Posts

Showing posts with the label ପୁରସ୍କାର

Odisha Transport Wins three honours at UMI 2026: ନିର୍ଭରଯୋଗ୍ୟ ଜନ ପରିବହନ ଦିଗରେ ଓଡ଼ିଶାର ପ୍ରୟାସକୁ ୧୯ତମ ଅର୍ବାନ ମୋବିଲିଟି ଇଣ୍ଡିଆ (ୟୁଏମ୍‌ଆଇ) କନଫରେନ୍ସ ଓ ଏକ୍ସିବିସନ୍ ୨୦୨୬ରେ ତିନୋଟି ଜାତୀୟ ସମ୍ମାନ ମିଳିଛି।

Image
Published by:Greatfuture Info Odisha Transport Wins three honours at UMI 2026:  ଭୁବନେଶ୍ୱର, ୨୭ /୧୦:  କଲେଜ ଯାଉଥିବା ଛାତ୍ରଛାତ୍ରୀ, କାର୍ଯ୍ୟସ୍ଥଳକୁ ଯାଉଥିବା କର୍ମଜୀବୀ କିମ୍ବା ହସ୍ପିଟାଲ ଯାଉଥିବା ପରିବାର, ସମସ୍ତଙ୍କ ପାଇଁ ନିର୍ଭରଯୋଗ୍ୟ ଜନ ପରିବହନ ଦୈନନ୍ଦିନ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହି ଯାତ୍ରାକୁ ଅଧିକ ସୁଗମ, ସୁବିଧାଜନକ ଓ ପରିବେଶ ଅନୁକୂଳ କରିବା ଦିଗରେ ଓଡ଼ିଶାର ପ୍ରୟାସକୁ ୧୯ତମ ଅର୍ବାନ ମୋବିଲିଟି ଇଣ୍ଡିଆ (ୟୁଏମ୍‌ଆଇ) କନଫରେନ୍ସ ଓ ଏକ୍ସିବିସନ୍ ୨୦୨୬ରେ ତିନୋଟି ଜାତୀୟ ସମ୍ମାନ ମିଳିଛି। ଭୁବନେଶ୍ୱରଠାରେ ଅକ୍ଟୋବର ୨୩ ଓ ୨୪ ତାରିଖରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ନୀତି ନିର୍ଦ୍ଧାରକ, ଅନ୍ତର୍ଜାତୀୟ ବିଶେଷଜ୍ଞ, ସହରାଞ୍ଚଳ ଗମନାଗମନ କ୍ଷେତ୍ରର ଅଗ୍ରଣୀ ବ୍ୟକ୍ତିବିଶେଷ ଏବଂ ସରକାରୀ ସଂସ୍ଥା, ମେଟ୍ରୋ ରେଳ ସଂଗଠନ ଓ ଘରୋଇ କ୍ଷେତ୍ରର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଜର୍ମାନୀର ଅନ୍ତର୍ଜାତୀୟ ସହଯୋଗ ସଂସ୍ଥା ଜିଆଇଜେଡ୍ (GIZ)ର ପାଭିଲିୟନ୍ ନୂତନ ଚିନ୍ତାଧାରାର ଆଦାନପ୍ରଦାନ ସହ ଓଡ଼ିଶାର ସାଂସ୍କୃତିକ ପରିଚୟକୁ ମଧ୍ୟ ପ୍ରଦର୍ଶିତ କରିଥିଲା। ପ୍ରଥମ ଥର ପାଇଁ ଓଡ଼ିଶାରେ ୟୁଏମ୍‌ଆଇ ସହ ନ୍ୟାସନାଲ ଅର୍ବାନ କନକ୍ଲେଭ୍ (ଏନ୍‌ୟୁସି) ଆୟୋଜିତ ହୋଇଥିବାବେଳେ, ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ ଓ ସମନ୍ୱୟ କାର୍ଯ୍ୟରେ ...