Chief Information Commissioner Meets Governor Odisha news: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର।


Chief Information Commissioner Meets Governor Odisha news: 

Published by:Greatfuture Info 

ଭୁବନେଶ୍ବର ୨୬/୧୦: ଆଜି ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ରାଜ୍ୟ ମୁଖ୍ୟ ସୂଚନା କମିଶନର ମନୋଜ ପରିଡ଼ାଙ୍କ ନେତୃତ୍ୱରେ ଓଡ଼ିଶା ସୂଚନା ଆୟୋଗର ଏକ ପ୍ରତିନିଧି ଦଳ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଅନ୍ୟ ରାଜ୍ୟ ସୂଚନା କମିଶନର ଜଗନ୍ନାଥ ରଥ, ପ୍ରଣବିନ୍ଦୁ ଆଚାର୍ଯ୍ୟ, ପବିତ୍ର ମଣ୍ଡଳ ଏବଂ କଳ୍ପନା ପଟ୍ଟନାୟକ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ମାନ୍ୟବର ରାଜ୍ୟପାଳଙ୍କୁ ଆୟୋଗର  ଉପଲବ୍ଧି ବାବଦରେ ଅବଗତ କରାଯାଇଥିଲା । ଏକ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ୧୮ ମାସ ମଧ୍ୟରେ ବିଚାରାଧୀନ ମାମଲା ସଂଖ୍ୟା ୨୨,୦୦୦ ରୁ ୫,୫୦୦ କୁ ହ୍ରାସ କରାଯାଇପାରିଛି। ଆୟୋଗ ଦେଶର ସର୍ବୋତ୍ତମ କାର୍ଯ୍ୟପଦ୍ଧତି ଅନୁସରଣ କରି ଶୁଣାଣି ଦିନ ହିଁ ସଂକ୍ଷିପ୍ତ ଆଦେଶନାମା ଜାରି କରିବାର ବ୍ୟବସ୍ଥା ଗ୍ରହଣ କରିଛି। ଏହା ବ୍ୟତୀତ, ଆବେଦନକାରୀଙ୍କ ସୁବିଧା ପାଇଁ ସମସ୍ତ ଶୁଣାଣି ଓଡ଼ିଆ ଭାଷାରେ କରାଯାଇଛି ବୋଲି କମିଶନର ଶ୍ରୀ ପରିଡ଼ା କହିଛନ୍ତି ।

ରାଜ୍ୟପାଳଙ୍କୁ ମୁଖ୍ୟ ସୂଚନା କମିଶନର ଶ୍ରୀ ପରିଡ଼ା ଜଣାଇଛନ୍ତି ଯେ,ଦୂର-ଦୂରାନ୍ତ ଅଞ୍ଚଳର ଆବେଦନକାରୀମାନଙ୍କୁ ନିଜ ମାମଲାର ବିଚାର ପାଇଁ ଭୁବନେଶ୍ୱର ଆସିବାକୁ ନ ପଡ଼ୁ, ସେଥିପାଇଁ ଆୟୋଗ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ଉପଲବ୍ଧ କରାଇଛି। ଏହା ସହିତ, ଅନଲାଇନ୍ ମାଧ୍ୟମରେ ଆବେଦନ ଦାଖଲ କରିବା ଏବଂ ଚୂଡ଼ାନ୍ତ ଆଦେଶନାମାଗୁଡ଼ିକୁ ଡିଜିଟାଲ୍ ପଦ୍ଧତିରେ ଅପଲୋଡ୍ କରିବାର ସୁବିଧା ମଧ୍ୟ କରାଯାଇଛି। ପ୍ରାୟ ୩୦୦ ଆଇନ ଛାତ୍ରଛାତ୍ରୀ (ଲ’ ଇଣ୍ଟର୍ଣ୍ଣ) ଙ୍କୁ ଆରଟିଆଇ (RTI) ବା ସୂଚନା ଅଧିକାର ସମ୍ବନ୍ଧୀୟ ବିଷୟରେ ପ୍ରଶିକ୍ଷଣ ଓ ବ୍ୟାବହାରିକ ଅନୁଭୂତି ପ୍ରଦାନ କରାଯାଇଛି। ଆୟୋଗଙ୍କ ଆଦେଶ କାର୍ଯ୍ୟକାରୀ ହୋଇନଥିବା ମାମଲାଗୁଡ଼ିକ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

Comments

Popular post

Earthquakes in Venezuela update news: ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି ଅନେକ ଜୀବନ।

Link mobile number in e-voter id : ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

Basic Information of Aadhar and important rule: ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......

AI Data vs Supreme court Decision report : AI ର ତଥ୍ୟ ଆଧାରରେ ରାୟ ଦେବା ଅଗ୍ରହଣୀୟ: ସୁପ୍ରିମକୋର୍ଟ

Economic survey mutual fund sip : ଗତ ୩ ବର୍ଷରେ ମ୍ୟୁଚୁଆଲ ଫଣ୍ଡ SIP ନିବେଶ ଦୁଇଗୁଣ ହୋଇଛି.:-ଅର୍ଥନୈତିକ ସର୍ଭେ….

SIR ମାମଲାରେ ନିର୍ବାଚନ କମିଶନ ନାଗରିକତ୍ୱ ନିର୍ଣ୍ଣୟ କରିପାରିବ ନାହିଁ :-ସର୍ବୋଚ୍ଚ ନ୍ୟାୟାଳୟ।