ଓଡିଶା ଗେଜ଼ଟ ͖ ବିଂଜ୍ଞପ୍ତି ପ୍ରମାଣପତ୍ର ପାଇଁ ଆବେଦନ ପ୍ରକ୍ରିୟା

ଓଡିଶା ଗେଜେଟ ବିଜ୍ଞପ୍ତି  ହେଉଛି ସରକାରୀ ଭାବରେ କୌଣସି ତଥ୍ୟ, ପରିବର୍ତ୍ତନ ବା ଘୋଷଣାକୁ ସାର୍ବଜନୀନ କରିବା ପାଇଁ ପ୍ରକାଶିତ ଏକ ଆଧିକାରିକ ଡକ୍ୟୁମେଣ୍ଟ। ଏହାକୁଓଡିଶା ସରକାର ଙ୍କ  ଦ୍ୱାରା ପ୍ରକାଶ କରାଯାଏ ଏବଂ ଏହାର ଆଇନଗତ ମୂଲ୍ୟ ରହିଛି। ସାଧାରଣତଃ ବ୍ୟକ୍ତିଗତ  ନାମ ପରିବର୍ତ୍ତନ, କମ୍ପାନୀ ବା ବ୍ୟବସାୟ ପ୍ରତିଷ୍ଠାନ ଭାଗିଦାରୀ ପରିବର୍ତନ  ପାଇଁ ଗେଜେଟ ବିଜ୍ଞପ୍ତି ଆବଶ୍ୟକ ହୁଏ।

ଓଡିଶାରେ ଗେଜେଟ ନୋଟିଫିକେସନ ପାଇଁ ଆବେଦନ କରିବା ପ୍ରକ୍ରିୟା କିଛି  ପଦକ୍ଷେପ ଭିତରେ ବିଭକ୍ତ:
ଆବେଦନ ପତ୍ର ପ୍ରସ୍ତୁତି ପାଇଁ ପ୍ରଥମେ ଆପଣଙ୍କୁ ଏକ ସଠିକ୍ ଫର୍ମାଟ୍‌ରେ ଆବେଦନ ପତ୍ର ତିଆରି କରିବାକୁ ପଡିବ। ଏଥିରେ ଆପଣଙ୍କ ପୁରୁଣା ତଥ୍ୟ ଓ ନୂତନ ପରିବର୍ତ୍ତନ ତଥ୍ୟ ସ୍ପଷ୍ଟ ଭାବରେ ରହିବା ଆବଶ୍ୟକ।

ଫିଡେଭିଟ୍‌ (Affidavit) କେମିତି ତିଆରି କରିବେ ? 

ନୋଟାରୀ ବା ମେଜିଷ୍ଟ୍ରେଟ୍ ଙ୍କ ପାଖରେ ଏକ ଅଫିଡେଭିଟ୍‌ ପ୍ରସ୍ତୁତ କରି ସିଲ ଓ ସାଇନ  କରିବାକୁ ପଡେ। ଏଥିରେ ପରିବର୍ତ୍ତନର କାରଣ ଓ ଘୋଷଣା ଥାଏ।
ଏହାପରେ ନ୍ୟୁଜପେପର୍‌ରେ ପ୍ରକାଶ କରିବାକୁ ହେବ .(ସରକାରୀ ୱେବ୍ସାଇଟ ରେ ଏହାର ଫର୍ମାଟ ଉପଲବ୍ଧ )
ଆପଣଙ୍କ ନାମ ବା ତଥ୍ୟ ପରିବର୍ତ୍ତନକୁ ଏକ ଇଂରାଜୀ କିମ୍ବା ଏକ ଓଡ଼ିଆ ସମ୍ବାଦପତ୍ରରେ ପ୍ରକାଶ କରିବା ଆବଶ୍ୟକ। ଏହା ଏକ ପ୍ରମାଣ ଭାବେ କାମ କରେ।

 ଆବଶ୍ୟକ ଡକ୍ୟୁମେଣ୍ଟ ସଂଗ୍ରହ କରନ୍ତୁ.|

ଆଧାର କାର୍ଡ, ପାନ୍ କାର୍ଡ ଇତ୍ୟାଦି ପରିଚୟ ପତ୍ର
ଅଫିଡେଭିଟ୍‌ କପି, ନ୍ୟୁଜପେପର୍‌ (pdf) ଓ ଅନ୍ୟାନ୍ୟ 
ଆବଶକୀୟ ଡକ୍ୟୁମେଣ୍ଟ ଦେବାକୁ ହୋଇଥାଏ |

 ସରକାର ନିର୍ଦ୍ଧାରିତ ଫିସ୍‌ ଦେୟ ଦେବାକୁ ପଡିବ। ଫିସ୍‌ ରାଶି ବିଭିନ୍ନ କେସ୍‌ ଅନୁସାରେ ପରିବର୍ତ୍ତନଶୀଳ ହୁଏ।
ସମସ୍ତ ଡକ୍ୟୁମେଣ୍ଟ ସହିତ ଆପଣ ଅନଲାଇନ ମାଧ୍ୟମରେ ଗେଜେଟ ବିଭାଗ କାର୍ଯ୍ୟାଳୟକୁ ଆବେଦନ କରିବେ ଓ .ନିୟମାବଳି କୁ ଅନୁସରଣ କରିବାକୁ ହେବ |
ଆବେଦନରେ ଦିଆଯାଇଥିବା ସମସ୍ତ ତଥ୍ୟ ସଠିକ୍ ଓ ସତ୍ୟ ହେବା ଆବଶ୍ୟକ। ଭୁଲ ତଥ୍ୟ ଦେଲେ ଆବେଦନ ରଦ୍ଦ ହୋଇପାରେ।

ଆଇନଗତ ପ୍ରମାଣପତ୍ର

ଅଫିଡେଭିଟ୍‌ (ନୋଟରୀ କିମ୍ବା ମାଜିଷ୍ଟ୍ରେଟେ ପାଖରେ ଯାଞ୍ଚ ହୋଇଥିବ ) ଓ ନ୍ୟୁଜପେପର୍‌ ପ୍ରକାଶ ଆବଶ୍ୟକ। ଏହା ବିନା ଗେଜେଟ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ ହୁଏ ନାହିଁ।
ନିର୍ଦ୍ଧାରିତ ଫର୍ମାଟ୍‌ ଅନୁସରଣ କରି 
ସରକାର ଦ୍ୱାରା ଦିଆଯାଇଥିବା ଆଫିଡେଭିଟ  ଓ ନିଉଜପେପର  ଫର୍ମାଟ୍‌ ଅନୁଯାୟୀ ଆବେଦନ ପତ୍ର ତିଆରି କରିବା ଆବଶ୍ୟକ।
ସମୟ ସୀମା
ସାଧାରଣତଃ ଗେଜେଟ ପ୍ରକାଶ ପାଇଁ  ସମୟ ଲାଗିପାରେ, (ଆନୁମାନିକ ଦୁଇ ରୁ ତିନି ମାସ କିମ୍ବା ଅଧିକ),କେତେକ କେସ୍‌ରେ ଅଧିକ ସମୟ ମଧ୍ୟ ଲାଗିପାରେ।
ବିଭାଗୀୟ କାର୍ଯ୍ୟାଳୟ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରି ଅନୁମୋଦନ ପରେ ଏକ ଆବଶ୍ୟକୀୟ ଫିସ ଦେବା ପାଇଁ ଲିଙ୍କ୍  ଦିଅନ୍ତି, ଏହି ଲିଙ୍କ୍ ମାଧ୍ୟମରେ ସଫଳ ପେମେଣ୍ଟ ପରେ  ଗେଜେଟ ବିଜ୍ଞପ୍ତି ପ୍ରକାଶ ହୁଏ।

ବ୍ୟକ୍ତିଗତ ସମ୍ପୂର୍ଣ ନାମ ପରିବର୍ତନ, ବା ବ୍ୟବସାୟ ପ୍ରତିଷ୍ଠାନ ର ଭାଗିଦାରୀ ପରିବର୍ତନ ପାଇଁ ଆବେଦନ କରାଯାଏ.
ଓଡିଶା ଗେଜେଟ ବିଜ୍ଞପ୍ତି ଏକ ଅତ୍ୟନ୍ତ ଜରୁରୀ ସରକାରୀ ପ୍ରକ୍ରିୟା ଯାହା ଆପଣଙ୍କ ବ୍ୟକ୍ତିଗତ ବା ବ୍ୟବସାୟିକ ପ୍ରତିଷ୍ଠାନ ଭାଗିଦାରୀ ପରିବର୍ତ୍ତନକୁ ଆଇନଗତ ମୂଲ୍ୟ ଦେଇଥାଏ। ଠିକ୍ ପ୍ରକ୍ରିୟା ଓ ନିୟମାବଳି ଅନୁସରଣ କରିଲେ ଆପଣ ସହଜରେ ଗେଜେଟ ନୋଟିଫିକେସନ ପାଇପାରିବେ। ଏହା ଭବିଷ୍ୟତରେ ସମସ୍ତ ସରକାରୀ ଓ ବେସରକାରୀ କାମରେ ଏକ ଦୃଢ଼ ପ୍ରମାଣପତ୍ର ଭାବେ କାମ କରିବ|

(ଏହାର ସମସ୍ତ ତଥ୍ୟ ଅଫିସିଆଲ ୱେବସାଇଟ ରେ ଉପଲବ୍ଧ ଅଛି. ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ପରିଦର୍ଶନ କରନ୍ତୁ )

ଅଫିସିଆଲ ୱେବସାଇଟ :-https://egazette.odisha.gov.in କୁ ଯାନ୍ତୁ |

Right Corner ରେ online services ଉପରେ click କଲେ Name /Surname ରେ click କରି  login କିମ୍ବା  Registration ଯାଆନ୍ତୁ |

ଯଦି ଆପଣ ପ୍ରଥମ ଥର ପାଇଁ ଆବେଦନ କରୁଛନ୍ତି ତେବେ ପ୍ରଥମେ registration କରନ୍ତୁ ଓ ତା ପରେ login କୁ ଆସନ୍ତୁ |
ରେଜିଷ୍ଟ୍ରସନ ପାଇଁ ମୋବାଇଲ ନମ୍ବର ,ଇମେଲ ଆଇଡି ,ଆବେଦନକାରୀ ନାମ ଓ ପିତାଙ୍କ ନାମ ଆବଶ୍ୟକ ହେବ | 
ରେଜିଷ୍ଟ୍ରସନ ସରିଲା ପରେ login କରି ଆବେଦନ ଫର୍ମାଟ କୁ ଯାଆନ୍ତୁ |
କେବଳ ଆବେଦନ କାରି ଙ୍କ ନାମ ରେ ପଞ୍ଜିକରଣ  ହେବ |

ଧରନ୍ତୁ ଯେଉଁମାନେ 18 ବର୍ଷରୁ କମ ବୟସ ହୋଇଥିବେ ସେମାନଙ୍କ ପିତା /ମାତା  ଙ୍କ ନାମରେ ID ହେବ |

ଆବେଦନ ଫର୍ମାଟ ରେ ଡକ୍ୟୁମେଣ୍ଟ ଲୋଡ ଏକ ଗୁରୁତ୍ୱପୂର୍ଣ ଦିଗ | ଏହାକୁ ଭଲଭାବେ ବୁଝିବାକୁ ହେବ |
Affidavit କୁ ଫର୍ମାଟ ଅନୁସାରେ ତିଆରି କରିବା ଭଲ | ନିଉଜପେପର ରେ ଦିଆଯାଇଥିବା advertise page ଟିର  pdf ଲୋଡ଼ କରିବା ଭଲ ହେବ |
ଏହାପରେ ID proof ଲୋଡ଼ କରନ୍ତୁ (ଯଦି 18 ବର୍ଷରୁ କମ ତେବେ ଜନ୍ମ ପ୍ରମାଣ ଆବଶ୍ୟକ ହେବ |
ସମ୍ପୂର୍ଣ ଠିକ ଭାବେ ଲୋଡ଼ କରି submit କରନ୍ତୁ | ଏହାପରେ ଏକ ଆବେଦନ ପତ୍ର  serial number ମିଳିବ |

ଆବେଦନ କରିବା ପୂର୍ବରୁ ଏହି ମେସେଜ ଟି ସମ୍ପର୍ଣ ଭାବେ ପଢନ୍ତୁ (ଯାହା ଅଫିସିଆଲ ୱେବସାଇଟ ରେ ଉପଲବ୍ଧ ଅଛି )

Important Message

Requirement of ‘Gazette publication of name change’ for correction of name in Aadhaar, following the decision taken in the meeting held on 28.11.2025 at 01:00 PM in the Chief Secretary’s Conference Hall.

  • Applicants are instructed not to apply for Gazette Notification in cases of corrections in Aadhaar card such as typo mistakes, transliteration errors, regional language related name updates, marriage/divorce/adoption related name changes, append/edit initials, or change in name sequence, as these do not require Gazette publication as per UIDAI SOP (28.10.2021).
  • Applicants are advised to apply for Gazette Notification only in cases of full/first-name change (e.g., Pankaj Kumar → Abhinay K Singh).

28.11.2025 ତାରିଖ ଅପରାହ୍ନ 01.00 ଘଣ୍ଟାରେ ମୁଖ୍ୟ ସଚିବଙ୍କର ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକର ନିଷ୍ପତ୍ତି ଅନୁସାରେ ‘ଆଧାର’ରେ ନାମ ସଂଶୋଧନ ନିମନ୍ତେ ‘ନାମ ପରିବର୍ତ୍ତନର ଗେଜେଟ୍‌ ପ୍ରକାଶନ’ର ଆବଶ୍ୟକତା

  • ଆଧାର କାର୍ଡ‌ରେ ନାମ ସଂଶୋଧନ ଯଥା ଭୁଲ ଶବ୍ଦଲେଖନ (typo mistake), ଆକ୍ଷରିକ ଅନୁବାଦ (transliteration errors), ଭାଷା ପରିବର୍ତ୍ତନ ସମ୍ବନ୍ଧୀୟ ଅଦ୍ୟତନ(regional language related name updates), ବିବାହ / ଛାଡ଼ପତ୍ର / ପୋଷ୍ୟ ଗ୍ରହଣ ସ୍ଥଳେ ନାମ ପରିବର୍ତ୍ତନ(marriage / divorce / adoption related name changes), ଆରମ୍ଭକ୍ଷର ଯୋଡ଼ିବା/ସଂଶୋଧନ (append/edit initials), କିମ୍ବା ନାମର ଅନୁକ୍ରମ ପରିବର୍ତ୍ତନ(change in name sequence) ନିମନ୍ତେ ଗେଜେଟ୍‌ ପ୍ରକାଶନ ପାଇଁ ଆବେଦନ କରନ୍ତୁ ନାହିଁ, କାରଣ UIDAI ମାନକ କ୍ରିୟାବିଧି(SOP) ତା.28.10.2021 ଅନୁସାରେ ଏସବୁ କ୍ଷେତ୍ରରେ ଗେଜେଟ୍‌ ର ଆବଶ୍ୟକତା ନାହିଁ ।
  • ଆବେଦନକାରୀମାନଙ୍କୁ ପରାମର୍ଶ ଦିଆଯାଉଛି ଯେ, ପ୍ରଥମ ନାମ / ସମ୍ପୂର୍ଣ୍ଣ ନାମ ପରିବର୍ତ୍ତନ (ଉଦାହରଣ: Pankaj Kumar → Abhinay K Singh) ସ୍ଥଳେ ହିଁ ଗେଜେଟ୍‌ ପ୍ରକାଶନ ପାଇଁ ଆବେଦନ କରନ୍ତୁ।

Comments

Popular posts from this blog

ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି 235 ଜୀବନ।

ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......