କଟକ ରେଳ ଷ୍ଟେସନରେ ସ୍ୱଚ୍ଛତା ଅଭିଯାନ, ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ।
Published by:Greatfuture Info ଭୁବନେଶ୍ୱର, ସେପ୍ଟେମ୍ବର ୨୬, ୨୦୨୬: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି କଟକ ରେଳ ଷ୍ଟେସନରେ 'ସ୍ୱଚ୍ଛତା ହିଁ ସେବା- ୨୦୨୬' ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଷ୍ଟେସନର ପୂର୍ବ ପାର୍ଶ୍ୱ ମୁଖ୍ୟ ପ୍ରବେଶ ପଥ ନିକଟରେ ସଫେଇ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ସେ ରେଳ ଅଧିକାରୀ, କର୍ମଚାରୀ ଓ ଯାତ୍ରୀମାନଙ୍କୁ ରେଳ ପରିସରକୁ ସ୍ୱଚ୍ଛ ରଖିବାରେ ସହଯୋଗ କରିବାକୁ ଉତ୍ସାହିତ କରିଥିଲେ। ସ୍ୱଚ୍ଛତା ଅଭିଯାନ ଅବସରରେ ଶ୍ରୀ ଫୁଙ୍କୱାଲ ଯାତ୍ରୀମାନଙ୍କ ସହ ଆଲୋଚନା କରି ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ଦିଗରେ ସଚେତନ ହେବାକୁ ଆହ୍ୱାନ କରିଥିଲେ। ସେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟାଗ୍ର ବ୍ୟବହାର ଏଡ଼ାଇବା ସହ ଏହାର ବିକଳ୍ପ ଭାବେ ପରିବେଶ ଅନୁକୂଳ ପୁନଃବ୍ୟବହାର ଯୋଗ୍ୟ ଝୋଟ ବ୍ୟାଗ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସେ ଯାତ୍ରୀମାନଙ୍କୁ ଝୋଟ ବ୍ୟାଗ୍ ବଣ୍ଟନ କରି ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକର ବ୍ୟବହାର କମାଇବା ଏବଂ ସ୍ୱଚ୍ଛ ଓ ସବୁଜ ପରିବେଶ ଗଠନରେ ସହଯୋଗ କରିବାକୁ ଆହ୍ୱାନ କରିଥିଲେ। ମହାପ୍ରବନ୍ଧକ ଯାତ୍ରୀମାନଙ୍କୁ ରେଳ ପରିସରରେ ଆବର୍ଜନା ଏଣେତେଣେ ନ ପକାଇ ନିର୍ଦ୍ଧାରିତ ଡଷ୍ଟବିନ୍ରେ ପକାଇବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ, ରେଳ ଷ୍ଟେସନରେ ସ୍ୱଚ୍ଛତା ବଜାୟ ରଖିବା କେବଳ ରେଳ ପ୍ରଶାସନର ଦାୟିତ୍ୱ ...