Posts

Showing posts with the label ଦକ୍ଷ ପରିବହନ

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଙ୍କ ଦ୍ୱାରା ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା।

Image
ଭୁବନେଶ୍ୱର, ସେପ୍ଟେମ୍ବର ୧୬, ୨୦୨୬ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ଚାଲିଥିବା ପୁନର୍ବିକାଶ କାର୍ଯ୍ୟର ନିରୀକ୍ଷଣ କରିବା ସହିତ ବିଭିନ୍ନ ଭିତ୍ତିଭୂମି ବିକାଶ ଓ ଯାତ୍ରୀ ସୁବିଧା ସମ୍ପର୍କିତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ନିରୀକ୍ଷଣ ସମୟରେ, ମହାପ୍ରବନ୍ଧକ ଷ୍ଟେସନର କନକୋର୍ସ ଏରିଆ, ପ୍ଲାଟଫର୍ମ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ପରିଦର୍ଶନ କରିବାସହ ଚାଲିଥିବା କାର୍ଯ୍ୟର ତଦାରଖ କରିଥିଲେ। କାର୍ଯ୍ୟନ୍ୱୟନକାରୀ ସଂସ୍ଥାଗୁଡ଼ିକର ପ୍ରତିନିଧି ଏବଂ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବା ସହିତ  ଗୁଣବତ୍ତା, ସୁରକ୍ଷା ଓ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବା ଉପରେ ଗୁରୁତ୍ୱ ଦେଇ ପ୍ରଗତିର ସମୀକ୍ଷା କରିଥିଲେ। ପୁନର୍ବିକାଶ କାର୍ଯ୍ୟ ଚାଲିଥିବା ସମୟରେ ଯାତ୍ରୀମାନଙ୍କୁ ଯେପରି କୌଣସି ଅସୁବିଧା ନହୁଏ ଏବଂ ଷ୍ଟେସନରେ ଯାତ୍ରୀମାନଙ୍କ ଯାତାୟାତ ସୁଗମ ରହେ, ସେଥିପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଭୁବନେଶ୍ୱର ରେଳ ଷ୍ଟେସନର ପୁନର୍ବିକାଶର ମୁଖ୍ୟ ଲକ୍ଷ୍ୟ ହେଉଛି ଏହାକୁ ଏକ ଆଧୁନିକ, ଯାତ୍ରୀ ଅନୁକୂଳ ଏବଂ ଦକ୍ଷ ପରିବହନ କେନ୍ଦ୍ରରେ ରୂପାନ୍ତରିତ କରିବା, ଯେଉଁଥିରେ ଯାତ୍ରୀଙ୍କ ସୁଗମ ଚଳପ୍ରଚଳ, ଉନ୍ନତ ପ୍ଲାଟଫର୍ମ ସୁବିଧା ଏବଂ ବର୍ଦ୍ଧିତ ଆନୁଷଙ୍ଗିକ ସୁବିଧା ସୁଯୋଗ...