SIR 2026 Update News : ଭୋଟର ତାଲିକାରେ ନାମ ସାମିଲ ହୋଇପାରି ନଥିବା ଯୋଗ୍ୟ ଭୋଟରଙ୍କ ସାମିଲ କରିବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ଏକ ସ୍ୱତନ୍ତ୍ର ଅଭିଯାନ ଆୟୋଜନ।
SIR 2026 Update News : Published by:Greatfuture Info ଭୁବନେଶ୍ୱର : ୧୦ ଅକ୍ଟୋବର ୨୦୨୬ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଭୋଟର ତାଲିକାରେ ନାମ ସାମିଲ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୭, ୮ ଓ ୯ ତାରିଖରେ ରାଜ୍ୟବ୍ୟାପୀ ଏକ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯାଇଥିଲା। ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟାରେ ଭୋଟର ତାଲିକାରେ ନାମ ସାମିଲ ହୋଇପାରି ନଥିବା ଯୋଗ୍ୟ ଭୋଟରଙ୍କ ସମେତ ନୂତନ ଓ ଯୁବ ଭୋଟରମାନଙ୍କୁ ତାଲିକାରେ ସାମିଲ ହେବାର ସୁଯୋଗ ପ୍ରଦାନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ତିନିଦିନିଆ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୨୬,୪୪୬ଟି ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରଗୁଡ଼ିକ ମାଧ୍ୟମରେ ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ସମ୍ପର୍କରେ ସଚେତନ କରିବା ସହ ଆବଶ୍ୟକ ଆବେଦନପତ୍ର ଦାଖଲ କରିବାର ସୁବିଧା ଯୋଗାଇ ଦିଆଯାଇଥିଲା। ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ଭୋଟର ତାଲିକାରେ ନାମ ସାମିଲ ହୋଇପାରି ନଥିବା ଯୋଗ୍ୟ ଭୋଟରମାନଙ୍କଠାରୁ ୧,୪୪୮ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ କରାଯାଇଥିବାବେଳେ ନୂତନ ଓ ଯୁବ ଭୋଟରମାନଙ୍କଠାରୁ ୩୨,୦୬୭ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ କରାଯାଇଛି। ଏହିପରି ମୋଟ ୩୩,୫୧୫ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ କରାଯାଇଛି। ଅକ୍ଟୋବର ମାସ ଶେଷ ପର...