ପୂର୍ବ ତଟ ରେଳପଥର ସୌର CCTV ନେଟୱର୍କରେ ଅପରାଧ ହ୍ରାସ।
Published by:-Greatfuture Info ଭୁବନେଶ୍ୱର, ସେପ୍ଟେମ୍ବର ୨୫: ରେଳ ସୁରକ୍ଷା ଓ ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ପୂର୍ବତଟ ରେଳପଥ ପକ୍ଷରୁ ସୌରଚାଳିତ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ଉଲ୍ଲେଖନୀୟ ଫଳାଫଳ ପ୍ରଦାନ କରିଛି। ସୌରଚାଳିତ ସିସିଟିଭି ଦ୍ୱାରା ନିରୀକ୍ଷଣ କରାଯାଉଥିବା ସ୍ଥାନଗୁଡ଼ିକରେ ବିଭିନ୍ନ ଅପରାଧ ଘଟଣାରେ ବ୍ୟାପକ ହ୍ରାସ ପରିଲକ୍ଷିତ ହୋଇଛି। କ୍ୟାମେରା ସ୍ଥାପନ ପୂର୍ବରୁ ଜାନୁଆରୀରୁ ଅଗଷ୍ଟ ୨୦୨୫ ଏବଂ ସୌର ଶକ୍ତି ଚାଳିତ ସିସିଟିଭି କ୍ୟାମେରା ସ୍ଥାପନ ପରେ ଜାନୁଆରୀରୁ ଅଗଷ୍ଟ ୨୦୨୬ ମଧ୍ୟରେ ଘଟିଥିବା ଅପରାଧିକ ଘଟଣାଗୁଡ଼ିକର ଏକ ତୁଳନାତ୍ମକ ବିଶ୍ଳେଷଣରୁ ଜଣାପଡ଼େ ଯେ ରେଳବାଇ ସହ ଜଡ଼ିତ ବିଭିନ୍ନ ବର୍ଗର ମାମଲାରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ଅପରାଧ ଘଟଣାରେ ପ୍ରଭାବ: ସାବୋଟାଜ୍/ବାହ୍ୟ ବସ୍ତୁ ରଖିବା: ମାମଲା ସଂଖ୍ୟା ୧ରୁ 0କୁ ଖସିଛି (୧୦୦% ହ୍ରାସ) କେବୁଲ୍ କାଟିବା: ମାମଲା ସଂଖ୍ୟା ୧୦ରୁ ୧କୁ ଖସିଛି (୯୦% ହ୍ରାସ) ପଥର ଫିଙ୍ଗିବା: ମାମଲା ସଂଖ୍ୟା ୨୦ରୁ ୩କୁ ଖସିଛି (୮୫% ହ୍ରାସ) ଯାତ୍ରୀଙ୍କ ସାମଗ୍ରୀ ଚୋରି: ମାମଲା ସଂଖ୍ୟା ୨ରୁ 0କୁ ଖସିଛି (୧୦୦% ହ୍ରାସ) ଆଲାର୍ମ ଚେନ୍ ଟାଣିବା: ମାମଲା ସଂଖ୍ୟା ୧୫୮ରୁ ୨୯କୁ ଦ୍ରୁତ ଗତିରେ ହ୍ରାସ ପାଇଛି (୮୨% ହ୍ରାସ) ଅନ୍ୟାନ୍ୟ ଅପରାଧ: ମାମଲା ସଂଖ୍ୟା ୯ରୁ ୧କୁ ଖସିଛି (୯୦% ହ୍ରାସ) ସାମଗ୍ରିକ ଭାବେ, ଏହି ବର୍ଗଗୁଡ଼ିକରେ ରିପୋର୍ଟ ହୋଇଥିବ...