Odisha Police Professional Competition 2026: କଟକ ବକ୍ସିବଜାରସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଚାଲିଥିବା ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତାି ଉଦ୍ଯାପିତ।
Odisha Police Professional Competition 2026 Published by: Greatfuture Info ଭୁବନେଶ୍ୱର, ୦୯.୧୦.୨୦୨୬: ଗତ ତିନିଦିନ ଧରି କଟକ ବକ୍ସିବଜାରସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଚାଲିଥିବା ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହରେ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ବର୍ଣ୍ଣାଢ୍ୟ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ନିଜ ଭାଷଣରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ, ଏଭଳି ବୃତ୍ତିଗତ ପ୍ରତିଯୋଗିତା ପୋଲିସ କର୍ମଚାରୀଙ୍କ ଆତ୍ମବିଶ୍ୱାସ ବଢ଼ାଇବା ସହିତ ସେମାନଙ୍କ ଦକ୍ଷତାକୁ ଶାଣିତ ଏବଂ ଭଲ କାମ କରିବାକୁ ପ୍ରେରଣା ପ୍ରଦାନ କରିଥାଏ । ପରିଶ୍ରମର ମାନ୍ୟତା ମିଳିଲେ କର୍ମଚାରୀମାନେ ଦ୍ୱିଗୁଣିତ ଉତ୍ସାହରେ କାର୍ଯ୍ୟ କରନ୍ତି। ପରିବାରଠାରୁ ଦୂରରେ ରହି ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଥିବା ପୋଲିସ କର୍ମଚାରୀଙ୍କ ସେବା, ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ସର୍ବଦା ପ୍ରଶଂସନୀୟ ବୋଲି ସେ ଉଲ୍ଲେଖ କରିଥିଲେ। ଏହାସହ ବୃତ୍ତିଗତ ପ୍ରତିଯୋଗିତା ପୋଲିସ କର୍ମଚାରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ସେମାନଙ୍କ ଦକ୍ଷତାର ବିକାଶ ଓ କାର୍ଯ୍ୟକୁଶଳତା ବୃଦ୍ଧିରେ...