Posts

Showing posts with the label ପଣ୍ଡିତ ଦିନଦୟାଲଜୀଙ୍କ ୧୧୧ ତମ ଜନ୍ମଜୟନ୍ତୀ

ଡିଜିଟାଲ ପାଠପଢ଼ାକୁ ମିଳିଲା ନୂଆ ଗତି, ଉଦ୍‌ଘାଟିତ ହେଲା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଇ-ଲାଇବ୍ରେରୀ।

Image
Published by : Greatfuture Info  ଭୁବନେଶ୍ୱର, ସେପ୍ଟେମ୍ବର ୨୫: “କ୍ଷମତା କେବଳ ଏକ ମାତ୍ର ଲକ୍ଷ୍ୟ ନୁହେଁ, ଜନସେବା ହେଉଛି ମୂଳ ଲକ୍ଷ୍ୟ । ଗରୀବ, ଶୋଷିତ, ବଂଚିତ ଓ ନିଷ୍ପେସିତ ଶ୍ରେଣୀର ସେବା କରିବା ହିଁ ହେଉଛି ପ୍ରକୃତ ରାଷ୍ଟ୍ର ସେବା । କୈାଣସି ଦେଶର ପ୍ରକୃତ ବିକାଶ ସେତେବେଳେ ସମ୍ଭବ, ଯେତେବେଳେ ସେହି ବିକାଶର ସୁଫଳ ସମାଜର ଶେଷ ସୀମାରେ ଛିଡା ହୋଇଥିବା ବ୍ୟକ୍ତି ନିକଟରେ ପହଂଚିପାରିବ ।” ମହାନ ରାଷ୍ଟ୍ରବାଦୀ, ଜନନାୟକ, ଦାର୍ଶନିକ, ଭାରତୀୟ ଜନସଂଘର ପ୍ରତିଷ୍ଠାତା ସାଧାରଣ ସଂପାଦକ, ଆମ ଦଳର ମାର୍ଗଦର୍ଶକ ତଥା ଏକାତ୍ମ ମାନବ ଦର୍ଶନର ସ୍ରଷ୍ଟା ପଣ୍ଡିତ ଦୀନଦୟାଲ ଉପଧ୍ୟାୟ ଏହି ଚିନ୍ତାଧାରାକୁ ଅନ୍ତ୍ୟୋଦୟ ନାମ ଦେଇଥିଲେ । ଆଜି ଅନ୍ତ୍ୟୋଦୟର ସ୍ୱପ୍ନଦ୍ରଷ୍ଟା ସେହି ମହାନ ମନିଷୀଙ୍କ ୧୧୧ ତମ ଜନ୍ମ ଜୟନ୍ତୀକୁ ଦେଶବ୍ୟାପୀ ପାଳନ କରାଯାଉଛି ।  ୧୯୧୬ ମସିହା ସେପ୍ଟେମ୍ବର ୨୫ ତାରିଖ ଦିନ ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ଦୀନଦୟାଲଜୀ ନିଜର ସରଳ ଜୀବନ ଓ ଉଚ୍ଚ ଆଦର୍ଶ ମାଧ୍ୟମରେ ସମଗ୍ର ଭାରତୀୟ ଚିନ୍ତାଧାରାକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ । ସେହିପରି ପାଶ୍ଚାତ୍ୟ ପୁଞ୍ଜିବାଦ ଓ ସାମ୍ୟବାଦର ଏକ ଭାରତୀୟ ବିକଳ୍ପ ଭାବେ ଭାରତର ପ୍ରାଚୀନ ସଂସ୍କୃତି, ପରଂପରା, ପ୍ରକୃତି ଓ ମାନବିକ ମୂଲ୍ୟବୋଧକୁ ଆଧାର କରି ସମାଜକୁ ‘ଏକାତ୍ମ ମାନବ ଦର୍ଶନ’ ଦେଇଥିଲେ ପଣ୍ଡିତ ଦୀ...