ସିଏସଆଇଆର-ଆଇଏମଏମଟି ଗସ୍ତ କଲେ ଆମେରିକୀୟ କନସୁଲ ଜେନେରାଲ।

Published by: Greatfuture Info

ଭୁବନେଶ୍ୱର, ୯ ସେପ୍ଟେମ୍ବର ୨୦୨୬:

ହାଇଦ୍ରାବାଦସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକା କନସୁଲ ଜେନେରାଲଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ସିଏସଆଇଆର-ଆଇଏମଏମଟି (CSIR-IMMT) ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ପ୍ରତିନିଧି ଦଳ ସିଏସଆଇଆର-ଆଇଏମଏମଟିର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ ଏବଂ ବରିଷ୍ଠ ବିଜ୍ଞାନୀମାନଙ୍କ ସହ ଆଲୋଚନା କରିଥିଲେ। କ୍ରିଟିକାଲ ମିନେରାଲ୍ସ (ଗୁରୁତ୍ୱପୂର୍ଣ୍ଣ ଖଣିଜ) ଏବଂ ଉନ୍ନତ ପ୍ରସେସିଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ-ଆମେରିକା ମଧ୍ୟରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।


ଏହି ପ୍ରତିନିଧି ଦଳ ସଂସ୍ଥାନର ଗବେଷଣାଗାର ସମେତ ଖଣିଜ ପ୍ରକ୍ରିୟାକରଣ ପାଇଲଟ ପ୍ଲାଣ୍ଟ, ପିଜିଏମ୍‍ ପାଇଲଟ ପ୍ଲାଣ୍ଟ ଏବଂ ସି-ବେଡ ମିନେରାଲ୍ସ ପାଇଲଟ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ ସଂସ୍ଥା ଦ୍ୱାରା ହେଉଥିବା ଅଗ୍ରଗତି ସମ୍ପର୍କରେ ପ୍ରତିନିଧି ଦଳକୁ ଅବଗତ କରାଯାଇଥିଲା। ଏନସିଏମଏମ ଅଧୀନରେ ସିଏସ୍‍ଆଇଆର-ଆଇଏମଏମଟି ଉତ୍କର୍ଷ କେନ୍ଦ୍ର ଏବଂ ବ୍ୟବସାୟ ବିକାଶ ଶାଖାର ମୁଖ୍ୟ ଡ. କାଳୀ ସଞ୍ଜୟ, ବିଭିନ୍ନ ଶିଳ୍ପ ଓ ଅନୁଷ୍ଠାନଗୁଡ଼ିକ ସହ ଅନୁଷ୍ଠାନର ସହଯୋଗିତା ଏବଂ ଅନୁଷ୍ଠାନର ସେଣ୍ଟର ଅଫ୍ ଏକ୍ସଲେନ୍ସ ଅନ୍ କ୍ରିଟିକାଲ ମିନେରାଲ୍ସ ଅଧୀନରେ ହାତକୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସଂକ୍ଷିପ୍ତ ସୂଚନା ଦେଇଥିଲେ।

ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ଦୁର୍ଲଭ ମୃତ୍ତିକା କ୍ଷେତ୍ରରେ ସୁରକ୍ଷିତ ଓ ବିଶ୍ୱସନୀୟ ଯୋଗାଣ ଶୃଙ୍ଖଳା ଗଢ଼ିତୋଳିବା ପାଇଁ ଟ୍ରଷ୍ଟ (TRUST) ଏବଂ ପାକ୍ସ ସିଲିକା (Pax Silica) ପଦକ୍ଷେପ ଅଧୀନରେ ଥିବା ଦ୍ୱିପାକ୍ଷିକ ପ୍ରାଥମିକତାକୁ ଦୃଷ୍ଟିରେ ରଖି କନସୁଲ ଜେନେରାଲ ଲୋରା ୱିଲିୟମ୍ସ,ଏହି ପ୍ରତିଷ୍ଠାନ ଏବଂ ଆମେରିକାର ଗବେଷଣା ସଂସ୍ଥାଗୁଡ଼ିକ ମଧ୍ୟରେ ଗବେଷଣା ଓ ବିକାଶ ସହଯୋଗ ଏବଂ ସଂସ୍ଥାଗତ ସଂଯୋଗର ସମ୍ଭାବନାକୁ ଉଚ୍ଚ ପ୍ରଶଂସା କରିଥିଲେ।

ନିରନ୍ତର ବୈଜ୍ଞାନିକ ସହଯୋଗର ପ୍ରତିବଦ୍ଧତାକୁ  ସ୍ମରଣୀୟ କରିବା ପାଇଁ ଅନୁଷ୍ଠାନ ପରିସରରେ  ବୃକ୍ଷରୋପଣ  ଆୟୋଜନ କରାଯାଇଥିଲା।


Comments

Popular post

Earthquakes in Venezuela update news: ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି ଅନେକ ଜୀବନ।

Link mobile number in e-voter id : ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

Basic Information of Aadhar and important rule: ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......

AI Data vs Supreme court Decision report : AI ର ତଥ୍ୟ ଆଧାରରେ ରାୟ ଦେବା ଅଗ୍ରହଣୀୟ: ସୁପ୍ରିମକୋର୍ଟ

Economic survey mutual fund sip : ଗତ ୩ ବର୍ଷରେ ମ୍ୟୁଚୁଆଲ ଫଣ୍ଡ SIP ନିବେଶ ଦୁଇଗୁଣ ହୋଇଛି.:-ଅର୍ଥନୈତିକ ସର୍ଭେ….

SIR ମାମଲାରେ ନିର୍ବାଚନ କମିଶନ ନାଗରିକତ୍ୱ ନିର୍ଣ୍ଣୟ କରିପାରିବ ନାହିଁ :-ସର୍ବୋଚ୍ଚ ନ୍ୟାୟାଳୟ।