Posts

Showing posts with the label ପ୍ରଶାସନ

Odisha DGP review meeting on Odisha Bandh : ବନ୍ଦପାଳନ ବେଳେ ସୁରକ୍ଷା ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଡିଜିପି ଙ୍କ ଗୁରୁତ୍ୱାରୋପ।

Image
Odisha DGP review meeting on Odisha Bandh :  Published by: Greatfuture Info  ୦୭.୧୦.୨୦୨୬ ରାଜ୍ୟରେ ବନ୍ଦ ପାଳନକୁ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଶାନ୍ତି-ଶୃଙ୍ଖଳା ରକ୍ଷା ସହ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଆସନ୍ତା ୮ ଅକ୍ଟୋବରରେ  ରାଜନୈତିକ ଦଳ ପକ୍ଷରୁ ଓଡିଶା ବନ୍ଦକୁ ନଜରରେ ରଖି  ରାଜ୍ୟରେ ଶାନ୍ତି-ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଆଜି ସନ୍ଧ୍ୟାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। Odisha DGP review meeting on Odisha Bandh :  ବୈଠକରେ ସମ୍ଭାବ୍ୟ ବନ୍ଦ ପରିସ୍ଥିତିରେ ଆଇନ-ଶୃଙ୍ଖଳା ରକ୍ଷା, ଜନସାଧାରଣଙ୍କ ସୁରକ୍ଷା, ଯାତାୟାତ ବ୍ୟବସ୍ଥା ଓ ସରକାରୀ ତଥା ଜନସାଧାରଣଙ୍କ ସମ୍ପତ୍ତିର ସୁରକ୍ଷା ଉପରେ ଡିଜିପି ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସମସ୍ତ ଥାନା ଅଞ୍ଚଳରୁ  ସୂଚନା ସଂଗ୍ରହ କରି ସ୍ଥାନୀୟ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ  ସମସ୍ତ ଜିଲ୍ଲା ଏସ୍‌ପିମାନଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ରାଜପଥ, ଜାତୀୟ ରାଜପଥ, ରେଳ ଷ୍ଟେସନ ଓ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ପର୍ଯ୍ୟାପ୍ତ ପୋଲିସ ମୁତୟନ ସହ ପାଟ୍ରୋଲିଂ ଓ ନାକା ଚେକିଂ ବୃଦ୍ଧି ...