Rail Jan Samvad Programme update news: :କଟଜ ଓ ଭୁବନେଶ୍ୱର ରେଳ ଷ୍ଟେସନ ରେ "ରେଳ ଜନ ସମ୍ବାଦ କାର୍ଯ୍ୟକ୍ରମ",ଯାତ୍ରୀଙ୍କ ସମସ୍ୟା ବୁଝିଲେ ପୂର୍ବତଟ ରେଳପଥ ର ମହାପ୍ରବନ୍ଧକ।
Rail Jan Samvad Programme update news:
Published by :Greatfuture Info
ଭୁବନେଶ୍ୱର, 22 ଅକ୍ଟୋବର; ଯାତ୍ରୀଙ୍କ ଅଭିଯୋଗ ଶୁଣିବେ ରେଳ ଅଧିକାରୀ, ମତାମତ ଆଧାରରେ ହେବ ରେଳ ସେବାରେ ସୁଧାର। ଯାତ୍ରୀଙ୍କ ସହ ସିଧାସଳଖ ଯୋଡ଼ି ହେବା ଏବଂ ରେଳ ସେବାକୁ ଆହୁରି ଉନ୍ନତ କରିବା ଲକ୍ଷ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ହୋଇଛି ‘ରେଳ ଜନ ସମ୍ବାଦ’ କାର୍ଯ୍ୟକ୍ରମ। ଭୁବନେଶ୍ୱର ରେଳ ଷ୍ଟେସନରେ ଆୟୋଜିତ ହୋଇଛି ଜନସମ୍ବାଦ କାର୍ଯ୍ୟକ୍ରମ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଯାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସୁବିଧା, ଅସୁବିଧା, ଷ୍ଟେସନର ସ୍ୱଚ୍ଛତା ଓ ସୁରକ୍ଷା ସମ୍ପର୍କରେ ପଚାରି ବୁଝିଛନ୍ତି । ଯାତ୍ରୀସେବାକୁ ଆହୁରି ସହଜ ଓ ସୁଦୃଢ଼ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏଥିସହ ଭୁବନେଶ୍ୱର ରେଳ ଷ୍ଟେସନର ନିର୍ମାଣ କାର୍ଯ୍ୟ ଆସନ୍ତାବର୍ଷ ସୁଦ୍ଧା ଶେଷ କରି ଲୋକଙ୍କ ପାଇଁ ସମର୍ପିତ କରାଯିବ ବୋଲି ସୂଚନା ଦେଇଛନ୍ତି।
କେବଳ ଭୁବନେଶ୍ୱର ନୁହେଁ, କଟକ ରେଳ ଷ୍ଟେସନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ବି.କେ. ମିଶ୍ର ଏବଂ ବରିଷ୍ଠ ରେଳ ଅଧିକାରୀ। ଷ୍ଟେସନରେ ଉପଲବ୍ଧ ସୁବିଧା, ସ୍ୱଚ୍ଛତା ଏବଂ ଯାତ୍ରା ସମୟରେ ହେଉଥିବା ସମସ୍ୟା ସମ୍ପର୍କରେ ଯାତ୍ରୀଙ୍କ ମତାମତ ଶୁଣିଛନ୍ତି ଅଧିକାରୀ। ଏଥିସହ ଯାତ୍ରୀଙ୍କ ଅଭିଯୋଗ ଓ ପରାମର୍ଶକୁ ଲିପିବଦ୍ଧ କରାଯାଇଛି।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯାତ୍ରୀମାନେ ନିଜର ଅଭିଯୋଗ ଓ ପରାମର୍ଶ ସିଧାସଳଖ ରେଳ ଅଧିକାରୀଙ୍କ ନିକଟରେ ରଖିବାର ସୁଯୋଗ ପାଇଛନ୍ତି। ମିଳିଥିବା ମତାମତକୁ ସମୀକ୍ଷା କରି ତ୍ୱରିତ ସମାଧାନ ଆବଶ୍ୟକ କରୁଥିବା ସମସ୍ୟା ଚିହ୍ନଟ କରାଯିବ। ଏହାଦ୍ୱାରା ରେଳବାଇ ଓ ଯାତ୍ରୀଙ୍କ ମଧ୍ୟରେ ଯୋଗାଯୋଗ ବଢ଼ିବା ସହ ରେଳ ସେବାର ମାନରେ ଉନ୍ନତି ଆସିବ।
Comments
Post a Comment