ଆଶ୍ୱାସନା ଦେଲା ଆମେରିକା, ପ୍ରଯୁକ୍ତି କ୍ଷେତ୍ରରେ ଅଧିକାର ମିଳିଲେ ହଠାତ୍ ପ୍ରତ୍ୟାହାର କରାଯିବ ନାହିଁ।


ଆଶ୍ୱାସନା କୁ ଗୁରୁତ୍ୱପୂର୍ଣ ବୋଲି ମନେକରୁଛି ଭାରତ।

AI ପ୍ରଯୁକ୍ତି ର ନିରନ୍ତର ଉପଲବ୍ଧତା ନେଇ ଭାରତର ଚିନ୍ତା ପ୍ରକଟ।

ଭାରତ-ଆମେରିକା ପ୍ରଯୁକ୍ତି ସହଯୋଗରେ ଏକ ସକାରାତ୍ମକ ସନ୍ଦେଶ ସାମ୍ନାକୁ ଆସିଛି। ଆମେରିକା ସ୍ପଷ୍ଟ କରିଛି ଯେ, ଭାରତକୁ ଥରେ ଯେଉଁ ଉନ୍ନତ ପ୍ରଯୁକ୍ତିର ପ୍ରବେଶାଧିକାର ଦିଆଯିବ, ତାହାକୁ ପରବର୍ତ୍ତୀ ସମୟରେ ହଠାତ୍ ପ୍ରତ୍ୟାହାର କରାଯିବ ନାହିଁ। ଏହି ସୂଚନା ଦେଇଛନ୍ତି ଭାରତର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି (MeitY) ସଚିବ ଏସ୍. କୃଷ୍ଣନ। 

ଆମେରିକାରେ ଆୟୋଜିତ Pax Silica Summit ଅବସରରେ ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ କୃତ୍ରିମ ବୁଦ୍ଧିମତା (AI), ସେମିକଣ୍ଡକ୍ଟର ଓ ଅନ୍ୟାନ୍ୟ ଅତ୍ୟାଧୁନିକ ପ୍ରଯୁକ୍ତିକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ସମୟରେ ଭାରତ ଉନ୍ନତ AI ପ୍ରଯୁକ୍ତିର ନିରନ୍ତର ଉପଲବ୍ଧତା ନେଇ ଚିନ୍ତା ପ୍ରକାଶ କରିଥିଲା। 

ଏସ୍. କୃଷ୍ଣନ କହିଛନ୍ତି, ଆମେରିକାର ଚିନ୍ତା AI ମଡେଲ୍‌ର ସୁରକ୍ଷିତ ବ୍ୟବହାରକୁ ନେଇ ରହିଛି। ସେଥିପାଇଁ କିଛି ଉନ୍ନତ AI ମଡେଲ୍ ମୁକ୍ତି ପୂର୍ବରୁ ସମୀକ୍ଷା ବ୍ୟବସ୍ଥା ରଖାଯାଉଛି। ତେବେ ଭାରତକୁ ଆଶ୍ୱାସନ ଦିଆଯାଇଛି ଯେ, ଏକବାର ପ୍ରଯୁକ୍ତିର ପ୍ରବେଶାଧିକାର ମିଳିଗଲେ ତାହାକୁ ମଝିରାସ୍ତାରେ ବନ୍ଦ କରାଯିବ ନାହିଁ। 

ଏହି ଆଶ୍ୱାସନକୁ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। AI, ସେମିକଣ୍ଡକ୍ଟର, ଡିଜିଟାଲ୍ ପ୍ରଯୁକ୍ତି ଏବଂ ଗବେଷଣା କ୍ଷେତ୍ରରେ ଭାରତ-ଆମେରିକା ସହଯୋଗକୁ ଏହା ଅଧିକ ମଜବୁତ କରିବା ସହ ଭାରତୀୟ ଶିଳ୍ପ, ଷ୍ଟାର୍ଟଅପ୍ ଓ ଗବେଷକଙ୍କ ମନରେ ଆତ୍ମବିଶ୍ୱାସ ବଢ଼ାଇବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି। 


ଉତ୍ସ: PTI, Hindustan Times. 

Comments

Popular posts from this blog

ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି 235 ଜୀବନ।

ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......