ସେବା ସଂକଳ୍ପ ଅଭିଯାନ' ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମାସବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ।

Published by:Greatfuture Info 

ଭୁବନେଶ୍ୱର, ୧୭ ସେପ୍ଟେମ୍ବର: ଆରମ୍ଭ ହୋଇଛି 'ସେବା ସଂକଳ୍ପ ଅଭିଯାନ'। ଏହି ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମାସବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଯାନ ଚାଳନା ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନରେ(ଆଇଡିଟିଆର), ପାଲୁର, ଗଞ୍ଜାମ ପରିସରରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳିତ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ କାମନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆଇଡିଟିଆରର ସମସ୍ତ କର୍ମଚାରୀ ଏବଂ ଗାଡ଼ି ଚାଳନା ପ୍ରଶିକ୍ଷଣ ନେଉଥିବା ଅନ୍ତେବାସୀମାନେ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ସାମିଲ୍ ହୋଇଥିଲେ ଏବଂ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । 


ସେହିଭଳି, ଏହି ଅଭିଯାନ ଅନ୍ତର୍ଗତରେ ପରିବେଶ ସୁରକ୍ଷା ଓ ସେବା ମନୋଭାବର ବାର୍ତ୍ତା ଦେଇ ଭୁବନେଶ୍ୱର-୨ ଆରଟିଓ ପରିସରରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତ ବୃକ୍ଷରୋପଣ କରିବା ସହ ସମାଜରେ ସେବା ମନୋଭାବ ବୃଦ୍ଧି କରିବା ପାଇଁ ଆହ୍ୱାନ ଦେଇଥିଲେ। କଟକ ସ୍ଥିତ ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା ବ୍ୟବସ୍ଥା କେନ୍ଦ୍ର ପରିସରରେ ପରିବହନ ଆୟୁକ୍ତ ଅମିତାଭ ଠାକୁର ବୃକ୍ଷରୋପଣ କରିବା ସହ ସମସ୍ତଙ୍କୁ ସଡ଼କ ସୁରକ୍ଷା ଶପଥପାଠ କରାଇଥିଲେ। 

ଏହି ପରିପ୍ରେକ୍ଷୀରେ, ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ପରିବହନ ଆୟୁକ୍ତ ଅମିତାଭ ଠାକୁର ଭୁବନେଶ୍ୱର ସ୍ଥିତ ମଣିପାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି।  ସେଠାରେ ସଡ଼କ ଦୁର୍ଘଟଣାରଗ୍ରସ୍ତଙ୍କ ପାଇଁ ଉଦ୍ଦିଷ୍ଟ  ପିଏମ-ରାହତ ଯୋଜନାର କ୍ଷେତ୍ରସ୍ତରୀୟ କାର୍ଯ୍ୟକାରିତାର ତଦାରଖ ଓ ସମୀକ୍ଷା କରିଛନ୍ତି। ପରିଦର୍ଶନ ସମୟରେ ସେ ଡାକ୍ତର, ହସ୍ପିଟାଲ କର୍ତ୍ତୃପକ୍ଷ, ଚିକିତ୍ସିତ ହେଉଥିବା ବ୍ୟକ୍ତି ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ଏହାସହ ସମସ୍ତ ଦୁର୍ଘଟଣାଗ୍ରସ୍ତ ଯେପରି ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ, ତାହା ନିଶ୍ଚିତ କରିବାକୁ ସେ ସମସ୍ତ ଅନୁବନ୍ଧିତ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି।

ପିଏମ-ରାହତ ଯୋଜନା ଅଧୀନରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଯେକୌଣସି ବ୍ୟକ୍ତି ପ୍ରାରମ୍ଭିକ ୭ ଦିନ ପର୍ଯ୍ୟନ୍ତ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା ବା କ୍ୟାସଲେସ ଚିକିତ୍ସା ସୁବିଧା ପାଇପାରିବେ। ବର୍ତ୍ତମାନ ଓଡ଼ିଶାର ୭୮୯ଟି ବେସରକାରୀ ହସ୍ପିଟାଲ ଏହି ଯୋଜନା ଅଧୀନରେ ପଞ୍ଜୀକୃତ ହୋଇ ସେବା ଯୋଗାଇ ଦେଉଛନ୍ତି। ଏହି ଅବସରରେ ଶ୍ରୀ ଠାକୁର ପ୍ରକାଶ କରିଛନ୍ତି ଯେ, ପିଏମ-ରାହତ ଯୋଜନା ହେଉଛି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସେବା ମନୋଭାବର ଏକ ପ୍ରତିଫଳନ, ଏବଂ ସେହି ସେବା ଓ ସଂକଳ୍ପର ଭାବନା ନେଇ ଆମକୁ ବିପଦ ସମୟରେ ପ୍ରତ୍ୟେକ ଦୁର୍ଘଟଣାଗ୍ରସ୍ତଙ୍କ ସହ ଛିଡ଼ା ହେବାକୁ ପଡ଼ିବ। ଏହି ସୁବିଧା ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ ସ୍ୱାସ୍ଥ୍ୟ ଓ ପୋଲିସ ବିଭାଗର ସମନ୍ୱୟରେ ଆର.ଟି.ଓ  ମାଧ୍ୟମରେ ସମସ୍ତ ଅନୁବନ୍ଧିତ ହସ୍ପିଟାଲଗୁଡ଼ିକରେ ୩ ଦିନିଆ ବ୍ୟାପକ ସଚେତନତା ଅଭିଯାନ କରାଯିବ ।

ସେବା ସଂକଳ୍ପ ଅଭିଯାନ ଅବସରରେ ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟ ସମେତ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସାମୂହିକ ସଡ଼କ ସୁରକ୍ଷା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିବହନ ଆୟୁକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ।

ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ୩୦ ଦିନିଆ ବିଶେଷ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରଙ୍କ ଜନକଲ୍ୟାଣକାରୀ  ଯୋଜନାଗୁଡ଼ିକୁ କେବଳ କାଗଜପତ୍ରରେ ସୀମିତ ନ ରଖି ସିଧାସଳଖ ଭାବେ କ୍ଷେତ୍ରସ୍ତରରେ ଲୋକମାନଙ୍କ ପାଖରେ ପହଞ୍ଚାଇବା।

Comments

Popular post

Earthquakes in Venezuela update news: ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି ଅନେକ ଜୀବନ।

Link mobile number in e-voter id : ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

Basic Information of Aadhar and important rule: ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......

AI Data vs Supreme court Decision report : AI ର ତଥ୍ୟ ଆଧାରରେ ରାୟ ଦେବା ଅଗ୍ରହଣୀୟ: ସୁପ୍ରିମକୋର୍ଟ

Economic survey mutual fund sip : ଗତ ୩ ବର୍ଷରେ ମ୍ୟୁଚୁଆଲ ଫଣ୍ଡ SIP ନିବେଶ ଦୁଇଗୁଣ ହୋଇଛି.:-ଅର୍ଥନୈତିକ ସର୍ଭେ….

SIR ମାମଲାରେ ନିର୍ବାଚନ କମିଶନ ନାଗରିକତ୍ୱ ନିର୍ଣ୍ଣୟ କରିପାରିବ ନାହିଁ :-ସର୍ବୋଚ୍ଚ ନ୍ୟାୟାଳୟ।