ହ୍ଵାଟ୍ସଆପ ମାଧ୍ୟମରେ ସରକାରଙ୍କ ସହଜ ଆବେଦନ ସେବା
ହ୍ଵାଟ୍ସଆପ ମାଧ୍ୟମରେ ସରକାରଙ୍କ ସହଜ ଆବେଦନ ସେବା
"ଆମ ସାଥି " ହେଉଛି ଓଡିଶା ସରକାରଙ୍କ ଦ୍ୱାରା ଆରମ୍ବ କରାଯାଇଥିବା ଏକ ପ୍ରମୁଖ ଡିଜିଟାଲ ପଦକ୍ଷେପ |
ଏହା ଏକ ୟୁନିଫାଏଡ଼ ହ୍ଵାଟ୍ସଆପ ଚାଟବ୍ଟ୍ | ଯାହା ରାଜ୍ୟର ନାଗରିକ ମାନଙ୍କୁ ସିଧା ସଳଖ ହ୍ଵାଟ୍ସଆପ ମାଧ୍ୟମରେ ସରକାରୀ ସେବା ସହଜରେ ଉପଲବ୍ଧ କରାଇବ |
ମୁଖ୍ୟ ଉଦ୍ଦେଶ୍ୟ
ଲୋକମାନେ ସରକାରୀ କାର୍ଯ୍ୟାଳୟ ନଯାଇ ସିଧାସଳଖ ହ୍ଵାଟ୍ସଆପ ମାଧ୍ୟମରେ ସେବା ପାଇବାକୁ ସକ୍ଷମ ହେବେ|
ଡିଜିଟାଲ ସୁବିଧା ସମସ୍ତ ନାଗରିକ ପାଇଁ ସରକାରୀ ସେବାକୁ ଅଧିକ ସୁଗମ ଏବଂ ସହଜ କରିବା |
ଆବେଦନ ପ୍ରକ୍ରିୟାରେ ଲାଗୁଥିବା ସମୟ କୁ ହ୍ରାସ କରିବା ଓ ଶୀଘ୍ର ଫଳାଫଳ ପ୍ରଦାନ କରିବା |
ଏହା କିପରି କାମ କରେ ?
ଏହାକୁ ଓଡିଶା ସରକାର ଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ହ୍ଵାଟ୍ସଆପ ର ମୂଳ କମ୍ପାନୀ(Meta ) ସହଯୋଗରେ ବିକଶିତ କରାଯାଇଛି |
ବ୍ୟବହାର ପାଇଁ ଗୋଟିଏ ହ୍ଵାଟ୍ସଆପ ନମ୍ବର ବ୍ୟବହାର କରାଯାଏ |ପ୍ରସାରିତ ନମ୍ବର ଟି ହେଉଛି :-9437292000
ଏହା ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଉପଲବ୍ଧ |
ଯେଉଁମାନେ ଓଡ଼ିଆ କିମ୍ବା ଇଂରାଜୀ ରେ ଟାଇପ ଜାଣନ୍ତି ନାହିଁ ସେମାନେ ଭାରତ ସରକାରଙ୍କ ଅନ୍ୟ ପ୍ଲାଟଫର୍ମ ବ୍ୟବାହେର କରିପାରିବେ |
ପ୍ରାରମ୍ଭିକ ଭାବରେ "ଆମ ସାଥି " ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ ର 120 ରୁ ଅଧିକ ସେବା ଉପଲବ୍ଧ |
ମୁଖ୍ୟ ସେବା
ଜନ୍ମ ପ୍ରମାଣପତ୍ର ,ମୃତ୍ୟୁ ପ୍ରମାଣପତ୍ର ,ଆୟ ପ୍ରମାଣପତ୍ର ଆବାସିକ ପ୍ରମାଣପତ୍ର ,ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ଲାଇସେନ୍ସ ଓ କୃଷି ,ଶିକ୍ଷା ସମ୍ବଧୀୟ ସୂଚନା ଏବଂ ସହାୟତା ଇତ୍ୟାଦି |
ସେବା ପାଇବାର ପ୍ରକ୍ରିୟା
ପ୍ରସାରିତ ହ୍ଵାଟ୍ସଆପ ନମ୍ବର କୁ ଏକ ମେସେଜ ପଠାନ୍ତୁ | ଚାଟବ୍ଟ୍ ଆପଣଙ୍କୁ ଆବଶ୍ୟକୀୟ ସେବା ଚୟନ କରିବାର ବିକଳ୍ପ ଦେବ ,ଆପଣ ବିବରଣୀ ପ୍ରଦାନ କରି ଆବଶ୍ୟକୀୟ ସେବା ପାଇଁ ଆବେଦନ କରନ୍ତୁ |
ଆବେଦନ କରିବା ପରେ ଆବଶ୍ୟକୀୟ ପ୍ରମାଣପତ୍ର କିମ୍ବା ଫଳାଫଳ ସିଧାସଳଖ ଆପଣଙ୍କ ହ୍ଵାଟ୍ସଆପ କୁ ଆସିବ |
ଏହି ପଦକ୍ଷେପ ଓଡ଼ିଶାର ସେବା ପ୍ରଦାନ କ୍ଷେତ୍ର ରେ ପରିବର୍ତନ ଆସିପରେ ବୋଲି ଆଶା କରାଯାଉଛି |
Comments
Post a Comment