Posts

Showing posts with the label କଟକ

Rail Jan Samvad Programme update news: :କଟଜ ଓ ଭୁବନେଶ୍ୱର ରେଳ ଷ୍ଟେସନ ରେ "ରେଳ ଜନ ସମ୍ବାଦ କାର୍ଯ୍ୟକ୍ରମ",ଯାତ୍ରୀଙ୍କ ସମସ୍ୟା ବୁଝିଲେ ପୂର୍ବତଟ ରେଳପଥ ର ମହାପ୍ରବନ୍ଧକ।

Rail Jan Samvad Programme update news: Published by :Greatfuture Info  ଭୁବନେଶ୍ୱର, 22 ଅକ୍ଟୋବର; ଯାତ୍ରୀଙ୍କ ଅଭିଯୋଗ ଶୁଣିବେ ରେଳ ଅଧିକାରୀ, ମତାମତ ଆଧାରରେ ହେବ ରେଳ ସେବାରେ ସୁଧାର। ଯାତ୍ରୀଙ୍କ ସହ ସିଧାସଳଖ ଯୋଡ଼ି ହେବା ଏବଂ ରେଳ ସେବାକୁ ଆହୁରି ଉନ୍ନତ କରିବା ଲକ୍ଷ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ହୋଇଛି ‘ରେଳ ଜନ ସମ୍ବାଦ’ କାର୍ଯ୍ୟକ୍ରମ। ଭୁବନେଶ୍ୱର ରେଳ ଷ୍ଟେସନରେ ଆୟୋଜିତ ହୋଇଛି ଜନସମ୍ବାଦ କାର୍ଯ୍ୟକ୍ରମ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଯାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସୁବିଧା, ଅସୁବିଧା, ଷ୍ଟେସନର ସ୍ୱଚ୍ଛତା ଓ ସୁରକ୍ଷା ସମ୍ପର୍କରେ ପଚାରି ବୁଝିଛନ୍ତି । ଯାତ୍ରୀସେବାକୁ ଆହୁରି ସହଜ ଓ ସୁଦୃଢ଼ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏଥିସହ ଭୁବନେଶ୍ୱର ରେଳ ଷ୍ଟେସନର ନିର୍ମାଣ କାର୍ଯ୍ୟ ଆସନ୍ତାବର୍ଷ ସୁଦ୍ଧା ଶେଷ କରି ଲୋକଙ୍କ ପାଇଁ ସମର୍ପିତ କରାଯିବ ବୋଲି ସୂଚନା ଦେଇଛନ୍ତି। କେବଳ ଭୁବନେଶ୍ୱର ନୁହେଁ,  କଟକ ରେଳ ଷ୍ଟେସନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ବି.କେ. ମିଶ୍ର ଏବଂ ବରିଷ୍ଠ ରେଳ ଅଧିକାରୀ। ଷ୍ଟେସନରେ ଉପଲବ୍ଧ ସୁବିଧା, ସ୍ୱଚ୍ଛତା ଏବଂ ଯାତ୍ରା ସମୟରେ ହେଉଥିବା ସମସ୍ୟା ସମ୍ପର୍କରେ ଯାତ୍ରୀଙ୍କ ମତାମତ ଶୁଣିଛ...

ଶାରଦୀୟ ଦୁର୍ଗାପୂଜା ପାଇଁ ସାରା ଓଡିଶା ଉତ୍ସବମୁଖର,କଟକ ଏବଂ ଭୁବନେଶ୍ୱରରେ ମହା ଆଡ଼ମ୍ୱରରେ ପାଳିତ ହେଉଛି ପୂଜା।

Published by:Greatfuture Info  Bhubaneswar, October 20,    ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ସାରା ଓଡ଼ିଶା । ଧୂପ, ଦୀପ ଓ ମନ୍ତ୍ରଧ୍ୱନି ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ସହରଠାରୁ ପୁରପଲ୍ଲୀ । ମା’ଙ୍କ ଆଗମନରେ ଭକ୍ତିମୟ ହୋଇଉଠିଛି ପରିବେଶ । ଆକର୍ଷଣୀୟ ତୋରଣ, ଭବ୍ୟ ପୂଜାମଣ୍ଡପ ଓ ମା’ଙ୍କ ଦିବ୍ୟ ରୂପ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । କଟକ ଓ ଭୁବନେଶ୍ୱରର ବିଭିନ୍ନ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ପ୍ରତିମା- ଦିବ୍ୟ ଅନୁଭୂତି ଦେଉଛି । ମା’ଙ୍କ ମୁଖମଣ୍ଡଳରେ ଦିବ୍ୟ ତେଜ, ଆଖିରେ କରୁଣା ଓ ଦଶଭୁଜାରେ ଶୋଭା ପାଉଛି ବିଭିନ୍ନ ଅସ୍ତ୍ରଶସ୍ତ୍ର । ସିଂହବାହିନୀ ମା’ ମହିଷାସୁରମର୍ଦ୍ଦିନୀଙ୍କ ଦିବ୍ୟ ସ୍ୱରୂପ ଶ୍ରଦ୍ଧାଳୁଙ୍କ ମନରେ ଭକ୍ତି ଓ ଆସ୍ଥା ଭରିଦେଉଛି । ଲାଲ୍ ପାଟବସ୍ତ୍ର, ସୁନାର ଅଳଙ୍କାର ଓ ମୁକୁଟରେ ସଜ୍ଜିତ ମା’ଙ୍କ ମନୋହର ରୂପ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ସମାଗମ ହେଉଛି । ଏହି ଦିବ୍ୟ ରୂପ ଅନ୍ୟାୟ ଉପରେ ନ୍ୟାୟ, ଅସତ୍ୟ ଉପରେ ସତ୍ୟ ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ । ଚଳିତ ବର୍ଷ ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ଦେଖିବାକୁ ମିଳୁଛି ଭିନ୍ନ ଭିନ୍ନ ଥିମ୍‌ର ଝଲକ । କେଉଁଠି ଚାରିଧାମର ଆଧ୍ୟାତ୍ମିକ ପରିବେଶ, ତ ଆଉ କେଉଁଠି ବିଶ୍ୱପ୍ରସିଦ୍ଧ ସ୍ଥାପତ୍ୟର ଅବିକଳ ରୂପ । ଡମଣା,  ଝାରପଡା , ସହିଦନଗର, ବରମୁଣ୍ଡା ...