Posts

ବିଶ୍ୱ ବିଦ୍ୟାଳୟରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରିବା, ଉଚ୍ଚକୋଟୀର ଗବେଷଣାକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ।

Published by: Greatfuture Info   ଭୁବନେଶ୍ୱର, ଅଗଷ୍ଟ ୨୧:  ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱ ବିଦ୍ୟାଳୟର କୁଳପତି, ରେଜିଷ୍ଟାର, ପିଜି କାଉନସିଲ ଅଧ୍ୟକ୍ଷମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ସମସ୍ତ ବିଶ୍ୱ ବିଦ୍ୟାଳୟର କାର୍ଯ୍ୟାବଳୀ ସମ୍ବନ୍ଧରେ ସମୀକ୍ଷା କରିଛନ୍ତି।  ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପଦବୀଗୁଡ଼ିକୁ ଖୁବଶୀଘ୍ର ପୂରଣ କରାଯିବା ଉପରେ ମନ୍ତ୍ରୀ  ଗୁରୁତ୍ୱାରୋପ କରିଛନ୍ତି।ନିଯୁକ୍ତି ପ୍ରକ୍ରିୟା ପାଇଁ ବିଷୟ ଭିତ୍ତିକ ଚୟନ କମିଟି ଗଠନ ଠାରୁ ଆରମ୍ଭ କରି ସମସ୍ତ ଆନୁଷଙ୍ଗିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଉଚ୍ଚଶିକ୍ଷା ମନ୍ତ୍ରୀ ସମସ୍ତ କୁଳପତିମାନଙ୍କ ସହ ଆଲୋଚନା କରିଛନ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ ହେବା ପରେ ନୂତନ ପାଠ୍ୟକ୍ରମ ପ୍ରସ୍ତୁତ ହେବା ଏବଂ ବିଶ୍ୱ ବିଦ୍ୟାଳୟମାନଙ୍କରେ ଏହାର କାର୍ଯ୍ୟକାରିତାକୁ ନେଇ ଆଜିର ବୈଠକରେ ଆଲୋଚନା କରାଯାଇଥିଲା।  ସ୍ନାତକ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ କରିବା ଏବଂ ଆପରେଣ୍ଟିସିପ୍ ଏମବେଡେଡ ଡିଗ୍ରୀ ପ୍ରୋଗ୍ରାମ (AEDP) ପା...

ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆଇନ-ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ।

Published by: Greatfuture Info କଟକ, ୨୧/୦୮: ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ରେଞ୍ଜର ଆଇଜି/ଡିଆଇଜି ଏବଂ ସମସ୍ତ ଜିଲ୍ଲାର ଏସ୍‌ପିମାନେ ବୈଠକରେ ଯୋଗଦେଇଥିଲେ। ବୈଠକରେ ରାଜ୍ୟର ବର୍ତ୍ତମାନର ଆଇନ-ଶୃଙ୍ଖଳା ପରିସ୍ଥିତି, ଅପରାଧ ଦମନ ଓ ନିୟନ୍ତ୍ରଣ, ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ, ଗୁରୁତ୍ୱପୂର୍ଣ୍ଣ ଅପରାଧର ସମୀକ୍ଷା, ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ପ୍ରଦାନ ଏବଂ ବିଭିନ୍ନ ପ୍ରଶାସନିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଥାନାକୁ ଅଭିଯୋଗ ନେଇ ଆସୁଥିବା ପ୍ରତ୍ୟେକ ନାଗରିକଙ୍କୁ ଧୈର୍ଯ୍ୟର ସହ ଶୁଣିବା, ସମ୍ମାନଜନକ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର କରିବା ଏବଂ ଅଭିଯୋଗର ନିରପେକ୍ଷ ଓ ତ୍ୱରିତ ତଦନ୍ତ ନିଶ୍ଚିତ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ। ପୋଲିସ ଅଧିକାରୀ ଓ କର୍ମଚାରୀମାନେ ନିୟମିତ ଭାବେ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହି ଦାୟିତ୍ୱ ତୁଲାଇବା ସହ ଥାନାଗୁଡ଼ିକର କାର୍ଯ୍ୟପ୍ରଣାଳୀ ଓ ଜନସାଧାରଣଙ୍କୁ ମିଳୁଥିବା ପୋଲିସ ସେବାରେ ଅଧିକ ସୁଧାର ଆଣିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଏସ୍‌ଡିପିଓମାନେ ନିୟମିତ ଭାବେ ଅଧୀନସ୍ଥ ଥାନାଗୁ...

Governer visit CSIR-IMMT latest news: ପରିଦର୍ଶନ କରି ଗବେଷଣା ପଦକ୍ଷେପର ସମୀକ୍ଷା କଲେ ରାଜ୍ୟପାଳ।

                                                            Governer visit CSIR-IMMT latest news:    ଭୁବନେଶ୍ୱର, ଅଗଷ୍ଟ ୨୧: ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ CSIR-IMMT ପରିଦର୍ଶନ କରି ପ୍ରତିଷ୍ଠାନରେ ବିଭିନ୍ନ ଗବେଷଣା ଏବଂ ପ୍ରଯୁକ୍ତି ପ୍ରଦର୍ଶନ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ପରିଦର୍ଶନ ସମୟରେ ରାଜ୍ୟପାଳ PGIM ପାଇଲଟ ପ୍ଲାଣ୍ଟ, ଖଣିଜ ପ୍ରକ୍ରିୟାକରଣ ପାଇଲଟ ପ୍ଲାଣ୍ଟ, ସ୍ଥାୟୀ ପୁନଃଚକ୍ରଣ କେନ୍ଦ୍ର ଏବଂ ଗଭୀର ସମୁଦ୍ର ପଲିମେଟାଲିକ ନୋଡୁଲ୍ସରୁ ଚାରୋଟି ଧାତୁ ପୁନରୁଦ୍ଧାର ପାଇଁ ପ୍ରଯୁକ୍ତି ପ୍ରଦର୍ଶନ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ଏହି ଅବସରରେ ଅର୍ଥ ମନ୍ତ୍ରଣାଳୟ ଏବଂ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ହିନ୍ଦୀ ପରାମର୍ଶଦାତା କମିଟିର ସଦସ୍ୟ ଡ ବିପିନ କୁମାର ଏବଂ CSIR-IMMT ନିର୍ଦ୍ଦେଶକ ଡ. ରାମାନୁଜନ ନାରାୟଣ ଉପସ୍ଥିତ ଥିଲେ। ପ୍ରତିଷ୍ଠାନର ବରିଷ୍ଠ ପରିଚାଳନା ଅଧିକାରୀ ଏବଂ ବୈଜ୍ଞାନିକମାନେ ରାଜ୍ୟପାଳଙ୍କୁ CSIR-IMMT ଦ୍ୱାରା କରାଯାଉଥିବା ବିଭିନ୍ନ ଗବ...

ଭୁବନେଶ୍ୱର ସିଏସ୍‌ଆଇଆର୍-ଆଇଏମ୍‌ଏମ୍‌ଟି ପରିସରରେ ପ୍ରଥମ ଅନ୍ତର୍ଜାତୀୟ ରାଜଭାଷା ବାର୍ଷିକ ଶିଖର ସମ୍ମିଳନୀ, ଓଡ଼ିଶା-୨୦୨୬।

  Published by: Greatfuture Info ଭୁବନେଶ୍ୱର, ୨୧/୮:  ଭୁବନେଶ୍ୱରରେ ଆୟୋଜିତ ହୋଇଛି ‘ପ୍ରଥମ ଅନ୍ତର୍ଜାତୀୟ ରାଜଭାଷା ବାର୍ଷିକ ଶିଖର ସମ୍ମିଳନୀ, ଓଡ଼ିଶା-୨୦୨୬’। ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି, ଭୁବନେଶ୍ୱର ଆନୁକୂଲ୍ୟରେ ସିଏସ୍‌ଆଇଆର୍-ଆଇଏମ୍‌ଏମ୍‌ଟି ପରିସରରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି । ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳନୀର ଶୁଭାରମ୍ଭ କରିଥିଲେ। ଏଥିରେ ଦେଶ ଓ ବିଦେଶର ବହୁ ପ୍ରତିଷ୍ଠିତ ରାଜଭାଷା ବିଶେଷଜ୍ଞ, ସାହିତ୍ୟିକ ଓ ଗବେଷକ ଯୋଗଦେଇଥିଲେ। ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତ୍ତାର ଯୁଗରେ ହିନ୍ଦୀ ଭାଷାର ବ୍ୟାବହାରିକ ପ୍ରୟୋଗ, ବିଶ୍ୱସ୍ତରରେ ହିନ୍ଦୀର ସ୍ଥିତି, ଭାରତୀୟ ଭାଷା ସହ ହିନ୍ଦୀର ସମ୍ପର୍କ ଏବଂ ରାଜଭାଷାର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ବିଶେଷ ଆଲୋଚନା ହୋଇଥିଲା।

ମହିଳା ଉଦ୍ୟୋଗୀଙ୍କୁ ବ୍ୟବସାୟରେ ଅଧିକ ସୁଯୋଗ ଓ ସଫଳତା ଦେବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଏକ ଜାତୀୟ ସେମିନାର ଆୟୋଜିତ ।

Published by: Greatfuture Info ଭୁବନେଶ୍ୱର, ୨୧/୦୮: ଭୁବନେଶ୍ୱରରେ ମହିଳା ଉଦ୍ୟୋଗୀଙ୍କୁ ବ୍ୟବସାୟରେ ଅଧିକ ସୁଯୋଗ ଓ ସଫଳତା ଦେବା ଉଦ୍ଦେଶ୍ୟରେ ଏକ ଜାତୀୟ ସେମିନାର ଆୟୋଜିତ ହୋଇଯାଇଛି। MSME-DFO କଟକ ଏବଂ UCCILର ମିଳିତ ଉଦ୍ୟମରେ ‘ମାର୍କେଟିଂ, ଇ-କମର୍ସ ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ସରକାରୀ ଯୋଜନା ସହାୟତା’ ଶୀର୍ଷକରେ ଏହି ସେମିନାର ଅନୁଷ୍ଠିତ ହୋଇଥିଲା।  ଏଥିରେ ପ୍ରାୟ ୧୧୦ ଜଣ ମହିଳା ଉଦ୍ୟୋଗୀ ଯୋଗଦେଇଥିଲେ। ଡିଜିଟାଲ ମାର୍କେଟିଂ, ଇ-କମର୍ସ, ବଜାର ସୁଯୋଗ ଏବଂ ସରକାରଙ୍କ ବିଭିନ୍ନ ଯୋଜନାରୁ କିପରି ଲାଭ ଉଠାଇହେବ, ସେନେଇ ଉଦ୍ୟୋଗୀମାନଙ୍କୁ ତଥ୍ୟ ଦିଆଯାଇଥିଲା। ମହିଳା ଉଦ୍ୟୋଗୀମାନେ ନିଜ ସଫଳତାର କାହାଣୀ ଓ ବ୍ୟବସାୟିକ ଅଭିଜ୍ଞତା ବାଣ୍ଟିଥିଲେ। ଏହି ଅବସରରେ MSME ବିଭାଗର କମିଶନର-କମ୍-ସଚିବ ରଶ୍ମିତା, MSME-DFO କଟକର ନିର୍ଦ୍ଦେଶକ ପି. କେ. ଗୁପ୍ତା ଏବଂ UCCIL ସଭାପତି ଡ. ପ୍ରବୋଧ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। Source: PB-SHABD

୧୪୯ତମ ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ବୈଠକରେ ୨,୭୮୦.୧୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ।

Image
Published by: Greatfuture Info ଭୁବନେଶ୍ୱର, ୨୧/୦୮:  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାର ରାଜ୍ୟରେ ଶିଳ୍ପ ନିବେଶକୁ ପ୍ରୋତ୍ସାହନ ଦେବା ସହ ନିଯୁକ୍ତି ସୃଷ୍ଟି ଦିଗରେ ନିରନ୍ତର ପଦକ୍ଷେପ ନେଉଛନ୍ତି। ‘ସମୃଦ୍ଧ ଓଡ଼ିଶା ୨୦୩୬’ ଲକ୍ଷ୍ୟକୁ ଆଗେଇ ନେବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ୧୪୯ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟାରାନ୍ସ ଅଥରିଟି (SLSWCA) ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଆଇଏଏସ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋଟ ୨,୭୮୦.୧୦ କୋଟି ଟଙ୍କାର ୧୪ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ ୧୪,୧୦୪ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଖାଦ୍ୟ ପ୍ରକ୍ରିୟାକରଣ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଓ ପୋଷାକ, ରସାୟନ ଓ ରସାୟନିକ ଉତ୍ପାଦ, ମେଡିକାଲ ଡିଭାଇସ୍‌, ଫାର୍ମା, ଇଏସ୍‌ଡିଏମ୍‌, ଇସ୍ପାତ, ଲୁହା ଓ ଫେରୋ ଆଲଏଜ୍‌, ଇସ୍ପାତ ଡାଉନ୍‌ଷ୍ଟ୍ରିମ୍‌ ଉତ୍ପାଦନ ଏବଂ ଭିତ୍ତିଭୂମି ଭଳି ବିଭିନ୍ନ କ୍ଷେତ୍ରରେ ଏହି ନିବେଶ ହେବ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ହଲ୍‌ଦୀରାମ୍‌ ସ୍ନାକ୍ସ ଫୁଡ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଖୋର୍ଦ୍ଧା/କଟକରେ ସ୍ନାକ୍ସ ଓ ବେକ୍‌ଡ୍‌ ପ୍ରଡକ୍ଟ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବ। ଏଥିରେ ୫୦୦ କୋଟି ଟଙ୍କାର ନିବେଶ ସହ ୮୦୦ଟି ...

ପାରାଦୀପ ବନ୍ଦରରେ ୧୨.୧୮ କୋଟି ଟଙ୍କା ବ୍ୟୟରେ ନବୀକୃତ ପ୍ରଶାସନିକ ଭବନ ଉଦ୍‌ଘାଟନ ସହ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ।

Image
Published by: Greatfuture Info ପାରାଦୀପ, ୨୧/୮:  ପାରାଦୀପ ବନ୍ଦରରେ ନବୀକୃତ ପ୍ରଶାସନିକ କାର୍ଯ୍ୟାଳୟ ଭବନର ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ। ପ୍ରାୟ ୧୨ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ଭବନର ଆଧୁନିକୀକରଣ କରାଯାଇଛି। ନବୀକରଣ ଦ୍ୱାରା କାର୍ଯ୍ୟାଳୟର କାର୍ଯ୍ୟକ୍ଷମତା ସହ ଯାତାୟାତ ଓ ଆଭ୍ୟନ୍ତରୀଣ ବ୍ୟବସ୍ଥା ଅଧିକ ସୁଗମ ହେବ। ଏହା ଆଧୁନିକ ଓ ସ୍ମାର୍ଟ ବନ୍ଦର ଭିତ୍ତିଭୂମି ବିକାଶ ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ଶ୍ରୀ ସୋନୱାଲ କହିଛନ୍ତି।  ଏହି ଅବସରରେ ସେ ମାରିଟାଇମ୍‌ ଷ୍ଟଡିଜ୍‌ ସେଣ୍ଟର ଅଫ୍‌ ଏକ୍ସିଲେନ୍ସରେ ପ୍ରଶିକ୍ଷଣ ନେଇଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଦକ୍ଷତା ବିକାଶ, ଶିଳ୍ପଭିତ୍ତିକ ପ୍ରଶିକ୍ଷଣ ଓ ମାରିଟାଇମ୍‌ କ୍ଷେତ୍ରରେ ଯୁବପିଢ଼ିଙ୍କ ପାଇଁ ରହିଥିବା ରୋଜଗାର ସୁଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ବନ୍ଦରର ଗେଟ୍‌ ନମ୍ବର-୩ ସମ୍ମୁଖରେ ୧୦ ଲକ୍ଷତମ ବୃକ୍ଷରୋପଣ କରାଯାଇଛି। Source: PB-SHABD

ଓଡ଼ିଶା ର ଏସଆଇଆର ମଡେଲ କୁ ଗ୍ରହଣ କରିବ ମହାରାଷ୍ଟ୍ର।

Image
  Published by: Greatfuture Info ଭୁବନେଶ୍ୱର ୨୦ ଅଗଷ୍ଟ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ସଫଳ କାର୍ଯ୍ୟାନ୍ୱୟନ ନେଇ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ ମହାରାଷ୍ଟ୍ରର ନିର୍ବାଚନ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଓ ଅଭିଜ୍ଞତା ବାଣ୍ଟିଛନ୍ତି। ମହାରାଷ୍ଟ୍ର ସିଇଓ ଶ୍ରୀ ଏସ୍. ଚୋକାଲିଙ୍ଗମ୍‌ଙ୍କ ନିମନ୍ତ୍ରଣ କ୍ରମେ ମୁମ୍ବାଇ ଗସ୍ତ କରି ଶ୍ରୀ ଗୋପାଳନ ବୃହନମୁମ୍ବାଇ ମହାନଗର ନିଗମର ୪ ଜଣ ଅତିରିକ୍ତ ପୌର ଆୟୁକ୍ତ, ୫ଟି ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ନିର୍ବାଚକ ପଞ୍ଜୀକରଣ ଅଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ। ​ଏହି ଆଲୋଚନା ଚକ୍ରରେ ଓଡ଼ିଶାରେ ସଫଳତାପୂର୍ବକ ସମ୍ପାଦିତ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଯୋଜନା, ସମୀକ୍ଷା ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ କରି ନିର୍ବାଚକମାନଙ୍କର ସଠିକ୍ ମ୍ୟାପିଂ, କ୍ଷେତ୍ର ସ୍ତରୀୟ ସମନ୍ୱୟ, ପ୍ରଯୁକ୍ତିବିଦ୍ୟା ଆଧାରିତ ମନିଟରିଂ, ନୋଟିସ୍ ଜାରି, ଶୁଣାଣି ଏବଂ ମାମଲାର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ଉପରେ ଓଡ଼ିଶା ସିଇଓ ଶ୍ରୀ ଗୋପାଳନ ଆଲୋକପାତ କରିଥିଲେ। ଶ୍ରୀ ଗୋପାଳନ ଜଣାଇଥିଲେ ଯେ ଓଡ଼ିଶା ମଡେଲ୍‌ରେ ତଥ୍ୟ ଆଧାରିତ ମନିଟରିଂ ଏବଂ ପ୍ରତ୍ୟେକ ସ୍ତରରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣକୁ ପ୍ରାଥମିକତା ଦିଆଯାଇଥିଲା। ବୁଥ୍ ଏବଂ ବିଏଲ୍‌ଓ  ସ...

ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ତ୍ୱରାନ୍ୱିତ।

Image
  Published by: Greatfuture Info ଭୁବନେଶ୍ୱର, ଅଗଷ୍ଟ ୨୦: ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଏ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସାଢେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିସାରିଲେଣି । ଏହି ପଞ୍ଜିକରଣ ପ୍ରକ୍ରିୟା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପଞ୍ଜିକରଣ ପ୍ରକ୍ରିୟା ଅବଧି ଶେଷ ହେବାକୁ ଯାଉଥିବାରୁ ଅଧିକ ଚାଷୀ ପଞ୍ଜିକରଣ କରୁଥିବା ଦୃଷ୍ଟିକୁ ଆସିଛି । ଏଥି ନିମନ୍ତେ ଚାଷୀ ପଞ୍ଜିକରଣ ପାଇଁ ପ୍ରାଥମିକ କୃଷି ସମବାୟ ସମିିତି, ବୃହତ୍‌ ଆଦିବାସୀ ବହୁମୁଖୀ ସମବାୟ ସମିତି ଏବଂ ପାଣି ପଞ୍ଚାୟତରେ ପଞ୍ଜିକରଣ କରାଯାଉଛି । ଏଥିରେ ପଞ୍ଜିକରଣ ପାଇଁ ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେବା ସହ ଏବେ ଦୈନିକ ପ୍ରାୟ ଏକ ଲକ୍ଷ ଚାଷୀ ପଞ୍ଜିକରଣ କରୁଥିବା ଲକ୍ଷ୍ୟ କରାଯାଉଛି । ବର୍ତ୍ତମାନ ଏହି ପଞ୍ଜିକରଣ ପ୍ରକ୍ରିୟା ସମସ୍ତ ଜିଲ୍ଲାରେ ଜାରି ରହିଛି । ବରଗଡ଼ ଜିଲ୍ଲାରେ ପ୍ରାୟ ୬୦ ହଜାର ଚାଷୀ ପଞ୍ଜିକରଣ କରିଥିବାବେଳେ ବାଲେଶ୍ୱର ଜିଲ୍ଲାରେ ୪୩ ହଜାର, କଳାହାଣ୍ଡିରେ ୪୦ ହଜାର ଓ ପୁରୀ ଜିଲ୍ଲାରେ ପ୍ରାୟ ୨୪ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ୨୯୦୭ଟି ପ୍ୟାକ୍ସ ଓ ୪ଟି ପାଣି ପଞ୍ଚାୟତରେ ଏହି ପଞ୍ଜିକରଣ କାର୍ଯ୍ୟ ଜାରି ରହିଛି । ସଂପୃକ୍ତ ପ୍ୟାକ୍ସଗୁଡ଼ିକରେ ଚାଷୀମାନଙ୍କ ପାଇଁ ଆନୁଷଙ୍...

ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ 'ଫଟୋଗ୍ରାଫି କର୍ମଶାଳା' ଉଦ୍‌ଘାଟିତ।

Image
Published by: Greatfuture Info ଆଜି ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ 'ଫଟୋଗ୍ରାଫି କର୍ମଶାଳା' ଉଦ୍‌ଘାଟିତ ହୋଇଯାଇଛି। ଅଗଷ୍ଟ ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ 'ଫଟୋଗ୍ରାଫି କର୍ମଶାଳା' ଅନୁଷ୍ଠିତ ହେଉଛି। ଆଜିର ଉଦ୍‌ଘାଟନୀ ସମାରୋହରେ ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଡ଼. ଦେବଯାନୀ ଭୂୟାଁ, ଅତିରିକ୍ତ ଇନସ୍ପେକ୍ଟର ଜେନେରାଲ, ଓଡ଼ିଶା କାରାଗାର ଓ ସଂଶୋଧନ ସେବା ନିର୍ଦ୍ଦେଶାଳୟ ଆଶିଷ କୁମାର ଜେନା, ଫଟୋଗ୍ରାଫର ଦିଲୀପ ଧୀର ସାମନ୍ତ ଅତିଥି ଭାବେ ଯୋଗ ଦେଇଥିଲେ। ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ଅତିଥିମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଆଜିର ଯୁଗରେ ଫଟୋଗ୍ରାଫିର ଚାହିଦା ବେଶ୍ ବଢ଼ିଛି। ଫଟୋଗ୍ରାଫିକୁ ନିଜର କ୍ୟାରିୟର ଭାବେ ଗଢ଼ିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଛି। ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଆୟୋଜିତ ହେଉଥିବା ଏହି ଫଟୋଗ୍ରାଫି କର୍ମଶାଳା ଫଟୋଗ୍ରାଫିର ବିଭିନ୍ନ ବୈଷୟିକ ଦିଗ ଓ କୌଶଳ ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇବା ସହ ସୃଜନଶୀଳତା ବିକାଶ ଦିଗରେ ନିଶ୍ଚିତ ରୂପେ ସହାୟକ ହେବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ, ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୨୦ ଜଣ ପ୍ରଶିକ୍ଷାର୍ଥୀ ଫଟୋଗ୍ରାଫି କ...