ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରଜ୍ଜ୍ୱଳିତ ହେଲା ଏକ କୋଟି ଦୀପ।
Published by: Greatfuture Info ଭୁବନେଶ୍ୱର, ୧୭ ସେପ୍ଟେମ୍ବର ୨୦୨୬: ସଞ୍ଜ ନଇଁଆସୁଥିଲା। ଭୁବନେଶ୍ୱରର ଐତିହାସିକ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଧୀରେ ଧୀରେ ଜମୁଥିଲା ଆଲୋକର ବାତାବରଣ। ସେ ଆଲୋକ କୌଣସି କୃତ୍ରିମ ବୈଦ୍ୟୁତିକ ଲାଇଟ ନଥିଲା, ବରଂ ତାହା ଥିଲା ଆମ ପରମ୍ପରା ଓ ସଂସ୍କୃତିର ପ୍ରତୀକ ସ୍ୱରୂପ ପବିତ୍ର ସଳିତାର ଶିଖା। ଧାଡ଼ିରେ ଜଳୁଥିଲା ହଜାର ହଜାର ଦୀପ। ସନ୍ଧ୍ୟା ଆରତୀର ଘଣ୍ଟ ଘଣ୍ଟା-ଶଙ୍ଖ ଧ୍ୱନି ଏବଂ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଗାୟନରେ ମୁକ୍ତେଶ୍ୱର’ର ପ୍ରାଚୀନ ପାଷାଣ ପ୍ରାଚୀର ଗୁଞ୍ଜରିତ ହୋଇଉଠିଥିଲା। ଭକ୍ତିର ଏହି ମାଦକତା ଭିତରେ, ହଜାର ହଜାର ମହିଳା ଏକାଠି ହୋଇ ଜାଳିଥିଲେ ୧୧,୦୦୦ ରୁ ଅଧିକ ଦୀପ। ଗୋଟିଏ ପରେ ଗୋଟିଏ ସଳିତା ଜଳିଉଠିବା କ୍ଷଣି ସମ୍ପୂର୍ଣ୍ଣ ମନ୍ଦିର ପରିସର ଏକ ସ୍ୱର୍ଣ୍ଣାଭ ପ୍ରଭାରେ ପ୍ରଜ୍ୱଳିତ ହୋଇଉଠିଥିଲା, ଯେମିତି ମନେହେଉଥିଲା ଆକାଶର ତାରାସବୁ ମାଟିକୁ ଓହ୍ଲାଇ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ "ଆଶୀର୍ବାଦର ଦୀପ" କାର୍ଯ୍ୟକ୍ରମରେ ହଜାର ହଜାର ମହିଳା ତଥା ଯୁବବର୍ଗଙ୍କ ସମାଗମ ଏକ ଭାବପୂର୍ଣ୍ଣ ମୁହୂର୍ତ୍ତ ସୃଷ୍ଟି କରିଥିଲା। ହାତରେ ଜଳନ୍ତା ଦୀପ ଧରି ଉପସ୍ଥିତ ସମସ୍ତେ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ଦୀର୍ଘ ଆୟୁ, ସୁସ୍ଥ ଓ ନିରାମୟ ଜୀବନ ପାଇଁ ନିଷ୍ଠାପର ...