Posts

Showing posts with the label ମହିଳା

Distributes Job Letters by Bhubaneswar MP through "prayas " latest news :‘ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ଓ ଆର୍ଥିକ ଭାବେ ସଶକ୍ତ କରିବା ଦିଗରେ ନିରନ୍ତର ଉଦ୍ୟମ।

Image
Distributes Job Letters by Bhubaneswar MP through "prayas " latest news : ଭୁବନେଶ୍ୱର ତା ୩୧.୧୦:  ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ସହ ସେମାନଙ୍କ ପାଇଁ ସ୍ଥାୟୀ ରୋଜଗାରର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଭୁବନେଶ୍ୱରର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ଏକ ଅଭିନବ ପ୍ରୟାସ ‘ସାଂସଦ ନିଯୁକ୍ତି ପ୍ରୟାସ’। ଏହି ଅଭିଯାନ ଅଧୀନରେ ବୟନ ଶିଳ୍ପ (ଟେକ୍ସଟାଇଲ୍) କ୍ଷେତ୍ରରେ ମହିଳାମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଦେବା ପାଇଁ ଆଜି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଜୟଦେବ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିଅନ୍ତାର କୁଶୁଗାଡ଼ିଆ ମଠ ଠାରେ ଏକ ସ୍ୱତନ୍ତ୍ର ମହିଳା ନିଯୁକ୍ତି ଅଭିଯାନର ଶୁଭାରମ୍ଭ ହୋଇଛି। ୨୦୧୯ ମସିହାରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରୁ ସାଂସଦ ଭାବେ ନିର୍ବାଚିତ ହେବା ପରଠାରୁ ଶ୍ରୀମତୀ ଷଡ଼ଙ୍ଗୀ ନିଜ ସଂସଦୀୟ କ୍ଷେତ୍ରର ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ଓ ଆର୍ଥିକ ଭାବେ ସଶକ୍ତ କରିବା ଦିଗରେ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ମହିଳାମାନେ ନିଜେ ରୋଜଗାର କରିବା ସହ ପରିବାରର ଆର୍ଥିକ ଦାୟିତ୍ୱ ତୁଲାଇବାରେ ସକ୍ଷମ ହୁଅନ୍ତୁ, ଏହା ହିଁ ଏହି ପ୍ରୟାସର ମୂଳ ଲକ୍ଷ୍ୟ। ଏହି ନିଯୁକ୍ତି ଅଭିଯାନରେ ୧୮ରୁ ୩୫ ବର୍ଷ ବୟସର ପ୍ରାୟ ୩୦୦ ଜଣ ମହିଳା ଯୋଗଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫୬ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଭିନ୍ନ ଟେକ୍ସଟା...