Odisha“Solid Waste Management Rules, 2026 : କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୨୬”ର କାର୍ଯ୍ୟାନ୍ୱୟନ ନେଇ ଗଠିତ ରାଜ୍ୟସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ।

Odisha“Solid Waste Management Rules, 2026

Published by: Greatfuture Info 

Bhubaneswar, October 22, 

 ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ “କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୨୬”ର କାର୍ଯ୍ୟାନ୍ୱୟନ ନେଇ ଗଠିତ ରାଜ୍ୟସ୍ତରୀୟ  କମିଟିର ପ୍ରଥମ ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।  ପରିବେଶ ସୁରକ୍ଷା, ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ଉପରେ ଏହି ନିୟମର ପ୍ରଭାବୀ କାର୍ଯ୍ୟାନ୍ୱୟନ ସଂପର୍କରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ନିୟମରେ ଥିବା  ବିଭିନ୍ନ ବ୍ୟବସ୍ଥା, ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ, ବିଭାଗୀୟ ଦାୟିତ୍ୱ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି ।


     ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଓଏସପିସିବି) ପକ୍ଷରୁ ଆହୂତ ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ  ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ ଙ୍କ ସମେତ କମିଟିର ସଦସ୍ୟ ଥିବା  ସଂପୃକ୍ତ ବିଭାଗର ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଓଏସପିସିବି ର  ସଦସ୍ୟ ସଚିବ ଡଃ. ମନୋଜ ଭି. ନାୟାର ଯୋଗଦେଇ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୨୬ରେ  ଥିବା ବିଭିନ୍ନ ଦିଗ ସଂପର୍କରେ  ଉପରେ ଉପସ୍ଥାପନ କରିଥିଲେ ।  ବୈଠକରେ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ ଓ ନିଷ୍କାସନ ସହିତ ଉତ୍ସସ୍ଥଳରୁ ବର୍ଜ୍ୟ ପୃଥକୀକରଣ, ବୈଜ୍ଞାନିକ ପ୍ରକ୍ରିୟାକରଣ, ଡିଜିଟାଲ୍ ତଦାରଖ ବ୍ୟବସ୍ଥା  ଏବଂ ସମସ୍ତ ଅଂଶୀଦାରଙ୍କ ଉତ୍ତରଦାୟିତ୍ୱକୁ ପ୍ରାଧାନ୍ୟ ଦିଆଯାଇଛି । ବୈଠକରେ ରାଜ୍ୟର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବର୍ଜ୍ୟ ପରିଚାଳନାର ସ୍ଥିତି ସମୀକ୍ଷା କରାଯାଇଥିଲା । ରାଜ୍ୟରେ ସହରାଂଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ,  ଏହି କ୍ଷେତ୍ରରେ ସଂଗ୍ରହ, ପୃଥକୀକରଣ ଓ ବୈଜ୍ଞାନିକ ପ୍ରକ୍ରିୟାକରଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଅବଶିଷ୍ଟ ବର୍ଜ୍ୟର ସୁରକ୍ଷିତ ନିଷ୍କାସନ ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା ।  ମାନ୍ୟବର ସୁପ୍ରିମକୋର୍ଟଙ୍କ ବିଭିନ୍ନ ନିର୍ଦ୍ଦେଶର ଅନୁପାଳନ ନେଇ ଆଲୋଚନା କରି ଜିଲ୍ଲାପାଳମାନଙ୍କୁ ନିଜ ଜିଲ୍ଲାରେ ସଲିଡ୍ ୱେଷ୍ଟ ପରିଚାଳନା ବ୍ୟବସ୍ଥା, ସମନ୍ୱିତ ତଦାରଖ ଓ ଅନୁପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ  ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ସେଲ୍‌ ଗଠନ, ବର୍ଜ୍ୟ ପରିଚାଳନା ପାଇଁ ଉପଯୁକ୍ତ ଜମି ଚିହ୍ନଟ, ସାନିଟାରୀ ଲ୍ୟାଣ୍ଡଫିଲ୍ ଓ ବର୍ଜ୍ୟ ପ୍ରକ୍ରିୟାକରଣ ବ୍ୟବସ୍ଥା କାର୍ଯ୍ୟକାରୀ,  ପୁରୁଣା ବର୍ଜ୍ୟ ଡମ୍ପସାଇଟ୍‌ର ବୈଜ୍ଞାନିକ ଉପଚାର ଏବଂ ବୃହତ୍ ବର୍ଜ୍ୟ ଉତ୍ପାଦନକାରୀମାନେ  ନିୟମକୁ କଡ଼ାକଡି ଅନୁପାଳନ ସଂପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା ।

  ବର୍ଜ୍ୟ ପରିଚାଳନାକୁ ଅଧିକ ଫଳପ୍ରଦ କରିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଥିଲା । ବିଦ୍ୟାଳୟ ପାଠ୍ୟକ୍ରମରେ ସଲିଡ୍ ୱେଷ୍ଟ ପରିଚାଳନାକୁ ସାମିଲ କରିବା ସହ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ସମ୍ପର୍କରେ ସଚେତନ କରିବା ଦିଗରେ ସବିଶେଷ ଆଲୋଚନା ହୋଇଛି । ସ୍ଥାନୀୟ ବ୍ୟକ୍ତିବିଶେଷ, ଜନପ୍ରତିନିଧି, ଶିଳ୍ପ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ସାଧାରଣ ନାଗରିକଙ୍କ ସହଭାଗିତାରେ ବ୍ୟାପକ ଜନସଚେତନତା ଅଭିଯାନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି ।  ଏହି ନିୟମର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ସମ୍ପୃକ୍ତ ଅନ୍ୟାନ୍ୟ ସଂସ୍ଥା ମଧ୍ୟରେ ଘନିଷ୍ଠ ସମନ୍ୱୟ ଓ ନିୟମିତ ସମୀକ୍ଷା ଉପରେ ଗୁରୁତ୍ୱ  ଦିଆଯାଇଥିଲା ।  

 ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନରେ  ନାଗରିକ, ଶିଳ୍ପ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ସମସ୍ତ ଅଂଶୀଦାରଙ୍କ ସାମୂହିକ ଦାୟିତ୍ୱ ବୋଲି ପ୍ରକାଶ କରି ଶ୍ରୀମତୀ ଗର୍ଗ ବୈଠକରେ ଆଇନ୍ ର ଅନୁପାଳନ ନେଇ ସବୁ ବର୍ଗର ସହଯୋଗ କାମନା କରିଛନ୍ତି  । ଓଏସପିସିବି ପକ୍ଷରୁ ନିର୍ଦ୍ଧାରିତ ସମୟସୀମା ଅନୁସାରେ ସଂପୃକ୍ତ ସମସ୍ତ ବିଭାଗ ଓ ଜିଲ୍ଲାପାଳମାନେ ଆଇନର ଅନୁପାଳନ  ସଂପର୍କିତ ସମସ୍ତ କାର୍ଯ୍ୟ ସାରିବାରୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।


Comments

Popular post

Earthquakes in Venezuela update news: ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି ଅନେକ ଜୀବନ।

Link mobile number in e-voter id : ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

Basic Information of Aadhar and important rule: ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......

AI Data vs Supreme court Decision report : AI ର ତଥ୍ୟ ଆଧାରରେ ରାୟ ଦେବା ଅଗ୍ରହଣୀୟ: ସୁପ୍ରିମକୋର୍ଟ

Economic survey mutual fund sip : ଗତ ୩ ବର୍ଷରେ ମ୍ୟୁଚୁଆଲ ଫଣ୍ଡ SIP ନିବେଶ ଦୁଇଗୁଣ ହୋଇଛି.:-ଅର୍ଥନୈତିକ ସର୍ଭେ….

SIR ମାମଲାରେ ନିର୍ବାଚନ କମିଶନ ନାଗରିକତ୍ୱ ନିର୍ଣ୍ଣୟ କରିପାରିବ ନାହିଁ :-ସର୍ବୋଚ୍ଚ ନ୍ୟାୟାଳୟ।