Posts

Showing posts with the label ଆଇସିଡିଆଇର ପରାମର୍ଶ କର୍ମଶାଳା

କୃଷି ଓ ସହଯୋଗୀ କ୍ଷେତ୍ରର ବିକାଶ ପାଇଁ ଓଡ଼ିଶାରେ ପ୍ରଥମ ICDI ପରାମର୍ଶ କର୍ମଶାଳା।

Image
Published By: Greatfuture Info  ଭୁବନେଶ୍ୱର, ୨୪ ସେପ୍ଟେମ୍ବର: ଓଡ଼ିଶାରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ବିକାଶ ଏବଂ କୃଷକଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ପ୍ରଥମ ସମନ୍ୱିତ କ୍ଲଷ୍ଟର ବିକାଶ ପଦକ୍ଷେପ ବା ଆଇସିଡିଆଇର ପରାମର୍ଶ କର୍ମଶାଳା ଆୟୋଜିତ ହୋଇଛି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟରରେ ଅନୁଷ୍ଠିତ କର୍ମଶାଳାରେ କ୍ଲଷ୍ଟରଭିତ୍ତିକ ବିକାଶର ସମ୍ଭାବନା, ପ୍ରାଥମିକ କ୍ଷେତ୍ର ଚିହ୍ନଟ, ଭିତ୍ତିଭୂମି ଓ ବଜାର ସଂଯୋଗ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦ, ନୀତି ଆୟୋଗ ଓ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ମିଳିତ ଆନୁକୂଲ୍ୟରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଛି। ଏଥିରେ ପରିଷଦ ଅଧ୍ୟକ୍ଷ ପ୍ରଫେସର ଏସ୍. ମହେନ୍ଦ୍ର ଦେବ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ। କର୍ମଶାଳାରେ ପ୍ରଫେସର ଦେବ କହିଥିଲେ, କେବଳ ଉତ୍ପାଦନ ବୃଦ୍ଧି ନୁହେଁ, କୃଷକଙ୍କ ଆୟ ବୃଦ୍ଧିକୁ ଗୁରୁତ୍ୱ ଦେବା ଆବଶ୍ୟକ। ଉତ୍ପାଦନ ପରବର୍ତ୍ତୀ ପ୍ରକ୍ରିୟାକରଣ, ମୂଲ୍ୟବୃଦ୍ଧି, ବଜାର ସଂଯୋଗ ଏବଂ କୃଷକ ଉତ୍ପାଦକ ସଂଗଠନ ଓ ସମବାୟର ଭୂମିକାକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ପାଇଲଟ୍ ପ୍ରକଳ୍ପ ଭାବେ ପୁରୀ ଓ ଗଞ୍ଜାମ ଜିଲ୍ଲାରେ କ୍ଲଷ୍ଟର ବିକାଶ ପଦକ୍ଷେପ ଆରମ୍ଭ କରାଯିବ। ପର...