ଶେଷ ପର୍ଯ୍ୟାୟ ରେ ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬,ଅଗଷ୍ଟ 19 ଦାବି ଓ ଆପତ୍ତି ର ଶେଷ ତାରିଖ।

 Published by: Greatfuture Info

ଭୁବନେଶ୍ୱର, ୬ ଅଗଷ୍ଟ: ରାଜ୍ୟରେ ଚାଲିଥିବା ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା ବର୍ତ୍ତମାନ ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଆଗେଇ ଚାଲିଛି। ଏହି ପରିପ୍ରେକ୍ଷୀରେ ଦାବି, ଆପତ୍ତି ଓ ଶୁଣାଣି ପ୍ରକ୍ରିୟା ଜୋରଦାର ଜାରି ରହିଥିବା ବେଳେ ଆସନ୍ତା ଅଗଷ୍ଟ ୧୯ ତାରିଖ ମଧ୍ୟରେ ଯୋଗ୍ୟ ନାଗରିକମାନେ ଆବେଦନ କରିପାରିବେ। ଆଜି ସୁଦ୍ଧା ମୋଟ ୫୮ ଲକ୍ଷ ୩୬ ହଜାର ୪୩୦ ଜଣ ଭୋଟରଙ୍କ ନାମରେ ନୋଟିସ ଜାରି କରାଯାଇଛି।


 ସେଥିମଧ୍ୟରୁ ୫୭ ଲକ୍ଷ ୭୭ହଜାର ୫୬୫ଜଣ ଭୋଟରଙ୍କୁ ସଫଳତାର ସହ ନୋଟିସ ପ୍ରଦାନ କରାଯାଇସାରିଛି। ଅନ୍ୟପଟେ ନୋଟିସ ପାଇଥିବା ଭୋଟରଙ୍କ ମଧ୍ୟରୁ ୩୦ଲକ୍ଷ ୧୧ ହଜାର ୫୮୭ ଜଣଙ୍କର ଶୁଣାଣି କାର୍ଯ୍ୟ ଶେଷ ହୋଇଛି। ଏବେ ସୁଦ୍ଧା ନୋଟିସ ପ୍ରଦାନ କରାଯାଇଥିବା ଭୋଟର ମାନଙ୍କ ଆବଶ୍ୟକୀୟ ତଥ୍ୟ ଅଭାବରୁ ୧୨ ହଜାର ୫୭୨ ଜଣ ଭୋଟରଙ୍କୁ ଚୂଡ଼ାନ୍ତ ତାଲିକାରେ ସାମିଲ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି। ସେହିପରି,ନୂତନ ନାମ ପଞ୍ଜିକରଣ ପାଇଁ ଫର୍ମ-୬ ଜରିଆରେ ୧,୮୧,୭୭୦ ଜଣ ଆବେଦନ କରିଛନ୍ତି।ଭୋଟର ତାଲିକାରୁ ଗୋଟିଏ ସ୍ଥାନରେ ନାମ ରଖି ଅନ୍ୟ ସ୍ଥାନରେ ନାମ ହଟାଇବା ପାଇଁ ଫର୍ମ-୭ରେ ୩୭,୨୬୫ଟି ଆବେଦନ ଦାଖଲ ହୋଇଛି। ଭୋଟରଙ୍କ ନାମ, ଠିକଣା କିମ୍ବା ଅନ୍ୟାନ୍ୟ ସଂଶୋଧନ ଓ ପରିବାରର ସଦସ୍ୟ ଙ୍କ ନାମ ଏକତ୍ର  ଗୋଟିଏ ସ୍ଥାନରେ ରଖିବା ପାଇଁ ଫର୍ମ-୮ରେ ୧,୬୩,୪୨୪ ଜଣ ଭୋଟର ଆବେଦନ କରିଛନ୍ତି। 

ସେହିପରି,ରାଜ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନମଣ୍ଡଳୀ ଓ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଶତପ୍ରତିଶତ ନୋଟିସ ପ୍ରଦାନ କରି ତାହାର ଶତପ୍ରତିଶତ ଶୁଣାଣି ଶେଷକରି ସର୍ବାଗ୍ରେ ରହିଛନ୍ତି। ସୂଚନାଯୋଗ୍ୟ, ସମସ୍ତ ଯୋଗ୍ୟ ନାଗରିକ ମାନଙ୍କୁ ଅଗଷ୍ଟ ୧୯ ମଧ୍ୟରେ ନିଜର ଦାବି କିମ୍ବା ଆପତ୍ତି ଆବେଦନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପାଳନ ନିବେଦନ କରିଛନ୍ତି।

Source: PB-SHABD


Comments

Popular post

Earthquakes in Venezuela update news: ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି ଅନେକ ଜୀବନ।

Link mobile number in e-voter id : ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

Basic Information of Aadhar and important rule: ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......

AI Data vs Supreme court Decision report : AI ର ତଥ୍ୟ ଆଧାରରେ ରାୟ ଦେବା ଅଗ୍ରହଣୀୟ: ସୁପ୍ରିମକୋର୍ଟ

Economic survey mutual fund sip : ଗତ ୩ ବର୍ଷରେ ମ୍ୟୁଚୁଆଲ ଫଣ୍ଡ SIP ନିବେଶ ଦୁଇଗୁଣ ହୋଇଛି.:-ଅର୍ଥନୈତିକ ସର୍ଭେ….

SIR ମାମଲାରେ ନିର୍ବାଚନ କମିଶନ ନାଗରିକତ୍ୱ ନିର୍ଣ୍ଣୟ କରିପାରିବ ନାହିଁ :-ସର୍ବୋଚ୍ଚ ନ୍ୟାୟାଳୟ।