Posts

Showing posts with the label ଏଆଇ ଆକସେସ

“ସାମ୍ନାକୁ ଆସିଲା ସାଇବର ଆକ୍ରମଣର ନୂଆ ଦିଗ: ସୁରକ୍ଷିତ ନୁହେଁ AI Access”

Image
Published by: Greatfuture Info  ନୂଆଦିଲ୍ଲୀ, ୧୯ ସେପ୍ଟେମ୍ବର ୨୦୨୬: ସାଇବର ଆକ୍ରମଣର ପୁରୁଣା ଧାରାରେ ହ୍ୟାକରମାନଙ୍କର ପ୍ରମୁଖ ଲକ୍ଷ୍ୟ ଥିଲା ତଥ୍ୟ, ପାସୱାର୍ଡ କିମ୍ବା ଆର୍ଥିକ ସୂଚନା ଚୋରି କରିବା। କିନ୍ତୁ କୃତ୍ରିମ ବୁଦ୍ଧିମତ୍ତା (AI)ର ବ୍ୟବହାର ବଢ଼ିବା ସହିତ ସାଇବର ଅପରାଧର ଏକ ନୂଆ ଦିଗ ସାମ୍ନାକୁ ଆସିଛି। ଏବେ ସାଇବର ଆକ୍ରମଣକାରୀମାନେ  କେବଳ ଡାଟା ନୁହେଁ, ବରଂ AI ସେବା ବ୍ୟବହାର କରିବାର ଆକ୍ସେସ୍‌ କିମ୍ବା credentials ମଧ୍ୟ ଚୋରି କରୁଛନ୍ତି। ସୁରକ୍ଷା ଗବେଷଣା ସଂସ୍ଥା Palo Alto Networks Unit 42 ଏହି ପ୍ରବୃତ୍ତିକୁ “AI Token Jacking” ବୋଲି ଚିହ୍ନଟ କରିଛି। ଏଥିରେ ଆକ୍ରମଣକାରୀ  ବୈଧ ଡେଭେଲପର କିମ୍ବା ସଂସ୍ଥାର AI API keys ଚୋରି କରି ସେଗୁଡ଼ିକୁ ନିଜ କାମରେ ବ୍ୟବହାର କରିପାରନ୍ତି କିମ୍ବା ଅନ୍ୟମାନଙ୍କୁ access ଯୋଗାଇ ଲାଭ କରିପାରନ୍ତି। ଚୋରି ହେଉଛି AI ବ୍ୟବହାରର ଅଧିକାର AI API keyକୁ ସରଳ ଭାଷାରେ ଏକ ପ୍ରକାର ଡିଜିଟାଲ୍‌ ଚାବି କୁହାଯାଇପାରେ। ଏହା ମାଧ୍ୟମରେ କୌଣସି software କିମ୍ବା application ପ୍ରତିଥର ମାନୁଆଲ୍‌ login ନକରି AI serviceକୁ ଆବେଦନ  ପଠାଇପାରେ। ଏହି key ଯଦି ସାଇବର ଆକ୍ରମଣକାରୀ ଙ୍କ   ହାତକୁ ଯାଏ, ତେବେ ତାଙ୍କୁ ସବୁବେଳେ ମୂଳ accountର password ଆବଶ୍ୟକ ପଡେନାହିଁ । ଚୋରି ହୋଇଥିବା ବୈଧ...