ଓଡିଶା ସରକାର ଙ୍କ ପଂଚାୟତରାଜ ବିଭାଗ ଓ ପାନୀୟ ଜଳ ବିଭାଗ ଦ୍ୱାରା ସମାବେଶୀ ଓ ସ୍ଥାୟୀ ବିକାଶକୁ ସୁଦୃଢ କରିବା ପାଇଁ ସେଲ୍କୋ”ଫାଉଣ୍ଡେସନ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ।

ଭୁବନେଶ୍ୱର, 21 ସେପ୍ଟେମ୍ବର : ଦକ୍ଷିଣ ଓଡ଼ିଶାରେ ସମାବେଶୀ ଓ ସ୍ଥାୟୀ ବିକାଶକୁ ଆହୁରି ସୁଦୃଢ଼ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଓଡ଼ିଶା ସରକାର ଏବଂ “ସେଲ୍କୋ”ଫାଉଣ୍ଡେସନ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଉପସ୍ଥିତିରେ ବିଭାଗର କମିଶନର-ତଥା ଶାସନ ସଚିବ ଗିରୀଶ ଏସ୍.ଏନ୍. ଏବଂ “ସେଲ୍କୋ”ଫାଉଣ୍ଡେସନ୍‌ର ମୁଖ୍ୟ ଫାଇନାନ୍ସ ଅଧିକାରୀ ଭି.କେ. ଜୋବି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

ପ୍ରାରମ୍ଭିକ ପର୍ଯ୍ୟାୟରେ କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଏହି ସହଯୋଗ କାର୍ଯ୍ୟକାରୀ ହେବ। ସ୍ଥାୟୀ ଜୀବିକା ଓ ସ୍ଥାନୀୟ ଅର୍ଥନୈତିକ ବିକାଶ, ସ୍ୱାସ୍ଥ୍ୟ ଓ ପୁଷ୍ଟି, ସ୍ୱଚ୍ଛ ଶକ୍ତି, ଜଳବାୟୁ ସହନଶୀଳ ବିକାଶ, ଆଦିବାସୀ ଜ୍ଞାନ ଓ ନବସୃଜନ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗିତା ଭଳି କ୍ଷେତ୍ରରେ ମିଳିତ ଭାବେ ପଦକ୍ଷେପ ନିଆଯିବ।

 ଏହି ସହଯୋଗରେ ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ସହ ଜିଲ୍ଲା ପ୍ରଶାସନର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯିବ। ବିଦ୍ୟମାନ ସରକାରୀ ଯୋଜନା ଓ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ପ୍ରଯୁକ୍ତି, ବୈଷୟିକ ଜ୍ଞାନ, ନବସୃଜନ ଓ କ୍ଷମତା ବିକାଶର ଉପଯୋଗ କରାଯିବ। କୃଷକ, ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ଗୋଷ୍ଠୀ, ଯୁବବର୍ଗ, କାରିଗର, ଆଦିବାସୀ ସମୁଦାୟ, ଦିବ୍ୟାଙ୍ଗ ଏବଂ ଗ୍ରାମୀଣ କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ଜୀବିକା ଓ ଉଦ୍ୟୋଗିତାକୁ ବଜାର ସଂଯୋଗ, ପ୍ରଯୁକ୍ତି ଓ ଦକ୍ଷତା ବିକାଶ ମାଧ୍ୟମରେ ସୁଦୃଢ଼ କରାଯିବ।

 ସହଯୋଗର ଏକ ପ୍ରମୁଖ ଅଂଶ ଭାବେ ‘ସେବା ହବ୍’- ସେଣ୍ଟର ଫର ଏକ୍ସପର୍ଟାଇଜ୍ ଆଣ୍ଡ ଏନାବ୍ଲର୍ସ ଫର ରୁରାଲ ଟ୍ରାନ୍ସଫରମେସନ) ପ୍ରତିଷ୍ଠାର ପରିକଳ୍ପନା କରାଯାଇଛି। ଏହି କେନ୍ଦ୍ରଗୁଡ଼ିକ ସ୍ଥାନୀୟ ଆବଶ୍ୟକତା ଚିହ୍ନଟ, ବିଭିନ୍ନ ବିଭାଗ ଓ ସହଭାଗୀଙ୍କ ମଧ୍ୟରେ ସମନ୍ୱୟ, କ୍ଷମତା ବିକାଶ, ପ୍ରଯୁକ୍ତି ଓ ଅର୍ଥ ସୁବିଧା ସହ ଯୋଡ଼ିବା ଏବଂ ସଫଳ ପଦକ୍ଷେପର ବିସ୍ତାରରେ ସହାୟତା କରିବ।

ଏହି ବୁଝାମଣାପତ୍ର ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ନିର୍ଦ୍ଦିଷ୍ଟ ପ୍ରକଳ୍ପ ଓ ପଦକ୍ଷେପର ଆବଶ୍ୟକତା ଅନୁଯାୟୀ ପୃଥକ ଯୋଜନା ଓ ବ୍ୟବସ୍ଥା ମାଧ୍ୟମରେ ସହଯୋଗକୁ ଆଗକୁ ନିଆଯିବ। ସମୁଦାୟର ଅଂଶଗ୍ରହଣ, ପ୍ରଯୁକ୍ତି, ନବସୃଜନ ଓ ବୈଷୟିକ ଜ୍ଞାନକୁ ସମନ୍ୱିତ କରି ଦକ୍ଷିଣ ଓଡ଼ିଶାରେ ବିକାଶର ନୂଆ ସୁଯୋଗ ସୃଷ୍ଟି କରିବା ଏହି ସହଯୋଗର ମୁଖ୍ୟ ଲକ୍ଷ୍ୟ।

ବୈଠକରେ ନୀତି ଆୟୋଗର ପ୍ରାକ୍ତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବି.ଭି.ଆର, ଶୁଭ୍ରମନ୍ୟମ୍ ଏବଂ  ସେଲ୍କୋଫାଉଣ୍ଡେସନର କର୍ତ୍ତୃପକ୍ଷ ହରିଶ୍ ହାଣ୍ଡେ  ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ । 

 ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ପାଇଁ  ଆମର ପ୍ରମୁଖ ୩ଟି ସ୍ତମ୍ଭ ରହିଛି । ତାହା ହେଲା ସମୃଦ୍ଧି, ସୁସ୍ଥତା ଏବଂ ସମାନତା । ଏହି ପରିପ୍ରେକ୍ଷୀରେ ଆଜିର ସ୍ୱାକ୍ଷର ହୋଇଥିବା ବୁଝାମଣାପତ୍ର ଦକ୍ଷିଣ ଓଡ଼ିଶାର ଉପରୋକ୍ତ ଜିଲ୍ଲାଗୁଡ଼ିକରେ  ସମାବେଶୀ ଓ ସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ  କରିଛନ୍ତି । ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ସମ୍ପର୍କିତ କାର୍ଯ୍ୟକ୍ରମର ଅଗ୍ରଗତି ପ୍ରତି ମାସରେ ସମୀକ୍ଷା କରିବା ସହିତ ମୁଖ୍ୟ ଶାସନ ସଚିବ ଙ୍କ ସ୍ତରରେ ବର୍ଷକୁ ୨ ଥର ସମୀକ୍ଷା ବୈଠକ କରାଯିବା ନେଇ  ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । 

 ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଗଠନ ଦିଗରେ ଆମର ପ୍ରମୁଖ ୩ଟି ସ୍ତମ୍ଭ ହେଉଛି-ସମୃଦ୍ଧି, ସୁସ୍ଥତା ଓ ସମାନତା। ସମୃଦ୍ଧି ହାସଲ ପାଇଁ ସୁସ୍ଥ ମାନବ ସମ୍ବଳ ଏବଂ ସମାଜର ସମସ୍ତ ବର୍ଗଙ୍କ ପାଇଁ ସମାନ ସୁଯୋଗ ଓ ସମାବେଶୀ ବିକାଶ ଅପରିହାର୍ଯ୍ୟ। ତେଣୁ ସୁସ୍ଥତା ଓ ସମାନତା ହେଉଛି ସମୃଦ୍ଧିର ଦୁଇଟି ଅବିଚ୍ଛେଦ୍ୟ ଆଧାର। ଏହି ତିନୋଟି ଦିଗରେ ସମନ୍ୱିତ ଭାବେ ଆଗେଇ ଯାଇ ଏକ ସମୃଦ୍ଧ, ସୁସ୍ଥ ଓ ସମାନ ସୁଯୋଗଭିତ୍ତିକ ଓଡ଼ିଶା ଗଠନ ଦିଗରେ ମୁଖ୍ୟ ଶାସନ ଗୁରୁତ୍ୱାରୋପ କରିଥିଲେ । 

 ଏହି ପରିପ୍ରେକ୍ଷୀରେ ଆଜି ସ୍ୱାକ୍ଷରିତ ବୁଝାମଣାପତ୍ର ଦକ୍ଷିଣ ଓଡ଼ିଶାର ଉପରୋକ୍ତ ଜିଲ୍ଲାଗୁଡ଼ିକରେ ସମାବେଶୀ ଓ ସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା ସହିତ ଏହି ଲକ୍ଷ୍ୟ ପୂରଣରେ ସହାୟକ ହେବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବୁଝାମଣାପତ୍ର ଅନୁଯାୟୀ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ପ୍ରତି ମାସରେ ସମୀକ୍ଷା କରାଯିବ। ଏଥିସହିତ, ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବର୍ଷକୁ ଦୁଇଥର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Comments

Popular posts from this blog

ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି ଅନେକ ଜୀବନ।

ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......