ପାରାଦୀପ ବନ୍ଦରରେ ୧୨.୧୮ କୋଟି ଟଙ୍କା ବ୍ୟୟରେ ନବୀକୃତ ପ୍ରଶାସନିକ ଭବନ ଉଦ୍‌ଘାଟନ ସହ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ।

Published by: Greatfuture Info

ପାରାଦୀପ, ୨୧/୮:  ପାରାଦୀପ ବନ୍ଦରରେ ନବୀକୃତ ପ୍ରଶାସନିକ କାର୍ଯ୍ୟାଳୟ ଭବନର ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ। ପ୍ରାୟ ୧୨ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ଭବନର ଆଧୁନିକୀକରଣ କରାଯାଇଛି। ନବୀକରଣ ଦ୍ୱାରା କାର୍ଯ୍ୟାଳୟର କାର୍ଯ୍ୟକ୍ଷମତା ସହ ଯାତାୟାତ ଓ ଆଭ୍ୟନ୍ତରୀଣ ବ୍ୟବସ୍ଥା ଅଧିକ ସୁଗମ ହେବ। ଏହା ଆଧୁନିକ ଓ ସ୍ମାର୍ଟ ବନ୍ଦର ଭିତ୍ତିଭୂମି ବିକାଶ ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ଶ୍ରୀ ସୋନୱାଲ କହିଛନ୍ତି। 



ଏହି ଅବସରରେ ସେ ମାରିଟାଇମ୍‌ ଷ୍ଟଡିଜ୍‌ ସେଣ୍ଟର ଅଫ୍‌ ଏକ୍ସିଲେନ୍ସରେ ପ୍ରଶିକ୍ଷଣ ନେଇଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଦକ୍ଷତା ବିକାଶ, ଶିଳ୍ପଭିତ୍ତିକ ପ୍ରଶିକ୍ଷଣ ଓ ମାରିଟାଇମ୍‌ କ୍ଷେତ୍ରରେ ଯୁବପିଢ଼ିଙ୍କ ପାଇଁ ରହିଥିବା ରୋଜଗାର ସୁଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ବନ୍ଦରର ଗେଟ୍‌ ନମ୍ବର-୩ ସମ୍ମୁଖରେ ୧୦ ଲକ୍ଷତମ ବୃକ୍ଷରୋପଣ କରାଯାଇଛି।

Source: PB-SHABD


Comments

Popular post

Earthquakes in Venezuela update news: ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି ଅନେକ ଜୀବନ।

Link mobile number in e-voter id : ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

Basic Information of Aadhar and important rule: ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......

AI Data vs Supreme court Decision report : AI ର ତଥ୍ୟ ଆଧାରରେ ରାୟ ଦେବା ଅଗ୍ରହଣୀୟ: ସୁପ୍ରିମକୋର୍ଟ

Economic survey mutual fund sip : ଗତ ୩ ବର୍ଷରେ ମ୍ୟୁଚୁଆଲ ଫଣ୍ଡ SIP ନିବେଶ ଦୁଇଗୁଣ ହୋଇଛି.:-ଅର୍ଥନୈତିକ ସର୍ଭେ….

SIR ମାମଲାରେ ନିର୍ବାଚନ କମିଶନ ନାଗରିକତ୍ୱ ନିର୍ଣ୍ଣୟ କରିପାରିବ ନାହିଁ :-ସର୍ବୋଚ୍ଚ ନ୍ୟାୟାଳୟ।