Odisha News OSPCB 135th Board Meeting :ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣକୁ ପ୍ରଯୁକ୍ତିନିର୍ଭର ଓ ଜନକୈନ୍ଦ୍ରିକ କରିବା ଦିଗରେ ଓଏସ୍ପିସିବିର ୧୩୫ତମ ବୋର୍ଡ ବୈଠକ ଅନୁଷ୍ଠିତ।
Odisha News OSPCB 135th Board Meeting : Published by :Greatfuture Info ଭୁବନେଶ୍ୱର, ୮ ଅକ୍ଟୋବର: ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣକୁ ପ୍ରଯୁକ୍ତିନିର୍ଭର ଓ ଜନକୈନ୍ଦ୍ରିକ କରିବା ଦିଗରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଓଏସ୍ପିସିବିର ୧୩୫ତମ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସଦସ୍ୟ ସଚିବ ଡ. ମନୋଜ ଭି. ନାୟର, ଆଇଏଫ୍ଏସ୍ଙ୍କ ସମେତ ବୋର୍ଡର ସଦସ୍ୟ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ବୈଠକରେ ଓଏସ୍ପିସିବିର ପ୍ରତିଷ୍ଠାନଗତ ଓ ବୈଷୟିକ କ୍ଷମତା ବୃଦ୍ଧି, ପରୀକ୍ଷାଗାର ବ୍ୟବସ୍ଥାର ଆଧୁନିକୀକରଣ, ଗବେଷଣା ପ୍ରକଳ୍ପ ଏବଂ ଉପକୂଳ ପରିବେଶ ନିରୀକ୍ଷଣକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା । ପାରାଦୀପସ୍ଥିତ ଉପକୂଳ ପରିବେଶ ନିରୀକ୍ଷଣର ନୋଡାଲ୍ ସେଣ୍ଟର( ସିଏମ୍ସିଇ)କୁ ଉପକୂଳୀୟ ପରିବେଶ ନିରୀକ୍ଷଣ ଓ ବିଶ୍ଳେଷଣ ପାଇଁ ନୋଡାଲ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରିବା ପ୍ରସ୍ତାବ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ମୁଖ୍ୟ ଶାସନ ସଚିବ କହିଥିଲେ ଯେ, “ପାରାଦୀପର ଏହି କେନ୍ଦ୍ର କେବଳ ଏକ ପରୀକ୍ଷାଗାର ନହୋଇ ଉପକୂଳ ପରିବେଶ ସୁରକ୍ଷା ପାଇଁ ବିଜ୍ଞାନ, ତଥ୍ୟ ଓ ପ୍ରଯୁକ୍ତିର ସମନ୍ୱିତ କେନ୍ଦ୍ର ଭାବେ ବିକଶିତ ହେବା ଆବଶ୍ୟକ।” ରାଜ୍ୟର ପରିବେଶ ପର୍ଯ୍ୟବେକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କର...