ODISHA CHIEF SECRETARY REVIEW MEETING "PRAYAS" latest news : ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ‘ପ୍ରୟାସ’ ସାମାଜିକ କ୍ଷେତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ।
ODISHA CHIEF SECRETARY REVIEW MEETING "PRAYAS" latest news : Published by:-Greatfuture Info ଭୁବନେଶ୍ୱର, ୨୯ ସେପ୍ଟେମ୍ବର ୨୦୨୬: ରାଜ୍ୟର ସାମାଜିକ କ୍ଷେତ୍ରରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି, ଫଳାଫଳ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ‘ପ୍ରୟାସ’ ସାମାଜିକ କ୍ଷେତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଓ ସଂପୃକ୍ତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ପ୍ରମୁଖ ଅଗ୍ରଗତି, ତଥ୍ୟଭିତ୍ତିକ ବିଶ୍ଳେଷଣ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ଏଥି ସହିତ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇ ନିଜ ନିଜ ଜିଲ୍ଲାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସାମାଜିକ କ୍ଷେତ୍ରରେ “ତଥ୍ୟରୁ କାର୍ଯ୍ୟ - କାର୍ଯ୍ୟରୁ ଫଳାଫଳ” ଭିତ୍ତିକ ପ୍ରଶାସନକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାସ୍ତରର ଅଗ୍ରଗତିକୁ ନିୟମିତ ଭାବେ ଅନୁଧ୍ୟାନ କରିବା, ଜିଲ୍ଲାସ୍ତରରେ କାର୍ଯ୍ୟରତ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ ବ...