Cyclone Arnab govt preparedness:ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ,ଦକ୍ଷିଣ ଓଡ଼ିଶା ଅଧିକ ପ୍ରଭାବିତ ହେବାର ଆଶଙ୍କା।
Cyclone Arnab govt preparedness:
Published by:Greatfuture Info
ଭୁବନେଶ୍ୱର,୨୫/୧୦: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ଅବଗତ କରିଛନ୍ତି। ବାତ୍ୟାରେ ଦକ୍ଷିଣ ଓଡ଼ିଶା ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସେଠାକୁ ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଛି। ବିଦ୍ୟୁତ୍ ଓ ଜଳସମ୍ପଦ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିସହ ଛତିଶଗଡ଼ରେ ଅଧିକ ବର୍ଷା ଯୋଗୁଁ ଓଡ଼ିଶାକୁ ଜଳ ପ୍ରବାହ ବୃଦ୍ଧି ହେଲେ, ତାହାର ପରିଚାଳନା ଉପରେ ନଜର ରଖାଯାଇଛି। ଏନେଇ ଓଡ଼ିଶା ସରକାରଙ୍କ ଟିମ୍ ଛତିଶଗଡ଼ ସରକାରଙ୍କ ସହ ଯୋଗାଯୋଗରେ ରହିଛି। ଛତିଶଗଡ଼ ପକ୍ଷରୁ ଜଳ ନିଷ୍କାସନ କରାଗଲେ, ଆଗୁଆ ସୂଚନା ଦେବାକୁ କୁହାଯାଇଛି। ଅନ୍ୟପକ୍ଷରେ, କୋଷ୍ଟ ଗାର୍ଡ ପକ୍ଷରୁ ମତ୍ସ୍ୟଜୀବୀଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ବେଳେ ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ କୁହାଯାଇଛି।
ବାତ୍ୟା ସମୟରେ ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ୩ ହଜାରରୁ ଅଧିକ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନିଆଯାଉଛି। ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର କ୍ୟାବିନେଟ ସଚିବ ଆଶ୍ୱାସନା ଦେଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମଗାଯାଇନାହିଁ।
Comments
Post a Comment