Posts

Showing posts with the label ପାନୀୟ ଜଳ ବିଭାଗ

ଓଡିଶା ସରକାର ଙ୍କ ପଂଚାୟତରାଜ ବିଭାଗ ଓ ପାନୀୟ ଜଳ ବିଭାଗ ଦ୍ୱାରା ସମାବେଶୀ ଓ ସ୍ଥାୟୀ ବିକାଶକୁ ସୁଦୃଢ କରିବା ପାଇଁ ସେଲ୍କୋ”ଫାଉଣ୍ଡେସନ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ।

ଭୁବନେଶ୍ୱର, 21 ସେପ୍ଟେମ୍ବର : ଦକ୍ଷିଣ ଓଡ଼ିଶାରେ ସମାବେଶୀ ଓ ସ୍ଥାୟୀ ବିକାଶକୁ ଆହୁରି ସୁଦୃଢ଼ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଓଡ଼ିଶା ସରକାର ଏବଂ “ସେଲ୍କୋ”ଫାଉଣ୍ଡେସନ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଉପସ୍ଥିତିରେ ବିଭାଗର କମିଶନର-ତଥା ଶାସନ ସଚିବ ଗିରୀଶ ଏସ୍.ଏନ୍. ଏବଂ “ସେଲ୍କୋ”ଫାଉଣ୍ଡେସନ୍‌ର ମୁଖ୍ୟ ଫାଇନାନ୍ସ ଅଧିକାରୀ ଭି.କେ. ଜୋବି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଏହି ସହଯୋଗ କାର୍ଯ୍ୟକାରୀ ହେବ। ସ୍ଥାୟୀ ଜୀବିକା ଓ ସ୍ଥାନୀୟ ଅର୍ଥନୈତିକ ବିକାଶ, ସ୍ୱାସ୍ଥ୍ୟ ଓ ପୁଷ୍ଟି, ସ୍ୱଚ୍ଛ ଶକ୍ତି, ଜଳବାୟୁ ସହନଶୀଳ ବିକାଶ, ଆଦିବାସୀ ଜ୍ଞାନ ଓ ନବସୃଜନ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗିତା ଭଳି କ୍ଷେତ୍ରରେ ମିଳିତ ଭାବେ ପଦକ୍ଷେପ ନିଆଯିବ।  ଏହି ସହଯୋଗରେ ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ସହ ଜିଲ୍ଲା ପ୍ରଶାସନର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯିବ। ବିଦ୍ୟମାନ ସରକାରୀ ଯୋଜନା ଓ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ପ୍ରଯୁକ୍ତି, ବୈଷୟିକ ଜ୍ଞାନ, ନବସୃଜନ ଓ କ୍ଷମତା ବିକାଶର ଉପଯୋଗ କରାଯିବ। କୃଷକ, ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ଗୋଷ୍ଠୀ, ଯୁବବର୍ଗ, କାରିଗର, ଆଦିବାସୀ ସମୁଦାୟ, ଦିବ୍ୟାଙ...