SIR 2026 Update News : ଭୋଟର ତାଲିକାରେ ନାମ ସାମିଲ ହୋଇପାରି ନଥିବା ଯୋଗ୍ୟ ଭୋଟରଙ୍କ ସାମିଲ କରିବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ଏକ ସ୍ୱତନ୍ତ୍ର ଅଭିଯାନ ଆୟୋଜନ।

SIR 2026 Update News : 

Published by:Greatfuture Info 

ଭୁବନେଶ୍ୱର : ୧୦ ଅକ୍ଟୋବର ୨୦୨୬

ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଭୋଟର ତାଲିକାରେ ନାମ ସାମିଲ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୭, ୮ ଓ ୯ ତାରିଖରେ ରାଜ୍ୟବ୍ୟାପୀ ଏକ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯାଇଥିଲା। ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟାରେ ଭୋଟର ତାଲିକାରେ ନାମ ସାମିଲ ହୋଇପାରି ନଥିବା ଯୋଗ୍ୟ ଭୋଟରଙ୍କ ସମେତ ନୂତନ ଓ ଯୁବ ଭୋଟରମାନଙ୍କୁ ତାଲିକାରେ ସାମିଲ ହେବାର ସୁଯୋଗ ପ୍ରଦାନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।



ଏହି ତିନିଦିନିଆ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୨୬,୪୪୬ଟି ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରଗୁଡ଼ିକ ମାଧ୍ୟମରେ ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ସମ୍ପର୍କରେ ସଚେତନ କରିବା ସହ ଆବଶ୍ୟକ ଆବେଦନପତ୍ର ଦାଖଲ କରିବାର ସୁବିଧା ଯୋଗାଇ ଦିଆଯାଇଥିଲା।

ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ଭୋଟର ତାଲିକାରେ ନାମ ସାମିଲ ହୋଇପାରି ନଥିବା ଯୋଗ୍ୟ ଭୋଟରମାନଙ୍କଠାରୁ ୧,୪୪୮ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ କରାଯାଇଥିବାବେଳେ ନୂତନ ଓ ଯୁବ ଭୋଟରମାନଙ୍କଠାରୁ ୩୨,୦୬୭ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ କରାଯାଇଛି। ଏହିପରି ମୋଟ ୩୩,୫୧୫ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ କରାଯାଇଛି।

ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ବୁଥ୍‌ସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ଘରକୁ ଘର ପରିଦର୍ଶନ କାର୍ଯ୍ୟ ଜାରି ରହିବ। ଏହି ଅବଧି ମଧ୍ୟରେ ବିଏଲଓ ମାନେ ଘରକୁ ଘର ଯାଇ ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ, ନାମ ସାମିଲ ଏବଂ ଆବଶ୍ୟକ ସଂଶୋଧନ ସମ୍ପର୍କରେ ସଚେତନ କରିବା ସହ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିବେ। ବିଶେଷକରି ଏସଆଇଆର ସମୟରେ ଭୋଟର ତାଲିକାରେ ନାମ ସାମିଲ ହୋଇପାରି ନଥିବା ଯୋଗ୍ୟ ନାଗରିକ ଏବଂ ନୂତନ ଭାବେ ଭୋଟର ହେବାକୁ ଯୋଗ୍ୟ ଯୁବକଯୁବତୀମାନଙ୍କୁ ଫର୍ମ-୬ ମାଧ୍ୟମରେ ଆବେଦନ କରିବା ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ।

ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, କୌଣସି ଯୋଗ୍ୟ ନାଗରିକ ,ଯେପରି ଭୋଟର ତାଲିକାରୁ ନାମ ସାମିଲ ହେବାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଏହି ଅଭିଯାନ ଆୟୋଜନ କରାଯାଇଥିଲା। ବିଶେଷକରି, ପୂର୍ବରୁ ଭୋଟର ତାଲିକାରେ ନାମ ସାମିଲ ହୋଇନଥିବା ଯୋଗ୍ୟ ନାଗରିକ ଏବଂ ନୂତନ ଭାବେ ଭୋଟର ହେବାକୁ ଯୋଗ୍ୟ ଯୁବକଯୁବତୀଙ୍କୁ ଏହି ସୁଯୋଗର ଲାଭ ନେବାକୁ ଉତ୍ସାହିତ କରାଯାଇଥିଲା। ଏହି ଅଭିଯାନରେ ନୂତନ ଯୁବ ଭୋଟରମାନେ ଉତ୍ସାହର ସହ ଭାଗ ନେଇଥିବାରୁ ଫର୍ମ-୬ ମାଧ୍ୟମରେ ୩୩ ହଜାର ୫୧୫ ଟି ଆବେଦନ ଗ୍ରହଣ କରାଯାଇଛି।

ଏକ ସ୍ୱଚ୍ଛ, ନିର୍ଭୁଲ ଓ ସମାବେଶୀ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଏହି ସ୍ୱତନ୍ତ୍ର ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗ୍ୟ ନାଗରିକମାନଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ସହ ଭୋଟର ତାଲିକାରେ ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ସାମିଲ କରିବା ଏହାର ପ୍ରମୁଖ ଲକ୍ଷ୍ୟ।

Comments

Popular post

Earthquakes in Venezuela update news: ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି ଅନେକ ଜୀବନ।

Link mobile number in e-voter id : ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

Basic Information of Aadhar and important rule: ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......

AI Data vs Supreme court Decision report : AI ର ତଥ୍ୟ ଆଧାରରେ ରାୟ ଦେବା ଅଗ୍ରହଣୀୟ: ସୁପ୍ରିମକୋର୍ଟ

Economic survey mutual fund sip : ଗତ ୩ ବର୍ଷରେ ମ୍ୟୁଚୁଆଲ ଫଣ୍ଡ SIP ନିବେଶ ଦୁଇଗୁଣ ହୋଇଛି.:-ଅର୍ଥନୈତିକ ସର୍ଭେ….

SIR ମାମଲାରେ ନିର୍ବାଚନ କମିଶନ ନାଗରିକତ୍ୱ ନିର୍ଣ୍ଣୟ କରିପାରିବ ନାହିଁ :-ସର୍ବୋଚ୍ଚ ନ୍ୟାୟାଳୟ।