ଓଡ଼ିଶାରେ SIR-2026 ପ୍ରକ୍ରିୟା ଶେଷ, ପ୍ରକାଶିତ ହେଲା ଚୂଡାନ୍ତ ରିପୋର୍ଟ।
Published by:-Greatfuture Info ଭୁବନେଶ୍ୱର, ୨୧ ସେପ୍ଟେମ୍ବର : ଭାରତର ନିର୍ବାଚନ କମିଶନଙ୍କ ୧୪ ମେ ୨୦୨୬ ତାରିଖର ପତ୍ର ସଂଖ୍ୟା ୨୩/୨୦୨୫-ERS (Vol. II) ଏବଂ ୩୧ ଜୁଲାଇ ୨୦୨୬ ତାରିଖର ପତ୍ର ସଂଖ୍ୟା ୨୩/୨୦୨୫-ERS (Vol. II)ରେ ଦିଆଯାଇଥିବା ନିର୍ଦ୍ଦେଶାନୁଯାୟୀ, ୦୧.୦୭.୨୦୨୬ କୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରି କରି ଓଡ଼ିଶାରେ ୨୦୨୬ ମସିହାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମ୍ପନ୍ନ ହୋଇଛି। ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ କରାଯାଉଛି। ୧. ସ୍ୱତନ୍ତ୍ର ସଘନ ସଂଶୋଧନ ପୂର୍ବର ଭୋଟର ତାଲିକା ଚିଠା ଭୋଟର ତାଲିକା ପ୍ରକାଶନର ଠିକ୍ ପୂର୍ବରୁ, ଅର୍ଥାତ୍ ୧୭.୦୫.୨୦୨୬ ସୁଦ୍ଧା ରାଜ୍ୟରେ ମୋଟ ମତଦାତାଙ୍କ ସଂଖ୍ୟା ୩,୩୩,୯୯,୫୯୧ ଥିଲା। ପୁରୁଷ ମହିଳା ତୃତୀୟ ଲିଙ୍ଗ ମୋଟ ୧,୬୮,୮୫,୨୮୩ ୧,୬୫,୧୧,୨୨୩ ୩,୦୮୫ ୩,୩୩,୯୯,୫୯୧ ୨. ପରିଗଣନା ଫର୍ମ ଏବଂ ଚିଠା ଭୋଟର ତାଲିକା – SIR – ପର୍ଯ୍ୟାୟ-୧ (୩୦.୦୫.୨୦୨୬ – ୨୮.୦୬.୨୦୨୬) ତତ୍ କାଳିନ ସମସ୍ତ ନିର୍ବାଚକଙ୍କପାଇଁ ପରିଗଣନା ଫର୍ମ (EFs) ପ୍ରସ୍ତୁତ ଓ ମୁଦ୍ରଣ କରାଯାଇ ବୁଥ୍ ସ୍ତରୀୟ ଅଧିକାରୀ (BLO)ମାନଙ୍କ ମାଧ୍ୟମରେ ବଣ୍ଟନ କରାଯାଇଥିଲା। ମୋଟ ୩,୧୩,୮୭,୦୩୪ଟି Fs ଯାହା ସମୁଦାୟ ନିର୍ବାଚକଙ୍କର...