Posts

Showing posts with the label ୨୦୨୬

JAN VISHWAS ACT 2026 Compliance Report: ଜନ ବିଶ୍ୱାସ ଅଧିନିୟମ- ୨୦୨୬ ଅନୁଯାୟୀ ରେଳ ନିୟମର ଅନୁପାଳନକୁ ଅଧିକ ସୁଦୃଢ଼ କରିଛି।

Image
JAN VISHWAS ACT 2026 Compliance Report :  Published By:Greatfuture Info  ଭୁବନେଶ୍ୱର, ୨୪ ଅକ୍ଟୋବର ୨୦୨୬ ପୂର୍ବ ତଟ ରେଳପଥ ଯାତ୍ରୀ ସୁରକ୍ଷା, ଜନସାଧାରଣଙ୍କ ସୁବିଧା, ପରିଚ୍ଛନ୍ନତା ଏବଂ ରେଳବାଇ ପରିସରରେ ଦାୟିତ୍ୱପୂର୍ଣ୍ଣ ଆଚରଣକୁ ସୁନିଶ୍ଚିତ କରିବା ଦିଗରେ ଜନ ବିଶ୍ୱାସ ଅଧିନିୟମ, ୨୦୨୬ ଅନୁଯାୟୀ ରେଳ ନିୟମର ଅନୁପାଳନକୁ ଅଧିକ ସୁଦୃଢ଼ କରିଛି। ୧୯ ଜୁନ୍ ୨୦୨୬ ଠାରୁ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବିଭିନ୍ନ ନିୟମ ଉଲ୍ଲଂଘନ ଅଭିଯୋଗରେ ପୂର୍ବ ତଟ ରେଳପଥ ପକ୍ଷରୁ ୧୯,୩୮୮ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ଠାରୁ ରେଳବାଇ ଅଧିନିୟମ, ୧୯୮୯ର ପ୍ରଯୁଜ୍ୟ ବ୍ୟବସ୍ଥା ଅନୁଯାୟୀ ମୋଟ ୧,୦୦,୬୮,୧୨୫ ଟଙ୍କା (ଏକ କୋଟିରୁ ଅଧିକ ଟଙ୍କା) ଜୋରିମନା ଆଦାୟ କରାଯାଇଛି। ଜନ ବିଶ୍ୱାସ ଅଧିନିୟମ, ୨୦୨୬ ଅନୁଯାୟୀ ରେଳବାଇ ଅଧିନିୟମ, ୧୯୮୯ର ବିଭିନ୍ନ ଧାରାରେ ସଂଶୋଧନ କରାଯାଇଛି। ସଂଶୋଧିତ ଦଣ୍ଡବିଧାନ ବ୍ୟବସ୍ଥା ମାଧ୍ୟମରେ ନିୟମ ପାଳନକୁ ପ୍ରୋତ୍ସାହିତ କରିବା ଏବଂ ଉତ୍ତରଦାୟିତ୍ୱକୁ ସୁଦୃଢ଼ କରିବା ଏହାର ଉଦ୍ଦେଶ୍ୟ। ଏହି ବ୍ୟବସ୍ଥା ଗୁଡ଼ିକର କାର୍ଯ୍ୟକାରିତା ମାଧ୍ୟମରେ ପୂର୍ବ ତଟ ରେଳପଥ ବେଆଇନ କାର୍ଯ୍ୟକଳାପକୁ ନିରୁତ୍ସାହିତ କରିବା, ରେଳବାଇ ପରିସରରେ ଶୃଙ୍ଖଳିତ ଯାତାୟାତ ସୁନିଶ୍ଚିତ କରିବା ଏବଂ ଯାତ୍ରୀମାନଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ପଦକ୍ଷେପ ନେଉଛି। ଏହି ଅଭିଯାନରେ ବେଆଇନ ଭାବେ ହକର କରିବା ଓ ...