Posts

Showing posts from April, 2026

CSC Loan Services update : ସମ୍ଭାବ୍ୟ ଗ୍ରାହକ ସୃଷ୍ଟି ଜନସେବା କେନ୍ଦ୍ର ର ଋଣ ସେବା।

Image
                  CSC Loan Services update :                                 ଭାରତବର୍ଷରେ ଜନସେବା କେନ୍ଦ୍ର (CSC) ଡିଜିଟାଲ ସେତୁ ଭାବେ  ସହର ଓ ଗ୍ରାମ ମଧ୍ୟରେ ଏକ ମୁଖ୍ୟ ସେବାକ୍ଷେତ୍ର ଭାବରେ କାର୍ଯ୍ୟ କରି ଆସୁଛି ।  ଜନସେବା କେନ୍ଦ୍ର ମାଧ୍ୟମରେ ଉଭୟ ସରକାରୀ ଓ ବେସରକାରୀ  ସେବା ଗ୍ରାହକଙ୍କ ପାଖରେ ପହଂଚିପାରୁଛି । ସେଥିରେ ବିଭିନ୍ନ ସେବା ମଧ୍ୟରୁ ବ୍ୟାଙ୍କ ଋଣ ସେବା ଏକ ଅନ୍ୟତମ ସେବା।ସମ୍ଭାବ୍ୟ ଗ୍ରାହକ ଯୋଗାଇବା ଏକ ଗୁରୁତ୍ୱପୂର୍ଣ୍ଣ ଓ ଆର୍ଥିକ  ଲାଭଦାୟକ ସେବା ଭାବେ ପରିଗଣିତ ହୋଇଛି। ଜନସେବା କେନ୍ଦ୍ରର ଭୂମିକା ଜନସେବା କେନ୍ଦ୍ର ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗ୍ରାମୀଣ, ସହର ଓ ଅର୍ଧ-ସହର ଅଞ୍ଚଳର ଲୋକମାନଙ୍କୁ ସହଜ ଭାବରେ ଡିଜିଟାଲ ସେବା ପ୍ରଦାନ କରିବା । ଆଜିକାଲି ବ୍ୟାଙ୍କିଂ ସେବାରେ ଜନସେବା କେନ୍ଦ୍ର ଏକ ଭରସାଯୋଗ୍ୟ ମାଧ୍ୟମ ହେବାସହିତ ଅନେକ ଲୋକ ସିଧାସଳଖ ବ୍ୟାଙ୍କକୁ ଯିବା ପରିବର୍ତ୍ତେ ଜନସେବା କେନ୍ଦ୍ର ମାଧ୍ୟମରେ ଋଣ ସମ୍ପର୍କିତ ସୂଚନା ଓ ଋଣ ପାଇଁ ଆବେଦନ ମଧ୍ୟ କରୁଛନ୍ତି । ସମ୍ଭାବ୍ୟ ଗ୍ରାହକ ଯୋଗାଇବା କହିଲେ କ’ଣ ବୁଝାଯାଏ? ସମ୍ଭାବ୍ୟ ଗ୍ରାହକ ଯୋଗାଇବା ...

Digilocker platform fully Information : ସୁରକ୍ଷିତ ଓ କ୍ଲାଉଡ଼ ଆଧାରିତ ପ୍ଲାଟଫର୍ମ "ଡିଜିଲକର"

Image
                                                                   Digilocker platform fully Information :  ଭାରତ ସରକାରଙ୍କ ଡିଜିଟାଲ ଭାରତ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଡିଜିଲକର।  ଏହା ଏକ ସୁରକ୍ଷିତ କ୍ଲାଉଡ୍ ଆଧାରିତ ପ୍ଲାଟଫର୍ମ, ଯେଉଁଥିରେ ନାଗରିକମାନେ ନିଜର ଦରକାରୀ ଡକ୍ୟୁମେଣ୍ଟ (ଯଥା ପାନ ଆଧାର , ଡ୍ରାଇଭିଂ ଲାଇସେନ୍ସ, ଆରସି , ଶିକ୍ଷା ପ୍ରମାଣପତ୍ର ଓ ଅନ୍ୟାନ୍ୟ ପ୍ରମାଣପତ୍ର ଇତ୍ୟାଦି) କୁ ଡିଜିଟାଲ ଭାବରେ ସଂରକ୍ଷଣ କରିପାରନ୍ତି।  ଏହାକୁ Ministry of Electronics and Information Technology (MeitY) ଦ୍ୱାରା ପରିଚାଳିତ କରାଯାଉଛି। ଡିଜିଲକର କ’ଣ? ଡିଜିଲକର ହେଉଛି ଏକ ଡିଜିଟାଲ ଡକ୍ୟୁମେଣ୍ଟ ୱାଲେଟ,,ଯେଉଁଠାରେ ଆପଣ ନିଜର ଦଳିଲଗୁଡ଼ିକୁ ନିରାପଦ ଭାବରେ ରଖିପାରିବେ। ଏହା ଆଧାର ସହିତ ଲିଙ୍କ ହୋଇଥାଏ, ଯାହାଦ୍ୱାରା ଆପଣଙ୍କର ଡକ୍ୟୁମେଣ୍ଟ ସତ୍ୟତା ଯାଞ୍ଚ ଭାବରେ ଉପଲବ୍ଧ ହୁଏ। ଡିଜିଲକରର କାର୍ଯ୍ୟକାରିତା   ଡକ୍ୟୁମେଣ୍ଟ ସଂରକ୍ଷଣ ଆପଣ ନିଜର ସମସ୍ତ ଦରକାରୀ ଡକ୍ୟୁମେଣ୍ଟକୁ ...

Udyam registration and new rule: ଉଦ୍ୟମ ପଞ୍ଜିକରଣ ଓ ଏହାର ଆଇନଗତ ଉପକାରିତା ଦିଗ।

Image
          Udyam registration and new rule:                                                      ଭାରତର ସୁକ୍ଷ୍ମ କ୍ଷୁଦ୍ର ଓ  ମଧ୍ୟମ ଉଦ୍ୟୋଗ  ( ଏମଏସଏମଇ) ବିଭାଗ ଦେଶର ଅର୍ଥନୀତିରେ ଅତ୍ୟନ୍ତ ଦୃଢ଼ ଭୂମିକା ନିଭାଉଛି। ଏହି ବିଭାଗକୁ ଶକ୍ତିଶାଳୀ କରିବା ପାଇଁ ଭାରତ ସରକାର ଉଦ୍ୟମ ପଞ୍ଜିକରଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ପୂର୍ବରୁ ଏହାକୁ “ଉଦ୍ୟୋଗ ଆଧାର” ବୋଲି ଜଣାଯାଉଥିଲା, କିନ୍ତୁ 2020 ପରେ ଏହାକୁ ଅଧିକ ସରଳ ଓ ଡିଜିଟାଲ କରାଯାଇଛି। ଉଦ୍ୟମ ପଞ୍ଜିକରଣ କଣ? ଉଦ୍ୟମ ପଞ୍ଜିକରଣ ହେଉଛି ଏକ ସରକାରୀ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା, ଯାହା ଦ୍ୱାରା ସୁକ୍ଷ୍ମ,ଛୋଟ ଓ ମଧ୍ୟମ ବ୍ୟବସାୟଗୁଡ଼ିକୁ ସରକାରଙ୍କ ପକ୍ଷରୁ ଆଧିକାରିକ ଭାବେ ସ୍ୱୀକୃତି ମିଳେ। ଏହାକୁ ପାଇବା ପାଇଁ କେବଳ ଆଧାର ନମ୍ବର ଓ କିଛି ମୂଳ ତଥ୍ୟ ଦେଇ ଅନଲାଇନ ଆବେଦନ କରିବାକୁ ପଡ଼େ। କିଏ ଉଦ୍ୟମ ପଞ୍ଜିକରଣ କରିପାରିବେ? ନୂଆ ବ୍ୟବସାୟ  ଛୋଟ ଦୋକାନ ଓ ସେବା ଦାତା ଉତ୍ପାଦନ  କମ୍ପାନୀ ବ୍ୟବସାୟୀ, ଫ୍ରିଲାନ୍ସର ଆତ୍ମ ନିଯୁକ୍ତ ବ୍ୟକ୍ତି ଏମଏସଏମଇ ବର୍ଗୀକରଣ  ଉଦ୍ୟମ...

Odisha Gazette on-line apply :-ଓଡିଶା ଗେଜ଼ଟ ͖ ବିଂଜ୍ଞପ୍ତି ପ୍ରମାଣପତ୍ର ପାଇଁ ଆବେଦନ ପ୍ରକ୍ରିୟା

Image
           Odisha Gazette on-line apply :                                         ଓଡିଶା ଗେଜେଟ ବିଜ୍ଞପ୍ତି  ହେଉଛି ସରକାରୀ ଭାବରେ କୌଣସି ତଥ୍ୟ, ପରିବର୍ତ୍ତନ ବା ଘୋଷଣାକୁ ସାର୍ବଜନୀନ କରିବା ପାଇଁ ପ୍ରକାଶିତ ଏକ ଆଧିକାରିକ ଡକ୍ୟୁମେଣ୍ଟ। ଏହାକୁଓଡିଶା ସରକାର ଙ୍କ  ଦ୍ୱାରା ପ୍ରକାଶ କରାଯାଏ ଏବଂ ଏହାର ଆଇନଗତ ମୂଲ୍ୟ ରହିଛି। ସାଧାରଣତଃ ବ୍ୟକ୍ତିଗତ  ନାମ ପରିବର୍ତ୍ତନ, କମ୍ପାନୀ ବା ବ୍ୟବସାୟ ପ୍ରତିଷ୍ଠାନ ଭାଗିଦାରୀ ପରିବର୍ତନ  ପାଇଁ ଗେଜେଟ ବିଜ୍ଞପ୍ତି ଆବଶ୍ୟକ ହୁଏ। ଓଡିଶାରେ ଗେଜେଟ ନୋଟିଫିକେସନ ପାଇଁ ଆବେଦନ କରିବା ପ୍ରକ୍ରିୟା କିଛି  ପଦକ୍ଷେପ ଭିତରେ ବିଭକ୍ତ: ଆବେଦନ ପତ୍ର ପ୍ରସ୍ତୁତି ପାଇଁ ପ୍ରଥମେ ଆପଣଙ୍କୁ ଏକ ସଠିକ୍ ଫର୍ମାଟ୍‌ରେ ଆବେଦନ ପତ୍ର ତିଆରି କରିବାକୁ ପଡିବ। ଏଥିରେ ଆପଣଙ୍କ ପୁରୁଣା ତଥ୍ୟ ଓ ନୂତନ ପରିବର୍ତ୍ତନ ତଥ୍ୟ ସ୍ପଷ୍ଟ ଭାବରେ ରହିବା ଆବଶ୍ୟକ। ଆ ଫିଡେଭିଟ୍‌ (Affidavit) କେମିତି ତିଆରି କରିବେ ?  ନୋଟାରୀ ବା ମେଜିଷ୍ଟ୍ରେଟ୍ ଙ୍କ ପାଖରେ ଏକ ଅଫିଡେଭିଟ୍‌ ପ୍ରସ୍ତୁତ କରି ସିଲ ଓ ସାଇନ  କରିବାକୁ ପଡେ। ଏଥିରେ ପରିବର୍ତ୍ତ...

Whatsapp chatbot details in odisha :ହ୍ଵାଟ୍ସଆପ ମାଧ୍ୟମରେ ସରକାରଙ୍କ ସହଜ ଆବେଦନ ସେବା

Image
                                                                               Whatsapp chatbot details in odisha:   "ଆମ ସାଥି " ହେଉଛି ଓଡିଶା ସରକାରଙ୍କ ଦ୍ୱାରା ଆରମ୍ବ କରାଯାଇଥିବା ଏକ ପ୍ରମୁଖ ଡିଜିଟାଲ ପଦକ୍ଷେପ | ଏହା ଏକ ୟୁନିଫାଏଡ଼ ହ୍ଵାଟ୍ସଆପ ଚାଟବ୍ଟ୍ | ଯାହା ରାଜ୍ୟର ନାଗରିକ ମାନଙ୍କୁ ସିଧା ସଳଖ ହ୍ଵାଟ୍ସଆପ ମାଧ୍ୟମରେ ସରକାରୀ ସେବା ସହଜରେ ଉପଲବ୍ଧ କରାଇବ | ମୁଖ୍ୟ ଉଦ୍ଦେଶ୍ୟ  ଲୋକମାନେ ସରକାରୀ କାର୍ଯ୍ୟାଳୟ ନଯାଇ ସିଧାସଳଖ ହ୍ଵାଟ୍ସଆପ ମାଧ୍ୟମରେ ସେବା ପାଇବାକୁ ସକ୍ଷମ ହେବେ| ଡିଜିଟାଲ ସୁବିଧା ସମସ୍ତ ନାଗରିକ ପାଇଁ ସରକାରୀ ସେବାକୁ ଅଧିକ ସୁଗମ ଏବଂ ସହଜ  କରିବା | ଆବେଦନ ପ୍ରକ୍ରିୟାରେ ଲାଗୁଥିବା ସମୟ କୁ ହ୍ରାସ କରିବା ଓ ଶୀଘ୍ର ଫଳାଫଳ ପ୍ରଦାନ କରିବା | ଏହା କିପରି କାମ କରେ ? ଏହାକୁ ଓଡିଶା ସରକାର ଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ହ୍ଵାଟ୍ସଆପ ର ମୂଳ କମ୍ପାନୀ(Meta ) ସହଯୋଗରେ ବିକଶିତ କରାଯାଇଛି | ବ୍ୟବହାର ପାଇଁ ଗୋଟିଏ ହ୍ଵ...

Cyber security & SIM Binding rule 2025: ମେସେଜିଙ୍ଗ ଆପ ରେ ପଞ୍ଜିକୃତ ସିମ ନଥିଲେ ଅଟୋ ଲଗଆଉଟ ହେବ।

Image
                                                                         Cyber security & SIM Binding rule 2025: SIM-ବାଇଣ୍ଡିଂ ଅର୍ଥ ହେଉଛି ଯେ ଅନେକ ଲୋକପ୍ରିୟ ମେସେଜିଂ ଏବଂ ଯୋଗାଯୋଗ ଆପ୍.ଆପଣ ଆପ୍ ବ୍ୟବହାର କରିବା ସମୟରେ ଆପଣଙ୍କ ଡିଭାଇସରେ ପଞ୍ଜିକୃତ SIM କାର୍ଡ  ଉପସ୍ଥିତ ଅଛି କି ନାହିଁ ତାହା ନିରନ୍ତର ଯାଞ୍ଚ କରିବାକୁ ପଡିବ। ଯଦି SIM କାଢ଼ିଦିଆଯାଏ ବା ବଦଳାଇ ଦିଆଯାଏ, କିମ୍ବା ନିଷ୍କ୍ରିୟ ହୋଇଯାଏ, ତେବେ ଆପ୍ କାମ କରିବା ବନ୍ଦ କରିଦେବ।  ଏହା ପୂର୍ବରୁ ଏହି ଆପ୍ କିପରି କାମ କରୁଥିଲା ତାହାଠାରୁ ଭିନ୍ନ - ଯାହା ଆପଣ ପଞ୍ଜିକରଣ କରିବା ସମୟରେ କେବଳ ଥରେ ଆପଣଙ୍କ ନମ୍ବର ଯାଞ୍ଚ କରୁଥିଲା, ଯାହା ଆପଣଙ୍କୁ ଫୋନ୍ ରେ SIM ନଥିଲେ ମଧ୍ୟ ସେବା ବ୍ୟବହାର ଜାରି ରଖିବାକୁ ଅନୁମତି ଦେଉଥିଲା । ଏହି ନିୟମ ଟେଲିକମ୍ୟୁନିକେସନ୍ ସାଇବରସୁରକ୍ଷା ସଂଶୋଧନ ନିୟମ-2025 ଅନ୍ତର୍ଗତ ଏକ ନୂତନ ଟେଲିକମ୍ୟୁନିକେସନ୍ ବିଭାଗ (DoT) ନିର୍ଦ୍ଦେଶରୁ ଆସିଛି।  ମେସେଜିଂ ଆପ୍ଗ ଗୁଡ଼ିକ ନିର୍ଦ୍ଦେଶ ପାଳନ କ...

Earning through Internet story 2026: ସମସ୍ୟା କୁ ବୁଝି ସଠିକ ପଦକ୍ଷେପ ହିଁ "ଇଣ୍ଟରନେଟ ମାଧ୍ୟମରେ ରୋଜଗାର "

Image
                                                                Earning through Internet story 2026  ଇଣ୍ଟରନେଟ ମାଧ୍ୟମରେ ଅର୍ଥ ଉପାର୍ଜନ ସହଜ ହୋଇଛି। ଭାରତ ରେ ବେରୋଜଗାର ବଢିବାରେ ଲାଗିଛି। ରିପୋର୍ଟ ରୁ ଜଣାଯାଏ ଭାରତ ରେ 30% ରୁ 60% ଲୋକ ବେରୋଜଗାରୀ ଅଛନ୍ତି। ପ୍ରତିବର୍ଷ ଅଧିକ ରୁ ଅଧିକ ଯୁବକ/ଯୁବତୀ  ଡିଗ୍ରୀ ହାସଲ କଲାପରେ ବେରୋଜଗାର ଦୃଷ୍ଟିରୁ ସେମାନେ ଛୋଟ ମୋଟ କାମ କାମ କରିବାକୁ ଫସନ୍ଦ କରୁନାହାନ୍ତି। ଏହାର କାରଣ ସେମାଙ୍କର ପଢା ଅନୁସାରେ ସେମାନଙ୍କୁ ଚାକିରୀ ମିଳିପାରୁନାହିଁ। ଏହିସବୁ କାରଣରୁ ବେରୋଜଗାର ସଂଖ୍ୟା ବଢିବାରେ ଲାଗିଛି। ଇଣ୍ଟରନେଟ ଆସିବା ଦିନଠାରୁ ବହୁତସାରା ରୋଜଗାର ବାଟ ସହଜ ହୋଇପାରିଛି। ସେଥିମଧ୍ୟରେ ବ୍ଲଗିଙ୍ଗ, ୟୁଟୁବ, ଅନଲାଇନ ମାର୍କେଟିଙ୍ଗ, ୱେବ ଡିଜାଇନ ଇତ୍ୟାଦି ଇତ୍ୟାଦି। ଏହି ସବୁ କାମ ଘରେ ବସି ଇଣ୍ଟରନେଟ ମାଧ୍ୟମରେ କରିପାରିବେ, କିନ୍ତୁ ଏହା ସମସ୍ତଙ୍କ ପାଇଁ ଏତେ ସହଜ ହୋଇନଥାଏ। କୌଣସି ବ୍ୟକ୍ତି ପାଖରେ କିଛି ନା କିଛି କଳା ଓ ଦକ୍ଷତା ରହିଛି ସେ ତାକୁ ଅନ୍ୟମାନକୁ ଜଣାଇବାକୁ ଚାହୁଁଛି ଏବଂ ସେ ଚାହି...

Basic Information of Aadhar and important rule: ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......

Image
    Basic Information of Aadhar and important rule:           ବର୍ତମାନ ସମୟରେ ଭାରତବର୍ଷ ରେ  ଗୁରୁତ୍ୱପୂର୍ଣ ପରିଚୟ ପତ୍ର ହେଉଛି ଆଧାର | ଏହା ମାର୍ଚ୍ଚ 11 2016 ମସିହା ରେ ଆଧାର ଆଇନ -2016 ଓ 2018 ରେ  ସୁପ୍ରିମକୋର୍ଟ  ରାୟ ଦ୍ୱାରା ଆଇନଗତ ମାନ୍ୟତା ପାଇସାରିଛି |ପ୍ରଥମେ ଏହାକୁ money bill ଭାବେ ଲୋକସଭା ରେ ପାସ କରାଯାଇଥିଲା ପରେ ପରେ ଆଧାର ନମ୍ବର କୁ ଆଇନଗତ ମାନ୍ୟତା ମିଳିଲା |   ଏଥରେ ଗୋପନୀୟତା କୁ ମୌଳିକ ଅଧିକାର ,ଆଧାର ନିଜସ୍ୱ ପରିଚୟ ପତ୍ର ,ନାଗରିକତ୍ବ ପ୍ରମାଣପତ୍ର ନୁହେଁ ,ଆପଣଙ୍କ ସମ୍ମତି ବିନା କେହି ବ୍ୟବହାର କରିପାରିବେ ନାହିଁ ,ଡାଟା ସୁରକ୍ଷିତ ପାଇଁ virtual id ବ୍ୟବହାର କରିପାରିବେ ଓ ଯେକୌଣସି ସ୍ଥାନରେ ବ୍ୟବହାର ଯୋଗ୍ୟ | ନାମ ,ଜନ୍ମ ତାରିଖ ,ଲିଙ୍ଗ ,ଓ ଠିକଣା କୁ ନେଇ ତଥ୍ୟ ରହିଛି |ସରକାରୀ ରିହାତି ଓ DBT ,LPG ,RATION ଓ କେତେକ ସରକାରୀ ଯୋଜନା ପାଇଁ ବ୍ୟବହାର ଯୋଗ୍ୟ | ଯଦି ଏହି ତଥ୍ୟ ରେ ତ୍ରୁଟି ରହେ ତେବେ ସେ କ୍ଷେତ୍ର ରେ କାର୍ଯ୍ୟ କରିବା ଅସମ୍ଭବ |ଏହି ଗୁରୁତ୍ୱପୂର୍ଣ ଚାରିଟି ଅଂଶ ରୁ ମୁଖ୍ୟ ଅଂଶ ହେଉଛି ନାମ ,ଏହି ନାମ କୁ ପରିବର୍ତନ କିମ୍ବା ସଂଶୋଧନ କରିବା ପାଇଁ କେତେଗୁଡିଏ ନନୀୟମାବଳୀ କୁ ଅନୁସରଣ କରିବାକୁ ହେବ |  ଏହି ପରିପେକ୍ଷୀରେ "ଭାରତୀୟ ଅନନ୍ୟ ପରିଚୟ ପ୍ରାଧି...

Link mobile number in e-voter id : ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

Image
  Link mobile number in e-voter id ଇ -ଭୋଟର ଆଇଡି ରେ ମୋବାଇଲ ନମ୍ବର ଯୋଡିବା ବା ଅପଡେଟ କରିବା ସମୟରେ ଯଦି ଭୋଟର ରେକର୍ଡ ଆଧାର ଡାଟାବେସ ସହ ମେଳ ହେଉନାହିଁ, ତେବେ ସିଷ୍ଟମ ରେ ପ୍ରମାଣିକରଣ ତ୍ରୁଟି ଦେଖାଦିଏ, ଏବଂ ଭୋଟର ଆଇଡି ସହିତ ମୋବାଇଲ ନମ୍ବର ଲିଙ୍କ ହୁଏନାହିଁ.ପ୍ରଥମେ Voter ID ରେ ତଥ୍ୟ ଠିକ୍ କରନ୍ତୁ |  ଆପଣ Election Commission of India ର portal ବ୍ୟବହାର କରନ୍ତୁ। Form 8 fill କରନ୍ତୁ (Correction Form) ନାମ, ଜନ୍ମ ତାରିଖ, ଠିକଣା ଯେଉଁ ତଥ୍ୟ ଭୁଲ ଅଛି ସେଠି ଠିକ୍ କରନ୍ତୁ,ଆଧାର ସହ ମେଳ ରଖନ୍ତୁ। NVSP portal କୁ login କରନ୍ତୁ Profile section ରେ ଯାଇ mobile number update କରନ୍ତୁ OTP ଯାଞ୍ଚ ପରେ ଏହା ଲିଙ୍କ ହୋଇଯିବ। ଯଦି online ରେ problem ହେଉଛି: ନିକଟସ୍ଥ BLO (Booth Level Officer) କୁ ଯାଆନ୍ତୁ କିମ୍ବା Electoral Office ଯାଆନ୍ତୁ Documents ଦିଅନ୍ତୁ, Voter ID, Aadhaar,  Mobile number ଏହି ଡକ୍ୟୁମେଣ୍ଟ କୁ ସାଥିରେ ନିଅନ୍ତୁ। ସେମାନେ manually update କରିଦେବେ. କେତେକ ଗୁରୁତ୍ୱପୂର୍ଣ କଥା କୁ ଧ୍ୟାନ ଦିଅନ୍ତୁ. ପ୍ରଥମେ ଆଧାର ରେକର୍ଡ ଓ ଭୋଟର ରେକର୍ଡ ଯଦି ଠିକ ନାହିଁ, ସେ ରେକର୍ଡ କୁ ଠିକ କରନ୍ତୁ. ଥରେ ମୋବାଇଲ ନମ୍ବର ଲିଙ୍କ ହେଲାପରେ online ରେ ରେକର୍ଡ ବାହାର କରିବାକୁ ସମସ୍ୟା ହେବ ନାହିଁ।ଚାହିଁଲ...