ଭୁବନେଶ୍ୱର ସିଏସ୍‌ଆଇଆର୍-ଆଇଏମ୍‌ଏମ୍‌ଟି ପରିସରରେ ପ୍ରଥମ ଅନ୍ତର୍ଜାତୀୟ ରାଜଭାଷା ବାର୍ଷିକ ଶିଖର ସମ୍ମିଳନୀ, ଓଡ଼ିଶା-୨୦୨୬।

 Published by: Greatfuture Info

ଭୁବନେଶ୍ୱର, ୨୧/୮:  ଭୁବନେଶ୍ୱରରେ ଆୟୋଜିତ ହୋଇଛି ‘ପ୍ରଥମ ଅନ୍ତର୍ଜାତୀୟ ରାଜଭାଷା ବାର୍ଷିକ ଶିଖର ସମ୍ମିଳନୀ, ଓଡ଼ିଶା-୨୦୨୬’। ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି, ଭୁବନେଶ୍ୱର ଆନୁକୂଲ୍ୟରେ ସିଏସ୍‌ଆଇଆର୍-ଆଇଏମ୍‌ଏମ୍‌ଟି ପରିସରରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି । ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳନୀର ଶୁଭାରମ୍ଭ କରିଥିଲେ। ଏଥିରେ ଦେଶ ଓ ବିଦେଶର ବହୁ ପ୍ରତିଷ୍ଠିତ ରାଜଭାଷା ବିଶେଷଜ୍ଞ, ସାହିତ୍ୟିକ ଓ ଗବେଷକ ଯୋଗଦେଇଥିଲେ। ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତ୍ତାର ଯୁଗରେ ହିନ୍ଦୀ ଭାଷାର ବ୍ୟାବହାରିକ ପ୍ରୟୋଗ, ବିଶ୍ୱସ୍ତରରେ ହିନ୍ଦୀର ସ୍ଥିତି, ଭାରତୀୟ ଭାଷା ସହ ହିନ୍ଦୀର ସମ୍ପର୍କ ଏବଂ ରାଜଭାଷାର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ବିଶେଷ ଆଲୋଚନା ହୋଇଥିଲା।


Comments

Popular post

Earthquakes in Venezuela update news: ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି ଅନେକ ଜୀବନ।

Link mobile number in e-voter id : ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

Basic Information of Aadhar and important rule: ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......

AI Data vs Supreme court Decision report : AI ର ତଥ୍ୟ ଆଧାରରେ ରାୟ ଦେବା ଅଗ୍ରହଣୀୟ: ସୁପ୍ରିମକୋର୍ଟ

Economic survey mutual fund sip : ଗତ ୩ ବର୍ଷରେ ମ୍ୟୁଚୁଆଲ ଫଣ୍ଡ SIP ନିବେଶ ଦୁଇଗୁଣ ହୋଇଛି.:-ଅର୍ଥନୈତିକ ସର୍ଭେ….

SIR ମାମଲାରେ ନିର୍ବାଚନ କମିଶନ ନାଗରିକତ୍ୱ ନିର୍ଣ୍ଣୟ କରିପାରିବ ନାହିଁ :-ସର୍ବୋଚ୍ଚ ନ୍ୟାୟାଳୟ।