନ୍ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ୬୯ତମ ଅଧିବେଶନରେ ଯୋଗ ଦେଇଛନ୍ତି । ସେଠାକାର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫୬ଟି ଦେଶର ବାଚସ୍ପତି, ମନ୍ତ୍ରୀ, ସାଂସଦ, ବିଧାୟକ ଓ ସଚିବଙ୍କ ସମେତ ବିଭିନ୍ନ ଦେଶର ପ୍ରତିନିଧିମାନେ ଯୋଗଦେଇଛନ୍ତି । ଅଧିବେଶନରେ ଉଦ୍ବୋଧନ ଦେଇ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ଭାରତର ଦୃଷ୍ଟିକୋଣ ହେଉଛି ବିକାଶ ଏବଂ ସ୍ଥିରତା ସହ ଏକତ୍ର ଭାବେ ଆଗକୁ ବଢ଼ିବା ଉଚିତ । ବିକାଶ ଏବଂ ଜଳବାୟୁ ସ୍ଥିରତା ପୃଥକ ଭାବରେ ଅନୁସରଣ କରାଯାଇପାରିବ ନାହିଁ । କୃଷି, ଜଳ, ଶକ୍ତି, ସ୍ୱାସ୍ଥ୍ୟ, ସହର, ଭିତ୍ତିଭୂମି, ଜଙ୍ଗଲ, ଉପକୂଳ ଏବଂ ବିପର୍ଯ୍ୟୟ ପରିଚାଳନା ସହିତ ଜଳବାୟୁ ସମସ୍ୟା ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏଣୁ ରାଜ୍ୟ ଏବଂ ସ୍ଥାନୀୟ ପ୍ରତିଷ୍ଠାନଗୁଡ଼ିକ ସ୍ଥାନୀୟ ପରିସ୍ଥିତି ଅନୁଯାୟୀ ପରିବେଶ ଏବଂ ସମ୍ବଳ ପାଇଁ ଉପଯୁକ୍ତ ସମାଧାନ ନିର୍ଣ୍ଣୟ କରନ୍ତି । ଜଳବାୟୁ ସ୍ଥିରତା ବିକାଶର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଥିବାରୁ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନକୁ ଏକାଠି ସମାଧାନ କରାଯିବା ଉଚିତ । ଏହା ଦ୍ୱାରା ସ୍ୱଚ୍ଛ ଶକ୍ତି, ଶକ୍ତି କ୍ଷେତ୍ରରେ ଦକ୍ଷତା, ଉନ୍ନତ ବର୍ଜ୍ୟ ପରିଚାଳନା, ଉନ୍ନତ ଅର୍ଥନୀତି ପଦ୍ଧତି ଦ୍ୱାରା ଜଳବାୟୁ, ଜନସ୍ୱାସ୍ଥ୍ୟ ଏବଂ ଜୀବନ...