Posts

Showing posts with the label ହସ୍ତଶିଳ୍ପୀ

Annual Terracotta Exhibition ‘Mrittika’ 2026 : ଶିଳ୍ପୀମାନଙ୍କ ସମୃଦ୍ଧି ପାଇଁ ଏକ ବ୍ୟବସାୟିକ ମଞ୍ଚ ଯୋଗାଇଦେବା ହେଉଛି ଏହି ପ୍ରଦର୍ଶନୀର ପ୍ରଧାନ ଆଭିମୁଖ୍ୟ।

Image
Annual Terracotta Exhibition ‘Mrittika’ 2026 : ଆରମ୍ଭ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ ମୃତ୍ତିକା ’- ୨୦୨୬ “ଟେରାକୋଟା ଓ କୁମ୍ଭାର ଶିଳ୍ପ”ର ସମୃଦ୍ଧି ପାଇଁ ଆମେ ପ୍ରତିବଦ୍ଧ : ମନ୍ତ୍ରୀ   ୩୧ ଅକ୍ଟୋବରରୁ ୬ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ପ୍ରଦର୍ଶନୀ  ଦିବା ୧୧ରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ଷ୍ଟଲ୍‌  ୩ କୋଟିରୁ ଅଧିକ ବ୍ୟବସାୟ ଲକ୍ଷ୍ୟ ଭୁବନେଶ୍ୱର, ୩୧/୧୦/୨୦୨୬: ଟେରାକୋଟା ଏବଂ କୁମ୍ଭାର ଶିଳ୍ପରେ କାର୍ଯ୍ୟରତ ହସ୍ତଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ରାଜ୍ୟସ୍ତରୀୟ “ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା’-୨୦୨୬” ଆଜିଠାରୁ ଆରମ୍ଭ ହୋଇଛି । ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଏହି ପ୍ରଦର୍ଶନୀର ଶୁଭାରମ୍ଭ କରି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି; ଓଡ଼ିଶାର ପ୍ରାଚୀନ ହସ୍ତଶିଳ୍ପର  ଜୀବନ୍ତ ନିଦର୍ଶନ ହେଉଛି “ଟେରାକୋଟା ଓ କୁମ୍ଭାର ଶିଳ୍ପ ।” ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ସମସ୍ତ ହସ୍ତଶିଳ୍ପୀଙ୍କୁ ନିଃଶୁଳ୍କ ଷ୍ଟଲ ପ୍ରଦାନ କରାଯାଇଛି । ଏହା ସହ ସେମାନଙ୍କ ଯାତାୟାତ ଖର୍ଚ୍ଚ, ଦୈନିକ ଭତ୍ତା ଏବଂ ସାମଗ୍ରୀ ପରିବହନ ଖର୍ଚ୍ଚ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି । “ଟେରାକୋଟା ଓ କୁମ୍ଭାର ଶିଳ୍ପ”ର ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି ବୋଲି ଶ୍ରୀ ବଳ ...