ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚିହ୍ନ ଇ-ନିଲାମୀରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରମୁଖ ଆକର୍ଷଣ।
Published by: Greatfuture Info Bhubaneswar, September 25, 2026 ଭୁବନେଶ୍ୱର, ୨୫ ସେପ୍ଟେମ୍ବର: ଚଳିତ ବର୍ଷର ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚିହ୍ନ ଇ-ନିଲାମୀରେ ଓଡ଼ିଶାର ବିବିଧ ସାଂସ୍କୃତିକ ଐତିହ୍ୟ ପ୍ରମୁଖ ଆକର୍ଷଣ ସାଜିଛି । ଏଥିରେ ରାଜ୍ୟର ଆଧ୍ୟାତ୍ମିକ ପରମ୍ପରା, କଳାତ୍ମକ କାରିଗରୀ, ଚିତ୍ରକଳା, ବୟନଶିଳ୍ପ ଓ ସାହିତ୍ୟ ପରମ୍ପରାକୁ ପ୍ରତିଫଳିତ କରୁଥିବା ବିଭିନ୍ନ ସାମଗ୍ରୀ ସାମିଲ କରାଯାଇଛି। ସଂଗୃହିତ ସାମଗ୍ରୀ ମଧ୍ୟରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଉପରେ ଆଧାରିତ ବିଭିନ୍ନ କଳାକୃତି ସହିତ ଓଡ଼ିଶାର ଆଞ୍ଚଳିକ ଦେବଦେବୀ ପାରମ୍ପରିକ କଳାଶୈଳୀ, ବୟନଶିଳ୍ପ, ପର୍ବପର୍ବାଣି ଏବଂ ବିଶିଷ୍ଟ ସାଂସ୍କୃତିକ ବ୍ୟକ୍ତିତ୍ୱଙ୍କୁ ପ୍ରତିନିଧିତ୍ୱ କରୁଥିବା ସାମଗ୍ରୀ ସ୍ଥାନ ପାଇଛି । ବିଶେଷ ଆକର୍ଷଣୀୟ ସାମଗ୍ରୀଗୁଡ଼ିକ ମଧ୍ୟରେ ରଥ ଉପରେ ବିରାଜମାନ ମହାପ୍ରଭୁ ଶ୍ରୀଜଗନ୍ନାଥ ଦେବୀ, ସୁଭଦ୍ରା ଏବଂ ମହାପ୍ରଭୂ ବଳଭଦ୍ର ବିରାଜମାନ ହୋଇଥିବା ଏକ କଳାକୃତି ରହିଛି । ଏଥିରେ ଅତ୍ୟନ୍ତ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ରଥ ଉପରେ ଶ୍ରୀଜୀଉମାନେ ବିରାଜମାନ କରିଥିବା ଦୃଶ୍ୟ ଚିତ୍ରଣ କରାଯାଇଛି, ଯାହା ରଥଯାତ୍ରାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ମହତ୍ତ୍ୱକୁ ପ୍ରତିପାଦିତ କରେ । ଏହି ସଂଗ୍ରହରେ ପୁରୀ ରଥଯାତ୍ରା ଉପରେ ଆଧାରିତ ଏକ ପଟ୍ଟଚିତ୍ର ମଧ୍ୟ ସାମିଲ ରହିଛି । ଏଥିରେ ନୃତ...