OLIC ଅଧୀନରେ ୧୬୫୮ ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ଉପରେ ରାଜସ୍ୱ ମନ୍ତ୍ରୀଙ୍କ ଗୁରୁତ୍ୱ।
Published By: Greatfuture Info ଭୁବନେଶ୍ବର, ସେପ୍ଟେମ୍ବର ୨୫ : ଓଡ଼ିଶା ଉଠା ଜଳସେଚନ ନିଗମ (Odisha Lift Irrigation Corporation) ଅଧୀନରେ ୧୬୫୮ଟି ଉଠା ଜଳସେଚନ ପ୍ରକଳ୍ପର ମରାମତି ତଥା ପୁନରୁଦ୍ଧାର ନିମନ୍ତେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବୈଠକରେ ଉପସ୍ଥିତ ରହି ସୁବିସ୍ତୃତ ଆଲୋଚନା କରିଥିଲେ l ଲଗାଣ ବର୍ଷା ତଥା ବନ୍ୟା ପରିସ୍ଥିତି ଯୋଗୁଁ ପ୍ରଭାବିତ ତଥା କ୍ଷତିଗ୍ରସ୍ତ ହୋଇଥିବା ଉପରୋକ୍ତ ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକର ନିରୀକ୍ଷଣ କରି ଆବଶ୍ୟକ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିଥିଲେ l ଶକ୍ତି ବିଭାଗ, ଜଳସମ୍ପଦ ବିଭାଗ ଏବଂ ସ୍ପେଶାଲ୍ ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ମଧ୍ୟରେ ସମନ୍ଵୟ ରକ୍ଷା କରି ଏହି ପୁନରୁଦ୍ଧାର କାର୍ଯ୍ୟ କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲେ l ଚଳିତ ବର୍ଷ ଦୀର୍ଘ ସମୟ ଧରି ପ୍ରତିକୂଳ ପାଣିପାଗ ପରିସ୍ଥିତି ପରିପ୍ରେକ୍ଷୀରେ ପ୍ରଭାବିତ ହୋଇଥିବା ବିଭିନ୍ନ ବିଭାଗର ପ୍ରକଳ୍ପ ତଥା କାର୍ଯ୍ୟର ମର...