Posts

Showing posts with the label ଯାତ୍ରୀ ଚାହିଦା ପୂରଣ

ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଟ୍ରେନରେ ଅସ୍ଥାୟୀ ଭାବେ କୋଚ ସଂଖ୍ୟା ବୃଦ୍ଧି।

Image
Published by:Greatfuture Info  ଭୁବନେଶ୍ୱର, ୧୮/୦୯: ଯାତ୍ରୀମାନଙ୍କୁ ଅଧିକ ସୁବିଧାଜନକ ଯାତ୍ରା ସୁବିଧା ପ୍ରଦାନ କରିବା ସହ ଆଗାମୀ ସପ୍ତାହରେ ବଢ଼ିବାକୁ ଥିବା ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି, ଭାରତୀୟ ରେଳବାଇ ବିଭିନ୍ନ ଏକ୍ସପ୍ରେସ ଟ୍ରେନରେ ସାମୟିକ ଭାବେ ଅତିରିକ୍ତ କୋଚ ସଂଯୋଜନ କରିବ। ଏହି କ୍ରମରେ, ଟ୍ରେନ ସଂଖ୍ୟା ୧୨୮୩୭ ହାୱଡ଼ା–ପୁରୀ ଏକ୍ସପ୍ରେସ ଗୋଟିଏ ସ୍ଲିପର କ୍ଲାସ କୋଚ  ୨୦ ରୁ ୨୫ ସେପ୍ଟେମ୍ବର  ପର୍ଯ୍ୟନ୍ତ ସଂଯୋଜନ କରାଯିବ। ସେହିପରି, ଟ୍ରେନ ସଂଖ୍ୟା ୧୮୦୩୯ ଶାଲିମାର–ପୁରୀ ଏକ୍ସପ୍ରେସ ୨୦ ସେପ୍ଟେମ୍ବରରେ ଗୋଟିଏ ସ୍ଲିପର କ୍ଲାସ କୋଚ ଅତିରିକ୍ତ ଭାବେ ସଂଯୋଜନ କରାଯିବ। ସେହିପରି, ଟ୍ରେନ ସଂଖ୍ୟା ୧୮୦୪୫ ଶାଲିମାର–ଚାର୍ଲାପଲ୍ଲୀ ଏକ୍ସପ୍ରେସ ୧୯  ରୁ ୨୫ ସେପ୍ଟେମ୍ବର  ପର୍ଯ୍ୟନ୍ତ ଗୋଟିଏ ଏସି ୩-ଟାୟାର  କୋଚ୍ ସଂଯୋଜନ କରାଯିବ। ଟ୍ରେନ ସଂଖ୍ୟା ୧୮୦୬୩ ସାନ୍ତ୍ରାଗାଛି–ୟେଲାହଙ୍କା ଏକ୍ସପ୍ରେସ ୨୪ ସେପ୍ଟେମ୍ବରରେ ଗୋଟିଏ ଏସି ୩-ଟାୟାର କୋଚ ଅତିରିକ୍ତ ଭାବେ ସଂଯୋଜନ କରାଯିବ। ଏହାବ୍ୟତୀତ, ଟ୍ରେନ ସଂଖ୍ୟା ୧୮୧୦୭ ରାଉରକେଲା–ଜଗଦଲପୁର ଏକ୍ସପ୍ରେସ  ୧୯ ଓ ୨୦ ସେପ୍ଟେମ୍ବରରେ ଗୋଟିଏ ଅତିରିକ୍ତ  ସ୍ଲିପର କ୍ଲାସ କୋଚ ସହିତ ଚଳାଚଳ କରିବ   ଏହି ଅସ୍ଥାୟୀ କୋଚ୍ ବୃଦ୍ଧି  ଯାତ୍ରୀମାନଙ୍କୁ ଅଧିକ ବର୍ଥ ସୁବିଧା ଯୋଗାଇବ ଏବଂ ଏହି ସମୟ ମ...