ଉଦ୍ୟମ ପଞ୍ଜିକରଣ ଓ ଏହାର ଆଇନଗତ ଉପକାରିତା ଦିଗ।
ଭାରତର ସୁକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ବିଭାଗ ଦେଶର ଅର୍ଥନୀତିରେ ଅତ୍ୟନ୍ତ ଦୃଢ଼ ଭୂମିକା ନିଭାଉଛି। ଏହି ବିଭାଗକୁ ଶକ୍ତିଶାଳୀ କରିବା ପାଇଁ ଭାରତ ସରକାର ଉଦ୍ୟମ ପଞ୍ଜିକରଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ପୂର୍ବରୁ ଏହାକୁ “ଉଦ୍ୟୋଗ ଆଧାର” ବୋଲି ଜଣାଯାଉଥିଲା, କିନ୍ତୁ 2020 ପରେ ଏହାକୁ ଅଧିକ ସରଳ ଓ ଡିଜିଟାଲ କରାଯାଇଛି।
ଉଦ୍ୟମ ପଞ୍ଜିକରଣ କଣ?
ଉଦ୍ୟମ ପଞ୍ଜିକରଣ ହେଉଛି ଏକ ସରକାରୀ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା, ଯାହା ଦ୍ୱାରା ସୁକ୍ଷ୍ମ,ଛୋଟ ଓ ମଧ୍ୟମ ବ୍ୟବସାୟଗୁଡ଼ିକୁ ସରକାରଙ୍କ ପକ୍ଷରୁ ଆଧିକାରିକ ଭାବେ ସ୍ୱୀକୃତି ମିଳେ। ଏହାକୁ ପାଇବା ପାଇଁ କେବଳ ଆଧାର ନମ୍ବର ଓ କିଛି ମୂଳ ତଥ୍ୟ ଦେଇ ଅନଲାଇନ ଆବେଦନ କରିବାକୁ ପଡ଼େ।
କିଏ ଉଦ୍ୟମ ପଞ୍ଜିକରଣ କରିପାରିବେ?
ନୂଆ ବ୍ୟବସାୟ
ଛୋଟ ଦୋକାନ ଓ ସେବା ଦାତା
ଉତ୍ପାଦନ କମ୍ପାନୀ
ବ୍ୟବସାୟୀ, ଫ୍ରିଲାନ୍ସର
ଆତ୍ମ ନିଯୁକ୍ତ ବ୍ୟକ୍ତି
ଏମଏସଏମଇ ବର୍ଗୀକରଣ
ଉଦ୍ୟମ ପଞ୍ଜିକରଣ ରେ ବ୍ୟବସାୟଗୁଡ଼ିକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି।
Micro Enterprise – (ସୁକ୍ଷ୍ମ) ନିବେଶ ₹1 କୋଟି ଓ ଟର୍ନଓଭର ₹5 କୋଟି ଭିତରେ ହେବା ଆବଶ୍ୟକ।
Small Enterprise – (କ୍ଷୁଦ୍ର) ନିବେଶ ₹10 କୋଟି ଓ ଟର୍ନଓଭର ₹50 କୋଟି ଭିତରେ ହେବା ଆବଶ୍ୟକ।
Medium Enterprise –(ମଧ୍ୟମ) ନିବେଶ ₹50 କୋଟି ଓ ଟର୍ନଓଭର ₹250 କୋଟି ଭିତରେ ହେବା ଆବଶ୍ୟକ।
ଉଦ୍ୟମ ପଞ୍ଜିକରଣ ର ଉପକାରିତା
ଉଦ୍ୟମ ପଞ୍ଜିକରଣ କଲେ ଏକ ଉଦ୍ୟମୀ ବହୁତ ସରକାରୀ ସୁବିଧା ଓ ସହଯୋଗ ପାଇପାରିବେ:|
1. ସରକାରୀ ଯୋଜନାର ଲାଭ
ଉଦ୍ୟମ ରେ ରେଜିଷ୍ଟର୍ ହେଲେ ବିଭିନ୍ନ ସରକାରୀ ସବସିଡି, ଋଣ ଯୋଜନା ଓ ସହାୟତା ପାଇପାରିବେ।
2. ବ୍ୟାଙ୍କ ରୁ ସହଜ ଋଣ
ଏମଏସଏମଇ ରେଜିଷ୍ଟ୍ରେସନ ଥିବାରୁ ବ୍ୟାଙ୍କ ଓ ଏନବିଏଫସି ଗୁଡ଼ିକ ଲୋନ୍ ଦେବାରେ ସହଜତା ଦେଖାନ୍ତି। ସୁଧହାର ମଧ୍ୟ କମ୍ ହୋଇପାରେ।
3.ସରକାରୀ ଟେଣ୍ଡରରେ ସୁଯୋଗ:-
ସରକାରୀ ଟେଣ୍ଡର ରେ ଏମଏସଏମଇ ପାଇଁ ବିଶେଷ ସଂରକ୍ଷଣ ଓ କମ୍ ଫି ରହେ।
4. କର ଛାଡ଼
କେତେକ କ୍ଷେତ୍ରରେ କର ଛାଡ଼ ଓ ରିହାତି ମିଳିଥାଏ।
5. ISO Certification ରେ ସହାୟତା
ISO ସର୍ଟିଫିକେସନ ପାଇଁ ଖର୍ଚ୍ଚରେ ସରକାରୀ ସହାୟତା ମିଳେ।
6. ପରିଶୋଧ ସୁରକ୍ଷା
ବଡ଼ କମ୍ପାନୀ ଦ୍ୱାରା ଡେରିରେ ପରିଶୋଧ ହେଲେ MSME Act ଅନୁସାରେ ସୁଧ ସହିତ ରାଶି ପାଇବାର ଅଧିକାର ରହେ।
ଆଇନଗତ ଦିଗ :-
ଉଦ୍ୟମ ପଞ୍ଜିକରଣ ସମ୍ବନ୍ଧୀୟ କିଛି ଆଇନଗତ ଦିଗ ଜାଣିବା ଅତ୍ୟନ୍ତ ଜରୁରୀ:
1. MSME Development Act, 2006
ଉଦ୍ୟମ ପଞ୍ଜିକରଣ ର ଆଧାର ଏହି ଆଇନ। ଏହା MSME ବ୍ୟବସାୟଗୁଡ଼ିକୁ ସୁରକ୍ଷା ଓ ପ୍ରୋତ୍ସାହନ ଦେଉଛି।
2.ଆତ୍ମ ଘୋଷିତ ସିଷ୍ଟମ
ଏହାରେ ଅଧିକାଂଶ ତଥ୍ୟ ଆତ୍ମ ଘୋଷିତ ତଥ୍ୟ ଉପରେ ଆଧାରିତ। ଭୁଲ ତଥ୍ୟ ଦେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ।
3. ଆଧାର ବାଧ୍ୟତାମୂଳକ
ଉଦ୍ୟମ ପଞ୍ଜିକରଣ ପାଇଁ ଆଧାର ନମ୍ବର ଅବଶ୍ୟକ।
4. PAN ନମ୍ବର ଆବଶ୍ୟକ.
ଗସ୍ତ ଇଛାଧୀନ ଭାବରେ ବ୍ୟବହାର ହୁଏ ଏହା PAN ସହିତ ଲିଙ୍କ୍ ଥାଏ, ଯାହା ଦ୍ୱାରା ସରକାର ତଥ୍ୟ ଯାଞ୍ଚ କରନ୍ତି।
5. ଏକ ବ୍ୟାଙ୍କ ଆକାଉଣ୍ଟ ଆବଶ୍ୟକ.
ଏକ ବ୍ୟବସାୟ ପାଇଁ କେବଳ ଗୋଟିଏ ଉଦ୍ୟମ ପଞ୍ଜିକରଣ ହୋଇପାରିବ।
ଉଦ୍ୟମ ପଞ୍ଜିକରଣ ଭାରତର ଏମ.ଏସ.ଏମ.ଇ ବିଭାଗ ଦ୍ୱାରା ପରିଚାଳିତ ହୁଏ । ଏହା ନୂଆ ଉଦ୍ୟମୀମାନଙ୍କୁ ସହଜରେ ବ୍ୟବସାୟ ଆରମ୍ଭ କରିବା, ସରକାରୀ ସୁବିଧା ପାଇବା ଓ ଆର୍ଥିକ ଭାବେ ଶକ୍ତିଶାଳୀ ହେବାରେ ସହାୟତା କରିବା ସହିତ ଏହାର ଆଇନଗତ ସୁରକ୍ଷା ମଧ୍ୟ ବ୍ୟବସାୟକୁ ନିରାପଦ କରେ।
ଏହିପରି, ଯଦି ଆପଣ ଏକ ସୁକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ଚାଲାଉଛନ୍ତି କିମ୍ବା ଆରମ୍ଭ କରିବାକୁ ଯାଉଛନ୍ତି, ଉଦ୍ୟମ ପଞ୍ଜିକରଣ କରିବା ଅତ୍ୟନ୍ତ ଲାଭଦାୟକ।
ପଞ୍ଜିକରଣ ପାଇଁ କଣ କରିବେ?
ପ୍ରଥମେ ଯେ କୌଣସି ବ୍ରାଉଜର ଖୋଲନ୍ତୁ
ଟାଇପ କରନ୍ତୁ https://www.udyamregistration.gov.in .
ଏହାର ଅଫିସିଆଲ ସାଇଟ ଖୋଲିଲା ପରେ ଆଧାର ନମ୍ବର ଓ ଉଦ୍ୟୋଗ ନାମ ଦେଇ validate & generate otp ରେ click କଲେ ଆଧାର ସହିତ ପଞ୍ଜିକରଣ ଥିବା mobile ନମ୍ବର କୁ otp ଆସିବ ,otp ଦେଇସାରିବା ପରେ ଆବେଦନ ର ପୁର୍ଣ page ଟି ଖୋଲିଯିବ |ଏହାପରେ ସମ୍ପୂର୍ଣ ଭାବରେ ପୁରଣ କରି ପଞ୍ଜିକରଣ କରିବେ |
ଉପର ଲିଖିତ ତିନୋଟି ଡକ୍ୟୁମେଣ୍ଟ ର ଆବଶ୍ୟକ ହେବ | (1) ଆଧାର ନମ୍ବର (2) PAN ନମ୍ବର (3) ଏକ ଜାତୀୟକରଣ ବ୍ୟାଙ୍କ ର ଆକାଉଣ୍ଟ ନମ୍ବର |
ଏହାପରେ ପ୍ରମାଣପତ୍ର କୁ ପ୍ରିଣ୍ଟ କରି ବ୍ୟବସାୟ ପ୍ରତିଷ୍ଠାନ ରେ ଲଗାଇପାରିବେ ଆବଶ୍ୟକ ଅନୁସାରେ ଏହାର କପି ବ୍ୟବହାର କରିପାରିବେ |
Comments
Post a Comment