Posts

Showing posts with the label ଶାରଦୀୟ ଦୁର୍ଗାପୂଜା

ଶାରଦୀୟ ଦୁର୍ଗାପୂଜା ପାଇଁ ସାରା ଓଡିଶା ଉତ୍ସବମୁଖର,କଟକ ଏବଂ ଭୁବନେଶ୍ୱରରେ ମହା ଆଡ଼ମ୍ୱରରେ ପାଳିତ ହେଉଛି ପୂଜା।

Published by:Greatfuture Info  Bhubaneswar, October 20,    ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ସାରା ଓଡ଼ିଶା । ଧୂପ, ଦୀପ ଓ ମନ୍ତ୍ରଧ୍ୱନି ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ସହରଠାରୁ ପୁରପଲ୍ଲୀ । ମା’ଙ୍କ ଆଗମନରେ ଭକ୍ତିମୟ ହୋଇଉଠିଛି ପରିବେଶ । ଆକର୍ଷଣୀୟ ତୋରଣ, ଭବ୍ୟ ପୂଜାମଣ୍ଡପ ଓ ମା’ଙ୍କ ଦିବ୍ୟ ରୂପ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । କଟକ ଓ ଭୁବନେଶ୍ୱରର ବିଭିନ୍ନ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ପ୍ରତିମା- ଦିବ୍ୟ ଅନୁଭୂତି ଦେଉଛି । ମା’ଙ୍କ ମୁଖମଣ୍ଡଳରେ ଦିବ୍ୟ ତେଜ, ଆଖିରେ କରୁଣା ଓ ଦଶଭୁଜାରେ ଶୋଭା ପାଉଛି ବିଭିନ୍ନ ଅସ୍ତ୍ରଶସ୍ତ୍ର । ସିଂହବାହିନୀ ମା’ ମହିଷାସୁରମର୍ଦ୍ଦିନୀଙ୍କ ଦିବ୍ୟ ସ୍ୱରୂପ ଶ୍ରଦ୍ଧାଳୁଙ୍କ ମନରେ ଭକ୍ତି ଓ ଆସ୍ଥା ଭରିଦେଉଛି । ଲାଲ୍ ପାଟବସ୍ତ୍ର, ସୁନାର ଅଳଙ୍କାର ଓ ମୁକୁଟରେ ସଜ୍ଜିତ ମା’ଙ୍କ ମନୋହର ରୂପ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ସମାଗମ ହେଉଛି । ଏହି ଦିବ୍ୟ ରୂପ ଅନ୍ୟାୟ ଉପରେ ନ୍ୟାୟ, ଅସତ୍ୟ ଉପରେ ସତ୍ୟ ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ । ଚଳିତ ବର୍ଷ ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ଦେଖିବାକୁ ମିଳୁଛି ଭିନ୍ନ ଭିନ୍ନ ଥିମ୍‌ର ଝଲକ । କେଉଁଠି ଚାରିଧାମର ଆଧ୍ୟାତ୍ମିକ ପରିବେଶ, ତ ଆଉ କେଉଁଠି ବିଶ୍ୱପ୍ରସିଦ୍ଧ ସ୍ଥାପତ୍ୟର ଅବିକଳ ରୂପ । ଡମଣା,  ଝାରପଡା , ସହିଦନଗର, ବରମୁଣ୍ଡା ...