Odisha CM Meet POSCO,JSW top leader: POSCO ଓ JSW ଗ୍ରୁପ୍‌ର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ରେ ଓଡ଼ିଶା ସରକାରଙ୍କ ପ୍ରତିନିଧିମଣ୍ଡଳୀ।

Odisha CM Meet POSCO,JSW top leader: 

Published by:Greatfuture Info 

ଭୁବନେଶ୍ୱର, ୨୩ ଅକ୍ଟୋବର : ଓଡ଼ିଶାକୁ ଏକ ପ୍ରମୁଖ ଶିଳ୍ପ ଓ ପୁଞ୍ଜିନିବେଶ କେନ୍ଦ୍ର ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ମୁମ୍ବାଇ ଗସ୍ତର ତୃତୀୟ ଦିନରେ POSCO ଓ JSW ଗ୍ରୁପ୍‌ର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି ଓଡ଼ିଶା ସରକାରଙ୍କ ପ୍ରତିନିଧିମଣ୍ଡଳୀ।



ଏହି ବୈଠକରେ POSCO Indiaର ମୁଖ୍ୟ ଶ୍ରୀ S. L. Chun, ମୁମ୍ବାଇ କାର୍ଯ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଶ୍ରୀ Jacy Kim ଏବଂ JSW ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ସଜ୍ଜନ ଜିନ୍ଦଲ ଯୋଗ ଦେଇଥିଲେ।

ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ହୋଇଥିବା ଏହି ଆଲୋଚନାରେ ଓଡ଼ିଶାରେ ଶିଳ୍ପ ବିକାଶ, ପୁଞ୍ଜିନିବେଶ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ନେଇ ସକାରାତ୍ମକ ଆଶା ସୃଷ୍ଟି ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି, *“ଓଡ଼ିଶା ଶିଳ୍ପାୟନ ଓ ପୁଞ୍ଜିନିବେଶ ପାଇଁ ଏକ ଅନୁକୂଳ ଗନ୍ତବ୍ୟସ୍ଥଳ। ଆମ ସରକାର ନିବେଶକମାନଙ୍କୁ ଆବଶ୍ୟକ ସହଯୋଗ, ସୁବିଧା ଓ ଅନୁକୂଳ ପରିବେଶ ଯୋଗାଇଦେବାକୁ ପ୍ରତିବଦ୍ଧ। ଆମର ଲକ୍ଷ୍ୟ ହେଉଛି ରାଜ୍ୟରେ ଅଧିକ ପୁଞ୍ଜିନିବେଶ ଆଣିବା, ଯୁବପିଢ଼ିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଓଡ଼ିଶାର ଅର୍ଥନୈତିକ ବିକାଶକୁ ଆହୁରି ଗତିଶୀଳ କରିବା।”*

POSCO ଓ JSW ପରି ପ୍ରମୁଖ ଶିଳ୍ପଗୋଷ୍ଠୀ ସହ ଏହି ଆଲୋଚନା ରାଜ୍ୟର ଶିଳ୍ପ ସମ୍ଭାବନାକୁ ଆଗକୁ ନେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଆଲୋଚନାରୁ ଓଡ଼ିଶା ପାଇଁ ସକାରାତ୍ମକ ଫଳାଫଳ ମିଳିବା ନେଇ ଆଶା ପ୍ରକାଶ ପାଇଛି।

Comments

Popular post

Earthquakes in Venezuela update news: ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି ଅନେକ ଜୀବନ।

Link mobile number in e-voter id : ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

Basic Information of Aadhar and important rule: ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......

AI Data vs Supreme court Decision report : AI ର ତଥ୍ୟ ଆଧାରରେ ରାୟ ଦେବା ଅଗ୍ରହଣୀୟ: ସୁପ୍ରିମକୋର୍ଟ

Economic survey mutual fund sip : ଗତ ୩ ବର୍ଷରେ ମ୍ୟୁଚୁଆଲ ଫଣ୍ଡ SIP ନିବେଶ ଦୁଇଗୁଣ ହୋଇଛି.:-ଅର୍ଥନୈତିକ ସର୍ଭେ….

SIR ମାମଲାରେ ନିର୍ବାଚନ କମିଶନ ନାଗରିକତ୍ୱ ନିର୍ଣ୍ଣୟ କରିପାରିବ ନାହିଁ :-ସର୍ବୋଚ୍ଚ ନ୍ୟାୟାଳୟ।