Posts

Showing posts with the label ରାଜ୍ୟ ମୁଖ୍ୟ ସୂଚନା କମିଶନର

Chief Information Commissioner Meets Governor Odisha news: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର।

Image
Chief Information Commissioner Meets Governor Odisha news:  Published by:Greatfuture Info  ଭୁବନେଶ୍ବର ୨୬/୧୦: ଆଜି ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ରାଜ୍ୟ ମୁଖ୍ୟ ସୂଚନା କମିଶନର ମନୋଜ ପରିଡ଼ାଙ୍କ ନେତୃତ୍ୱରେ ଓଡ଼ିଶା ସୂଚନା ଆୟୋଗର ଏକ ପ୍ରତିନିଧି ଦଳ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଅନ୍ୟ ରାଜ୍ୟ ସୂଚନା କମିଶନର ଜଗନ୍ନାଥ ରଥ, ପ୍ରଣବିନ୍ଦୁ ଆଚାର୍ଯ୍ୟ, ପବିତ୍ର ମଣ୍ଡଳ ଏବଂ କଳ୍ପନା ପଟ୍ଟନାୟକ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ମାନ୍ୟବର ରାଜ୍ୟପାଳଙ୍କୁ ଆୟୋଗର  ଉପଲବ୍ଧି ବାବଦରେ ଅବଗତ କରାଯାଇଥିଲା । ଏକ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ୧୮ ମାସ ମଧ୍ୟରେ ବିଚାରାଧୀନ ମାମଲା ସଂଖ୍ୟା ୨୨,୦୦୦ ରୁ ୫,୫୦୦ କୁ ହ୍ରାସ କରାଯାଇପାରିଛି। ଆୟୋଗ ଦେଶର ସର୍ବୋତ୍ତମ କାର୍ଯ୍ୟପଦ୍ଧତି ଅନୁସରଣ କରି ଶୁଣାଣି ଦିନ ହିଁ ସଂକ୍ଷିପ୍ତ ଆଦେଶନାମା ଜାରି କରିବାର ବ୍ୟବସ୍ଥା ଗ୍ରହଣ କରିଛି। ଏହା ବ୍ୟତୀତ, ଆବେଦନକାରୀଙ୍କ ସୁବିଧା ପାଇଁ ସମସ୍ତ ଶୁଣାଣି ଓଡ଼ିଆ ଭାଷାରେ କରାଯାଇଛି ବୋଲି କମିଶନର ଶ୍ରୀ ପରିଡ଼ା କହିଛନ୍ତି । ରାଜ୍ୟପାଳଙ୍କୁ ମୁଖ୍ୟ ସୂଚନା କମିଶନର ଶ୍ରୀ ପରିଡ଼ା ଜଣାଇଛନ୍ତି ଯେ,ଦୂର-ଦୂରାନ୍ତ ଅଞ୍ଚଳର ଆବେଦନକାରୀମାନଙ୍କୁ ନିଜ ମାମଲାର ବିଚାର ପାଇଁ ଭୁବନେଶ୍ୱର ଆସିବାକୁ ନ ପଡ଼ୁ, ସେଥିପାଇଁ ଆୟୋଗ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ଉପଲବ୍ଧ କରା...